ଦୈନିକ ରାଶିଫଳ: 01 ଡିସେମ୍ବର 2022, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଡିସେମ୍ବର ମାସ ୧ତାରିଖ, ଗୁରୁବାର, ବିଛାମାସ ୧୬ଦିନ, ମାର୍ଗଶିରମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ସକାଳ ୭ଟା ୨୧ମିନିଟ୍ ପରେ ନବମୀତିଥି, ଶତଭିଷା ନକ୍ଷତ୍ର ପ୍ରାତଃ ୬ଟା ୧୨ମିନିଟ୍ ପରେ ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର। ହର୍ଷଣ ଯୋଗ ସକାଳ ୯ଟା ୩୨ମିନିଟ୍ ପରେ ବଜ୍ର ଯୋଗ। ବବ କରଣ ସକାଳ ୭ଟା ୨୧ମିନିଟ୍ ପରେ ବାଳବ କରଣ। ତୁଳା, କୁମ୍ଭ ରାଶିର ଘାତବାର। ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ନଡିଆ, ଆମିଷ ନ ଖାଇଲେ ଭଲ ସକାଳ ୭ଟା ୨୧ମିନିଟ୍ ପରେ ଲାଉ ନ ଖାଇଲେ ଭଲ। ଯୋଗିନୀ- ଐଶାନ୍ୟେ ସକାଳ ୭ଟା ୨୧ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୨ଟା ୧୯ମିନିଟ୍ ରୁ ୫ଟା ୨ମିନିଟ୍, ରାତ୍ରି ୧୧ଟା ୩୫ମିନିଟ୍ ରୁ ୧ଟା ୧୪ମିନିଟ୍। ଶୁଭସମୟ- ପ୍ରାତଃ ୬ଟା ୯ମିନିଟ୍ ରୁ ୭ଟା ୩୪ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୯ଟା ୨୩ମିନିଟ୍, ରାତ୍ର ୧ଟା ୧୫ମିନିଟ୍ ରୁ ୩ଟା ୩୦ମିନିଟ୍, ରାତ୍ର ୪ଟା ୨୫ମିନିଟ୍ ରୁ ୬ଟା ୮ମିନିଟ୍। ପର୍ବଦିନ- ମାଣବସା ଗୁରୁବାର ଚରୁର୍ଥ ପାଳି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ପୁରାତନ ରୋଗର ଉପଶମ ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ। ଛାତ୍ରଛାତ୍ରୀମାନେ ବାହ୍ୟ ଦେଶକୁ ଯାତ୍ରା କରିବାର ଯୋଗାଯୋଗ କରିପାରନ୍ତି। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବାସହ ବକେୟା ଅର୍ଥ କିଛି ହସ୍ତଗତ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ପ୍ରତିକାର- ନାଲିରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ବୃଷ:-ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଅତି ପ୍ରିୟବନ୍ଧୁଙ୍କ ସହାୟତାରେ ବିପଦ ସଙ୍କୁଳ ଟଳିଯିବ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ବ୍ୟବସାୟର ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ।

ମିଥୁନ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ। ରାଜନୈତିକ କ୍ଷେତ୍ରରେ ଶତୃ ମାନେ ମିତ୍ରତାର ହାତ ବଢେଇବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ ଓ କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବାସହ ମାନସିକଶାନ୍ତି ପାଇବେ। ଦୂରଯାତ୍ରାର ସୁଯୋଗ ପାଇବେ ଓ ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କନ୍ୟା:-ଆକସ୍ମିକ ଧନ ପ୍ରାପ୍ତି ହେବ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଦୂରଯାତ୍ରାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ। ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ବନ୍ଧୁ, ମିତ୍ର ସହକର୍ମୀ ଓ ଭାଗୀଦାରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଖେଳ ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବେ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ଧନୁ:-ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ ଓ ଆୟ ଅପରିବର୍ତ୍ତିତ ରହିବ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମକର:-କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଦୂରଯାତ୍ରାରେ ମାନସିକ ଶାନ୍ତି ଓ ସଫଳତା ପ୍ରାପ୍ତି ହେବ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ଋଣ ଭାରରୁ ମୁକ୍ତି ପାଇବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-ଶତୃମାନେ ମିତ୍ରଭାବ ଆଚରଣ କରିବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସାମାଜିକସ୍ଥିତି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ। ମନରେ ଥିବା ଅଶାନ୍ତି ଅସନ୍ତୋଷ ଦୂରେଇ ଯିବ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ଦେଖାଦେଇ ପାରେ। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ। ପରକଥାରେ ପଡି ପରିବାରରେ କଳହ ସୃଷ୍ଟି ହୋଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!