ଦୈନିକ ରାଶିଫଳ: 26 ମଇ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସାମାଜିକ ସ୍ଥିତି ବଜାୟ ରହିବାସହ ପାରିବାରିକ ପତିଆରା ଅମଳିନ ରହିବ। ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହେବା ସହ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ। ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବାସହ ଆର୍ଥିକସ୍ଥିତି ସନ୍ତୋଷ ପ୍ରଦ ହେବ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଆମଦାନୀ ଓ ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେଇପାରେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ କିଛି ଆଦାୟ ହୋଇ ପାରିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ ଓ ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନପନ୍ଥା ଅନୁସରଣ କରିବେ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ସକଳ କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଆଶା ପୂରଣ ହୋଇପାରେ। ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଲାଭମଧ୍ୟ ହେବ। କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଆସ୍ୱସ୍ତି ପାଇବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା କରିବେ ଧନ ଲାଭ ସହିତ ଜିମ୍ମେଦାରୀ ବଢିଯିବ। ବିଦେଶ ଯାତ୍ରାରେ ଲାଭ ପାଇବେ। ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ପାରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ପ୍ରଶଂସା ପାଇବେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ମନ ଅଶାନ୍ତି ରହି ପାରେ। ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି। ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବା ସହ ବଡପଣିଆ ଦେଖାଇଲେ ନିନ୍ଦିତ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବାସହ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ବିଚାର ବିଭାଗର ରାୟ ଆପଣଙ୍କ ସପକ୍ଷରେ ଯିବ। ଆର୍ଥିକ ଚିନ୍ତା ଦୁରହେବାସହ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତିମିଳିବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିଯିବା ଫଳରେ ହସ ଖୁସିର ବାତାବରଣ ଖେଳିଯିବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସହଯୋଗୀ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ପୂର୍ଣ୍ଣ ସହଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି। ଶିକ୍ଷା କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ସମସ୍ତଚେଷ୍ଟା ସତ୍ତ୍ୱେ ନିଜର ଲକ୍ଷ୍ୟ ହାସଲ କରିବାପାଇଁ କଷ୍ଟ ହେବ। ପାରିବାରିକ କ୍ଷେତ୍ରରେ ନୈରାଶ୍ୟ, ଅର୍ଥାଭାବ ଦେଖାଦେଇ ପାରେ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡି ପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ସାମାଜିକ କାର୍ଯ୍ୟରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ରାଜନୀତିରେ ଲୋକସମ୍ପର୍କକୁ ଆଧାରକରି କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବା ସହ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଠିକ୍ ରହି ବାସହ ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ। ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ। ଶତୃମାନେ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କୁମ୍ଭ:-ପ୍ରତେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ ରହିବ। ଆୟ ପନ୍ଥାର ପରିବର୍ତ୍ତନ ଆସିବ। ପ୍ରଶାସନିକ ସ୍ତରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ପରିଚାଳନା ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ଆର୍ଥିକ ଚିନ୍ତା ଦୁରହେବାସହ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତିମିଳିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ। ଶତ୍ରୁନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀ ହେବେ। ଉଚ୍ଚାଧିକାରୀ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ବ୍ୟବସାୟରେ ବାଧା ଉପୁଜିବା ସହ ସଂଘର୍ଷ ମଧ୍ୟ ଦେଇ ଗତି କରିବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!