ଦୈନିକ ରାଶିଫଳ: ୧ ଏପ୍ରିଲ ୨୦୨୦, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଏପ୍ରିଲ ମାସ ୧ତାରିଖ, ବୁଧବାର, ମୀନ ମାସ ୧୯ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର କର୍କଟ ରାଶିର ଘାତବାର କନ୍ୟା ରାଶିର ଘାତଚନ୍ଦ୍ର ନଡ଼ିଆ ଖାଇଲେ ଭଲ। ଶୁଭସମୟ ପ୍ରାତଃ ୫ଟା ୪୪ମିନିଟ୍ ରୁ ୭ଟା ୨୦ମିନିଟ୍, ଦିବା ୧୦ଟା ୧୯ମିନିଟ୍ ରୁ ୧୧ଟା ୨୫ମିନିଟ୍, ଦିବା ୧ଟା ୫୩ମିନିଟ୍ ରୁ ୫ଟା ୭ମିନିଟ୍, ସନ୍ଧ୍ୟା ୬ଟା ୪୫ମିନିଟ୍ ରୁ ରାତ୍ର ୧୦ଟା ୩୮ମିନିଟ୍। ପର୍ବଦିନପୀଠ ମୃଣ୍ମୟୀ ଦେବୀ ବାସନ୍ତିକ ମହାଷ୍ଟମୀ ପୂଜା, ସନ୍ଧି ପୂଜା, ଅଶୋକାଷ୍ଟମୀ, ଉତ୍କଳ ଦିବସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କୌଣସି ଶୁଭକାର୍ଯ୍ୟ କରିବାକୁ ଯୋଗାଯୋଗ କରିବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ। ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ସାଧୁ ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ଶତୃ ଓ ବିରୋଧୀମାନେ ପରାସ୍ତ ହେବେ। ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ। ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ। ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:- 

ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ମାନସିକ ଶାନ୍ତି ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଘାତ ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିବେ। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ। ବିଦ୍ୟା କ୍ଷେତ୍ରରେ ମନ ଲାଗିବ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ପୁରାତନ ରୋଗର ଉପସମ ହେବା ସହ ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ। ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ। ବ୍ୟବସାୟରେ ବିଶେଷ ଲାଭାନ୍ଵିତ ହେବେ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ କିଛି ଖର୍ଚ୍ଚ ହୋଇଯିବ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡି ପାରନ୍ତି। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଶତୃମାନେ ମଥାନତ କରିବେ। ଆୟବୃଦ୍ଧି, ଋଣମୁକ୍ତି ଓ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପାରିବାରିକସ୍ତର ହସ ଖୁସିରେ କଟିବ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ହେବା ଫଳରେ  ସୁଖ ସମୃଦ୍ଧି ବୃଦ୍ଧି ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଘାତ ଶତୃମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:- 

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଗୁରୁ ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ପରିବାରରେ ସୁଖ ଶାନ୍ତି  ଯୋଗେ ସମସ୍ତ ଚିନ୍ତା ଦୂର ହେବ।  ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ। ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କରେ ରହିବ। ନିଜର ଇଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ। ଦାମ୍ପତ୍ୟ ସୁଖରେ ବାଧା ଆସିବ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପଡାପଡୋଶୀ ଓ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ସାମ୍ବାଦିକ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ। ଶୁଭ ଲାଭ ମଧ୍ୟେ ପାରିପାର୍ଶ୍ଵିକ ବାତାବରଣ ପ୍ରତି ସଚେତନତା ବୃଦ୍ଧି ପାଇବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ପାରିବାରିକ ସମସ୍ୟାକୁ ସୁଧାରୀ ନେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଆର୍ଥିକ ଦିଗରୁ ଉନ୍ନତି ହେବ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ରାଜନୀତିରେ ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!