ଦୈନିକ ରାଶିଫଳ: 01 ଅଗଷ୍ଟ 2022, ମହାଦେବଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୧ତାରିଖ, ସୋମବାର, କର୍କଟମାସ୧୬ଦିନ, ଶ୍ରାବଣମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି,ପୂର୍ବାଫାଲଗୁନୀ ନକ୍ଷତ୍ର ଦିବା ୪ଟା ୬ମିନିଟ୍ ପରେ ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ପରିଘଯୋଗ ସନ୍ଧ୍ୟା ୭ଟା ୩ମିନିଟ୍ ପରେ ଶିବଯୋଗ । ବାଣିଜ୍ୟ କରଣ ଦିବା ୪ଟା ୪୯ମିନିଟ୍ ପରେ ବିଷ୍ଟି କରଣ । ମିଥୁନ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୭ଟା ୨ମିନିଟ୍ ରୁ ୮ଟା ୩୯ମିନିଟ୍, ଦିବା ୩ଟା ୬ମିନିଟ୍ ରୁ ୪ଟା ୪୩ମିନିଟ୍, ରାତ୍ରି ୧୦ଟା ୨୯ମିନିଟ୍ ରୁ ୧୧ଟା ୫୩ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୭ମିନିଟ୍ ରୁ ୭ଟା ୧ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୯ମିନିଟ୍, ଦିବା ୪ଟା ୪୪ମିନିଟ୍ ରୁ ୫ଟା ୨୭ମିନିଟ୍, ସନ୍ଧ୍ୟା ୭ଟା ୫ମିନିଟ୍ ରୁ ରାତ୍ର ୯ଟା ୧୬ମିନିଟ୍, ରାତ୍ର ୧୧ଟା ୫୪ମିନିଟ୍ ରୁ ୨ଟା ୨୭ମିନିଟ୍ । ପର୍ବଦିନ- ଶ୍ରାବଣ ସୋମବାର ବ୍ରତ ।

ମେଷ:-ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ଦୂରଯାତ୍ରା କରିବାକୁ ପଡିପାରେ । ସନ୍ତାନ ମାନଙ୍କ ସହିତ ସମୟ ବିତାଇବେ । ବ୍ୟବସାୟରେ ସଙ୍ଘର୍ଷ କରିବା ପରେ ସଫଳତା ପାଇବେ । ଅଳ୍ପ ଚେଷ୍ଟା କରି କାର୍ଯ୍ୟରେ ସିଦ୍ଧ ହେବେ । ପରିବାରର ପରିବେଶ ଅନୁଶାସିତ ଓ ମଧୁର ରହିବ । ଟେକ୍ନିକାଲ୍‌ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବରିଷ୍ଟ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ଭଲ ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ଇଣ୍ଟରନେଟ୍‌ ମାଧ୍ୟମରେ କିଛି ନୂତନ କାର୍ଯ୍ୟ ଶିଖିବା ପାଇଁ ବିଚାର କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନ୍ୟମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ବଡ଼ ଅଫିସରମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ବ୍ୟକ୍ତିଗତ ସମ୍ପର୍କକୁ ସାର୍ବଜନିକ କରିବା ଉଚିତ୍‌ । ଫାଇନାନସ୍‌ ସହିତ ଜଡିତ ମାମଲାକୁ ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନ ହୋଇଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । କୌଣସି ବ୍ୟବସାୟକୁ ନେଇ ଭାଗୀଦାରଙ୍କ ସହିତ ମିଶି ଯୋଜନା କରି ପାରନ୍ତି । ସହକର୍ମୀଙ୍କ ସହିତ ବିରୋଧ ଭାବକୁ ଦୂର କରିବାରେ ସଫଳ ହେବେ । ନିଜର କାର୍ଯ୍ୟପ୍ରତି ସମର୍ପଣ ଭାବନା ହେତୁ ଆପଣଙ୍କୁ ସମ୍ମାନ ମିଳିପାରେ । ରାଜନୀତି କ୍ଷେତ୍ରରେ ଶତୃମାନେ ପରାସ୍ତ ହେବେ । ପରିବାର ସ୍ତରରେ ଚିନ୍ତାରୁ ମୁକ୍ତି ମିଳିବ । କଳା କ୍ଷେତ୍ରରେ ସମ୍ମାନ ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶିକ୍ଷା କ୍ଷେତ୍ରରେ ସମସ୍ୟା ଦୂର ହେବ ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ନିଜ ସମ୍ପର୍କକୁ ଭଲ ଉପଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ରାଜନୀତି କ୍ଷେତ୍ରରେ ଜଟିଳ ପରିସ୍ଥିତିର ସାମ୍ନା କରି ମନୋବଳ ଦୃଢ଼ ହେବ । ପିଲାମାନେ ବାପା ମାଆଙ୍କୁ ଆଦର କରିବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଶୁଭ ସମାଚାର ଶୁଣିବେ । ଯନ୍ତ୍ରପାତି ବ୍ୟବସାୟରେ ବିଶେଷ ଲାଭ ହେବ । ମଧୁରଭାଷୀ ହେତୁ ଲୋକମାନେ ପ୍ରଭାବିତ ହେବେ ଓ ଦାମୀ ଜିନିଷ ପ୍ରତି ଆଗ୍ରହୀ ହେବେ । ରାଜନୀତି କ୍ଷେତ୍ରରେ ବୌଦ୍ଧିକ ନିର୍ଣ୍ଣୟ ନେଇ ପାରନ୍ତି । ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଧନ ଲାଭ ହେବ । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କନ୍ୟା:-ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପରିବାରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଶାନ୍ତି ମିଳିବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ଘରର ଗୁରୁଜନ ବା ମାଆ ବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି । ଶତୃ ଓ ବିରୋଧୀମାନେ ଦୂରେଇଯିବେ ଓ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢି ପାରିବେ । ଚାକିରୀ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଭୌତିକ ସୁଖ-ସୁବିଧା ସାଧନରେ ବୃଦ୍ଧି ହେବ । କାରବାରରେ ଲାଭ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଘରର କୌଣସି ନୂତନ ବସ୍ତୁ କ୍ରୟ କରିପାରିବେ । କୌଣସିଠାରୁ ଶୁଭ ସମାଚାର ବା ସନ୍ଦେଶ ଶୁଣି ମନ ଉତ୍ସୁକ ହେବ । ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ । କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ । ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ । ଏହି ସଂସ୍ଥାରେ ନୂତନ କର୍ମପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ସମ୍ପର୍କର ସଠିକ୍‌ ଉପଯୋଗ କରି ଫାଇନାସ୍‌ ସହିତ ଜଡିତ ମାମଲାକୁ ନେଇ ସମସ୍ୟାର ସମାଧାନ କରି ପାରିବେ । ପାଖ ପଡୋଶୀଙ୍କ ସଫଳତାରେ ମନ ଆନନ୍ଦିତ ହେବ । ସାମାଜିକ ସ୍ତରରେ ବ୍ୟବହାରକୁ ନେଇ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସୃଜନାତ୍ମକ କ୍ଷମତାର ବିକାଶ ହେବ ଓ କର୍ମକ୍ଷେତ୍ରରେ ଆପଣଙ୍କର ସ୍ଥିତି ମଜବୁତ୍‌ ହେବ । ସନ୍ତାନମାନଙ୍କ କାର୍ଯ୍ୟକଳାପରେ ଗର୍ବ ଅନୁଭବ କରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ବିଦ୍ୟାରେ ଉନ୍ନତି ସହ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ମୀନ:-ଶାରୀରିକ କଷ୍ଟ ଦୂର ହୋଇ ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ମନରେଥିବା କାମନା ପୂର୍ଣ୍ଣ ହେବ । ନୂଆ ଚାକିରୀ ହେବାର ସୁଯୋଗ ମିଳିବ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ । ସେୟାର ବଜାରରେ ମୁନାଫା ମିଳିବ । ପୁରୁଣା ନିବେଶ ଲାଭ ଦେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!