ଦୈନିକ ରାଶିଫଳ: 27 ଏପ୍ରିଲ 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବାସହ ବିଦ୍ୟାରେ ଉନ୍ନତି କରିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାରସହ ଆଲୋଚନା କରିବା ଉଚିତ୍। ଗୁରୁ ଗୁରୁଜନ ଓ ମାଆ ବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ନୂତନବନ୍ଧୁଙ୍କ ଆଗମନ ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ ଓ ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି, ସୁଖ ସମ୍ପଦ ପ୍ରାପ୍ତି ହେବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। କାମକାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ।ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ରାଜନୀତି କ୍ଷେତ୍ରରେ ଲୋକ ପ୍ରିୟତା ବୃଦ୍ଧି ହେବା ସହ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ଗଠନ ମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ବ୍ୟବସାୟରେ ପୁରୁଣାପ୍ରାପ୍ୟ କିଛି ଆଦାୟ ହୋଇପାରେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ବାସସ୍ଥାନ ବା ଯାନବାହାନର ନବୀକରଣ କରିବାର ସୁଯୋଗ ପାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବାକଷ୍ଟ ହେବ। ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କନ୍ୟା:-ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବା ଫଳରେ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବା ଯୋଗେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଚାନକ ଭାବରେ ଧନ ଲାଭ ହେବ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ। ପ୍ରେମୀକ ପ୍ରେମିକାଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ସ୍ଥାନାନ୍ତରର ଭୟ ମଧ୍ୟ ରହିବ। ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ ଆଉ ନିଜେ ମଧ୍ୟ ଗାଡ଼ି ଚଳାନ୍ତୁ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ଧନୁ:-ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। କୌଣସି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ। କୌଣସି ସାମାଜିକ ଓ ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ। ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇ ପାରନ୍ତି। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଶତୃମାନେ ମଥାନତ କରିବେ ଓ ପୁରାତନ ରୋଗରୁ ଉପସମ ପାଇବେ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ସମାଧାନ କରିପାରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ। ବଂଧୁଙ୍କ ଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ। ସବୁ ଭଲଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତା ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବାସହ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ଅନେକ ଦିଗରୁ ଖୁସି ମିଳିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!