ଦୈନିକ ରାଶିଫଳ: 01 ଫେବୃୟାରୀ 2023, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୧ ତାରିଖ, ବୁଧବାର, ମକର ମାସ ୧୯ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି ଦିବା ୨ଟା ୨ମିନିଟ୍ ଗତେ ଦ୍ଵାଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଦିବା ୨ଟା ପରେ ମିଥୁନରାଶିରେ ଚନ୍ଦ୍ର। ଇନ୍ଦ୍ର ଯୋଗ ଦିବା ୧୧ଟା ୨୮ ମିନିଟ ପରେ ବୈଧୃତି ଯୋଗ। ବିଷ୍ଟି କରଣ ଦିବା ୨ଟା ୨ମିନିଟ୍ ପରେ ବବ କରଣ। କର୍କଟ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର ଦିବା ୧୨ଟା ପରେ କନ୍ୟା ରାଶିର ଘାତଚନ୍ଦ୍ର। ନିଷିଦ୍ଧ ଖାଦ୍ୟ- ଶିମ୍ବ ଆମିଷ ନ ଖାଇଲେ ଭଲ ସକାଳ ୨ଟା ୨ମିନିଟ୍ ପରେ ପୋଇ ମସୁରଡାଲି ନ ଖାଇଲେ ଭଲ। ଯୋଗିନୀ- ଆଗ୍ନେୟ ଦିବା ୨ଟା ୨ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ। ଅଶୁଭସମୟ- ସକାଳ ୯ଟା ୧୨ମିନିଟ୍ ରୁ ୧୦ଟା ୩୬ମିନିଟ୍, ଦିବା ୧୨ଟା ରୁ ଦିବା ୧ଟା ୨୩ମିନିଟ୍, ରାତ୍ରି ୩ଟା ୧୨ମିନିଟ୍ ରୁ ୪ଟା ୪୯ମିନିଟ୍। ଶୁଭସମୟ- ସକାଳ ୬ଟା ୨୫ମିନିଟ୍ ରୁ ୭ଟା ୫୪ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧୧ଟା ୩୭ମିନିଟ୍, ଦିବା ୧ଟା ୫୧ମିନିଟ୍ ରୁ ୪ଟା ୫୦ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୨ଟା ୮ମିନିଟ୍ ରୁ ରାତ୍ର ୩ଟା ୧୨ମିନିଟ୍, ରାତ୍ର ୪ଟା ୪୯ମିନିଟ୍ ରୁ ୬ଟା ୨୫ମିନିଟ୍। ପର୍ବଦିନ- ସର୍ବସମ୍ମତ ଭୈମୀ ଏକାଦଶୀ, ବରାହ ଦ୍ଵାଦଶୀ, ଭୀଷ୍ମ ଦ୍ଵାଦଶୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସମାଜ ସେବାକରି ସ୍ଵନାମ ଅର୍ଜନ କରିବେ ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ଓ ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରିଲେ ମନୋକାମନା ପୂରଣ ହେବ। ଗୁରୁଜନଙ୍କ ପରାମର୍ଶପାଇ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବୃଷ:-ଶୁଭ ସମାଚାର ପାଇ ପାରିବାରିକ କ୍ଷେତ୍ରରେ ଆନନ୍ଦର ଲହରୀ ଖେଳିଯିବ। ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ। ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବାସହ ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ କାରରେ ସଫଳ ହେବେ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମିଥୁନ:-ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ। ପରିବାରରେ ଅଶାନ୍ତିର ଝଡ ଶାନ୍ତ ହୋଇ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ଜୁଆ ଓ ଲଟେରୀ ଖେଳରୁ ନିବୃତ ରୁହନ୍ତୁ। ଶରୀରପୀଡ଼ା କଷ୍ଟକର ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଆତ୍ମବିଶ୍ଵାସ ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ କର୍ମଚାରୀ ମାନଙ୍କର ସହଯୋଗ ପାଇ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସହଯୋଗୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ସମସ୍ୟା ଦୂର ହୋଇ ଯିବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକ ମାନଙ୍କର ମନତୃପ୍ତ କରାଇବେ। କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ।

କନ୍ୟା:-ପାରିବାରିକ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବେ। କିଣାବିକା ବ୍ୟବସାୟରେ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଘରେ ବାହାରେ କେହି ଆପଣଙ୍କୁ ହଟାଇ ପାରିବେ ନାହିଁ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ଅଧିକ ହେବ। ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ। କୃଷିକର୍ମରେ ପରିଶ୍ରମ ଫଳରେ ଆଶାନୁରୂପ ଲାଭ ହେବ। ରାଜନୀତି କ୍ଷେତ୍ରରେ ସମ୍ମାନିତ ଓ ଜୟଯୁକ୍ତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ସତ୍‌ କାର୍ଯ୍ୟରେ ଲିପ୍ତ ହେବେ ଓ ସମ୍ମାନିତ ମଧ୍ୟ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା କଷ୍ଟ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ। କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଆର୍ଥିକ ଦିଗରୁ ସୁବିଧା, ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।

ମକର:-କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ ଓ ପାରିବାରିକ ଜୀବନ ଆନନ୍ଦରେ କଟିବ। ଦୂରଯାତ୍ରାରେ ସଫଳ ହେବେ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କୁମ୍ଭ:-ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଆୟୋଜନ ମଧ୍ୟ କରେଇବେ। ଦୁଃଖୀ ଲୋକଙ୍କୁ ସାହାରା ଓ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରି ପାରିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ସମ୍ମାନର ସହିତ ଦିନଚର୍ଯ୍ୟା କରି ଆନନ୍ଦ ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟରେ ସତକଥା କହି ପ୍ରବଳ ଧନଲାଭ ହେବାସହ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି। ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର-କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!