ଦୈନିକ ରାଶିଫଳ: 19 ଏପ୍ରିଲ 2024, ଶୁକ୍ରବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶିକ୍ଷାକ୍ଷେତ୍ରରେ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବାସହ କ୍ୟାରିଅରରେ ବିଶେଷ ସଫଳତା ପାଇବେ। ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ। ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହୋଇ ଶାନ୍ତି ପାଇବେ। ଗୃହସମସ୍ୟା ସମାଧାନ କରିପାରିବେ ଓ ଘନିଷ୍ଠ ଲୋକମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବ୍ୟବସାୟ କ୍ଷେତ୍ରରେ ଟେଲିଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ। ରାଜନୀତିରେ କ୍ଷମତା ଶକ୍ତି ବଳରେ ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ:-ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ। ହସଖୁସିରେ ସମୟ ବିତାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଓ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ଖୋଜୁଥିବା ଜିନିଷ ଆଜି ମିଳିଯିବ। ଅନ୍ୟର ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ। ସହଯୋଗୀମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟକରି ପ୍ରଶଂସା ପାଇବେ। ସମ୍ପତ୍ତି ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେଲେ ଆର୍ଥିକ ଦିଗ ବହୁତ ଶକ୍ତିଶାଳୀ ହେବ। ପତିପତ୍ନୀଙ୍କ ନକାରାତ୍ମକ ପରିସ୍ଥିତିର ଅବସାନ ହୋଇ ଉତ୍ସାହ ଉଦ୍ଦିପନା ବୃଦ୍ଧିପାଇବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ବ୍ୟବସାୟରେ ସଫଳତା ଅର୍ଜନ କରିବା ଫଳରେ ଆତ୍ମସନ୍ତୋଷ ଦେଖା ଦେବ। ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ। ପୁରୁଣାପ୍ରାପ୍ୟ ଆଦାୟ ହେବାସହ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆନନ୍ଦିତ ହେବେ। ସାମୁଦାୟିକ ମାମଲା ବା ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

କନ୍ୟା:-ସାଙ୍ଗମାନଙ୍କୁ ଅଧିକ ବିଶ୍ଵାସ କଲେ ବ୍ୟବସାୟ କାର୍ଯ୍ୟର ଗତି ବୃଦ୍ଧି ପାଇବ। ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ ଓ ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। କାର୍ଯ୍ୟକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ଲୋକମାନଙ୍କ ସହିତ ମିଳିମିଶି କାମ କରି ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇ ଆର୍ଥିକ କ୍ଷେତ୍ରରେ ସ୍ଥିରତା ଆସିବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ଠିକାକାମରେ ନିଯୁକ୍ତ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଲାଭବାନ ହେବେ। ବନ୍ଧୁଙ୍କ ଚେଷ୍ଟାରେ ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗେଇଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ଦୃଢହେବ ଓ ଦାମ୍ପତ୍ୟସୁଖ ବୃଦ୍ଧିହେବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ। ନିଜ ଗୃହ ସମସ୍ୟା ସଜାଡିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ବାଦବିବାଦ ଠାରୁ ଦୂରେଇ ରହିଲେ ବହୁତ ଭଲ ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବ୍ୟବସାୟରେ ଉଚିତ୍ ଲାଭପାଇବେ। କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରି ପାରନ୍ତି। ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ କରି ଉପରିସ୍ଥଙ୍କ ଶ୍ରଦ୍ଧାର ପାତ୍ର ହେବେ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।

ମୀନ:-ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପୋଯୋଗ କରିବା ଫଳରେ ବହୁତ ଲାଭ ମିଳିବ। ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ। ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ରୂପରେ ସାହାଯ୍ୟ କରିବାକୁ ବାଧ୍ୟ ହେବେ। କିନ୍ତୁ ପୁରୁଣା ସମ୍ପର୍କରେ ତିକ୍ତତା ଆସିବ ଓ ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡି ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!