ହାତର ଆଙ୍ଗୁଠି ଉପରେ ଥିବା କଳାଜାଇ ଚିହ୍ନ କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି । ଜାଣନ୍ତୁ ଏହାର ମହତ୍ତ୍ଵ କଣ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

କଳାଜାଇ ଚିହ୍ନ କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି

କଳାଜାଇ ଚିହ୍ନ ବ୍ୟକ୍ତିର ସୌନ୍ଦର୍ଜ୍ୟତା ପ୍ରକାଶ ପାଇଥାଏ । ଏହି କଳାଜାଇ ବ୍ୟକ୍ତିର ସ୍ଵଭାବକୁ ମଧ୍ୟ ବ୍ୟକ୍ତ କରିଥାଏ । କଳାଜାଇ ଚିହ୍ନ ସମସ୍ତ ପ୍ରକାର ଶାରୀରିକ, ଆର୍ଥିକ ଏବଂ ଚରିତ୍ର ବିଷୟରେ ବହୁତ କିଛି ଦର୍ଶାଇଥାଏ । କଳାଜାଇ ପ୍ରଭାବ ଶରୀରରୁ କେବେ ମଧ୍ୟ ଅଲଗା ହୁଏ ନାହିଁ । ସାମାନ୍ୟତଃ କଳାଜାଇ ଶରୀରରେ ହୁଏ ଓ ଶରୀରରେ ଏହି କଳାଜାଇ ଥିଲେ ବ୍ୟକ୍ତିକୁ ଏହା ବିଷୟରେ ଜାଣିବା ପାଇଁ ବହୁତ ଇଛା ହୁଏ ଯେ ଏହାର ଫଳ ସ୍ୱରୂପ କଣ ହେବ । ଆଜି ଆପଣଙ୍କୁ କହିବାକୁ ଯାଉଅଛି କି ଆପଣଙ୍କ ହାତର ଆଙ୍ଗୁଠିରେ ଥିବା କଳାଜାଇ ଆପଣଙ୍କ ଜୀବନରେ କେଉଁ କେଉଁ ରହସ୍ୟକୁ ଉଜାଗର କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ସେ ବିଷୟରେ।

୧- ଅନାମିକା ଆଙ୍ଗୁଠି

ଯେଉଁ ବ୍ୟକ୍ତିର ଅନାମିକା ଆଙ୍ଗୁଠି ବା ରିଙ୍ଗ ଫିଙ୍ଗର ର ସମ୍ବନ୍ଧ ସୂର୍ଯ୍ୟଙ୍କ ସହିତ ହୋଇଥାଏ । ଏହି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ ଥିଲେ ଏହି ବ୍ୟକ୍ତି କର୍ମରେ ନିଜେ ବାଧା ଉପୁଯାଏ ଓ ସାମାଜିକ ପ୍ରତିଷ୍ଠା-ସମ୍ମାନରେ ହାନି ପହଞ୍ଚାଇଥାଏ । ଏହି ବ୍ୟକ୍ତି ରାଗି ସ୍ଵଭାବ ହୋଇଥାନ୍ତି । ଯାହା ଫଳରେ ତାଙ୍କୁ କର୍ମରେ ହାନି ଓ କଷ୍ଟ ଭୋଗ କରିବାକୁ ପଡିଥାଏ ।

ଏହି ଆଙ୍ଗୁଠିର ଦ୍ଵିତୀୟ ଭାଗରେ କଳାଜାଇ ଥିଲେ ପରିବାରରେ ଗୁରୁ ଗୁରୁଜନ, ଭାଇ-ଭଉଣୀ, ବନ୍ଧୁ-ମିତ୍ର, ସାଙ୍ଗ-ସାଥି ମାନଙ୍କ ସହିତ ସମ୍ପର୍କରେ ତିକ୍ତତା ଦେଖାଦେବ । ଏମାନଙ୍କ ସହିତ ସମ୍ପର୍କ ସର୍ବଦା ଦୁର୍ବଳ ରହିବ, କେବେହେଲେ ମଧ୍ୟ ସମ୍ପର୍କ ଆଗକୁ ବୃଦ୍ଧି ହେବ ନାହିଁ ।

ଏହି ଆଙ୍ଗୁଠିର ଦ୍ଵିତୀୟ ଭାଗରେ କଳାଜାଇ ଥିଲେ ବ୍ୟକ୍ତିର ମାନସିକ ଦୁର୍ବଳ ରହେ ଓ ତାହାର ଆତ୍ମବିଶ୍ଵାସ ମଧ୍ୟ ଦୂରେଇଯାଏ ।

୨- କନିଷ୍ଠ ଆଙ୍ଗୁଠି

ଯେଉଁ ବ୍ୟକ୍ତିର କନିଷ୍ଠ ଆଙ୍ଗୁଠି ର ସମ୍ବନ୍ଧ ବୁଧଙ୍କ ସହିତ ହୋଇଥାଏ । ଏହି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ ଥିଲେ ଏହି ବ୍ୟକ୍ତି ବହୁତ ଧନଲୋଭୀ ହୋଇଥାଏ ଓ ବହୁତ ଧନ ମଧ୍ୟ ଆୟ କରିଥାନ୍ତି । ଏହି ଧନ ହେତୁ ମନ ମଧ୍ୟରେ ଗର୍ବଭାବ ଜାତ ହୁଏ ।

ଏହି ଆଙ୍ଗୁଠିର ଶେଷ ଭାଗରେ କଳାଜାଇ ଥିଲେ ବହୁତ ବୁଦ୍ଧି, ଚଞ୍ଚଳତା ହୋଇଥାନ୍ତି । ଯେଉଁ କାମ କରନ୍ତି ଭାବି-ଚିନ୍ତି, ବୁଝି-ବିଚାରୀ ଆଗକୁ ବଢନ୍ତି । କିନ୍ତୁ ଏହି କଳାଜାଇ ଆଉ ଏକ ସଂକେତ ଦିଏ ଯେ, ଭବିଷ୍ୟତରେ କିଏ ଜଣେ ଆପଣଙ୍କୁ ବହୁତ କଷ୍ଟ ଦେଇଥାନ୍ତି ।

୩- ତର୍ଜନୀ ଆଙ୍ଗୁଠି

ଯେଉଁ ବ୍ୟକ୍ତିର ତର୍ଜନୀ ଆଙ୍ଗୁଠି ର ସମ୍ବନ୍ଧ ଗୁରୁଙ୍କ ସହିତ ହୋଇଥାଏ । ଏହି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ ଥିଲେ ଏହି ବ୍ୟକ୍ତି ଗର୍ବ ଅହଂକାର ଭାବରେ କଥା ବାର୍ତ୍ତା କରିଥାଏ । ନିଜକୁ ସର୍ବଦା ବଡ ବୋଲି ଭାବେ ।

ଏହି ଆଙ୍ଗୁଠିର ଦ୍ଵିତୀୟ ଭାଗରେ କଳାଜାଇ ଜାତ ହୁଏ ଯେତେବେଳେ ଆପଣଙ୍କ ଜନ୍ମ କୁଣ୍ଡଳୀରେ ବୃହସ୍ପତି ବା ଶୁକ୍ର ଗ୍ରହ ଅଶୁଭ ଫଳ ଦେଇଥାନ୍ତି । କୁହାଯାଇଛି ଯେ ଏହି ବ୍ୟକ୍ତି ନିଜର ଭାବନାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ କାହା ସହିତ ମଧ୍ୟ ଭଲ ସମ୍ପର୍କ ରଖନ୍ତି ନାହିଁ ।

୪- ମଧ୍ୟମା ଆଙ୍ଗୁଠି

ଯେଉଁ ବ୍ୟକ୍ତିର ମଧ୍ୟମା ଆଙ୍ଗୁଠିର ତଳଭାଗରେ ସମ୍ବନ୍ଧ ଶନିଙ୍କ ସହିତ ହୋଇଥାଏ । ଏହି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ ଥିଲେ ଏହି ବ୍ୟକ୍ତିର ନିର୍ଣ୍ଣୟ କ୍ଷମତା ବହୁତ ମଜବୁତ ଅଟେ ଏବଂ ତାଙ୍କ ଦ୍ଵାରା ନିଆଯାଇଥିବା ଫୈସଲା ଅନ୍ୟ ଜଣଙ୍କ ପାଇଁ ମଧ୍ୟ ଫାଇଦା ହୋଇଥାଏ ।

ଏହି ଆଙ୍ଗୁଠିର ଦ୍ଵିତୀୟ ଭାଗରେ କଳାଜାଇ ଥିଲେ ଶାରୀରିକ ଦୁର୍ବଳତା ସହିତ ସମ୍ପର୍କରେ ମଧ୍ୟ ଦୁର୍ବଳତାର ରହସ୍ୟକୁ ଉଜାଗର କରିଥାଏ । ମନ ମଧ୍ୟରେ ସର୍ବଦା ଭୟ ଜାତ ହୋଇଥାଏ ।

ଏହି ଆଙ୍ଗୁଠିର ତୃତୀୟ ଭାଗରେ କଳାଜାଇ ଥିଲେ ଫେଫଡୋ ଦୁର୍ବଳ ହେବାର ସଂକେତ ଦିଏ । ଯେଉଁ ଲୋକମାନେ ଲୁହା ରସାୟନ ସମନ୍ଧିତ କ୍ଷେତ୍ରରେ ଜଡିତ, ସେମାନଙ୍କ ପାଇଁ ଏହା ବହୁତ ଖତରନାକ ହୋଇଥାଏ ।

ଏହି ଆଙ୍ଗୁଠିର ଶେଷ ଭାଗରେ କଳାଜାଇ ଦର୍ଶାଇ ଥାଏ ଯେ ବ୍ୟକ୍ତିର ଖାଇବା, ପିଇବାରେ ବହୁତ ଅସୁବିଧା ହୁଏ । ଏମାନଙ୍କର ମନ୍ଦପ୍ରକୃତି ଖରାପ ବ୍ୟବହାର ଜାତ ହୋଇଥାଏ । ସବୁଠାରେ ଅପମାନିତ ଅସମ୍ମାନ ପାଇଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!