ଜୁଲାଇ 03 ତାରିଖରୁ ଜୁଲାଇ 09 ତାରିଖ 2023 ସାପ୍ତାହିକ ରାଶିଫଳ, ଏହି 4ଟି ରାଶିରେ ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସକଳ କାର୍ଯ୍ୟରେ ସଫଳତା ମିଳିବାସହ ଉଚ୍ଚଆଶା ପୂରଣ ହୋଇ ପାରେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ସ୍ୱାସ୍ଥ୍ୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଫଳରେ ସାମାଜିକସ୍ଥିତି, ମାନସମ୍ମାନ ପ୍ରସିଦ୍ଧି ବୃଦ୍ଧି ପାଇବ। ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ। ପତିପତ୍ନୀଙ୍କର ବୁଝାମଣା ଠିକ୍ ରହିବାସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ଆଗକୁ ବଢି ପାରିବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହର ଶେଷ ଦୁଇଦିନ ମହିଳା ଓ ପୁରୁଷ ମାନଙ୍କର ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ଅଟକିଥିବା କାର୍ଯ୍ୟ ପୂରଣ ହୋଇ ସାମାଜିକ ପତିଆରା ଅମଳିନ ରହିବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଘଟିବାସହ ଶତ୍ରୁବାଧା ଦୂରେଇ ଯିବ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ। ରାଜନୀତିରେ ଉନ୍ନତି ହେବା ସହ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। କିନ୍ତୁ ଆରମ୍ଭରୁ ପାଞ୍ଚଦିନ ଟଙ୍କ।ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେଇ ପାରେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟି ବନ୍ଧୁତ୍ଵ ସୃଷ୍ଟି ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ ଆଦି କ୍ରୟକରିବା ପାଇଁ ଯୋଗାଯୋଗ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପରିଶ୍ରମ କରି ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ପାରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଅତ୍ୟଧିକ ଲାଭ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। କିନ୍ତୁ କୌଣସି ଧାର୍ମିକ କାର୍ଯ୍ୟରେ ଅର୍ଥ କିଛି ବ୍ୟୟ କରିବେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବାସହ ସ୍ଵାସ୍ଥ୍ୟହାନିର ମଧ୍ୟ ଆଶଙ୍କା ରହିଛି। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟସମସ୍ୟା ଦୂରହୋଇ ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଖୁସିହେବେ।ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବାସହ ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବାସହ ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହେବ ଓ ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଶିକ୍ଷା କ୍ଷେତ୍ରରେ ମାନସିକ ଶାନ୍ତି ପାଇବା ସହ ସାମାଜିକ ପତିଆରା ଅମଳିନ ରହିବ। ଦାମ୍ପତ୍ୟ କଳହକୁ ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ। ଛାତ୍ରଛାତ୍ରୀ ମାନଙ୍କର ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ। ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବାସହ ସାମାଜିକ ପତିଆରା ଅମଳିନ ରହିବ। ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବା ସହ ନୂଆ ଯୋଜନାରେ ସଫଳହେବେ। ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତିରେ ବୃଦ୍ଧି ହେବ। ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବ। ମାନସିକ ଶାନ୍ତି ଅନୁଭବ କରିବେ ଓ ଦୂରଯାତ୍ରାରେ ସଫଳ ହେବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ କ୍ଷେତ୍ରକୁ ପ୍ରସାର ପ୍ରଚାର କରିବା ଫଳରେ ଆୟ ଉପାର୍ଜନ ବୃଦ୍ଧିହେବ। ପରିବାରରେ ସାଧାରଣ ଚଳଣି ଅତୁଟ ରହି ସୁସ୍ଥ ବାତାବରଣ ଜାରି ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ରାଜନୀତିରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ମାଲିମୋକଦ୍ଦମାରେ କୂଟନୀତିର ଶିକାର ହେବେ। ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ ଜୀବନରେ ସୁଧାର ଆସିବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟରେ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଉତ୍ସାହ ଉଦ୍ଦିପନାରେ ଆଗେଇ ପାରିବେ। ବ୍ୟାପାରରେ ପ୍ରଚୁର ଲାଭ ହେବ ଓ ସାମାଜିକ ପତିଆରା ଅମଳିନ ରହିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଅପ୍ରତ୍ୟାଶିତ ଘଟଣା ଘଟି ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଆଶା କରିଥିବା ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆୟ ଉପାର୍ଜନ ମଧ୍ୟମ ଧରଣର ହେବ। ରାଜନୀତି କ୍ଷେତ୍ରରେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେଇ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବେ। ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଦେଖାଦେବ। ଘରୋଇ କର୍ମକ୍ଷେତ୍ରରେ ସହକର୍ମୀ ଓ ପଦାଧିକାରୀମାନେ ଖୁସି ରହିବା ସହ ମାନସମ୍ମାନ ବୃଦ୍ଧିହେବ। ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପ୍ରତିକାର- ପ୍ରତ୍ୟେକଦିନ ସିନ୍ଦୁରଟିକେ ମୁଣ୍ଡରେ ଲଗେଇ ଦିଅନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହୋଇ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଆୟ ଉପାର୍ଜ୍ଜନର ବୃଦ୍ଧି, ଉନ୍ନତି ସହ ସୁସ୍ଥ ବାତାବରଣ ଜାରି ରହିବ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିପାରିବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ଲାଭବାନ୍ ହେବେ। ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବା ଫଳରେ ପ୍ରଶଂସିତ ହେବେ ଓ କାହାରି ପାଖରେ ମୁଣ୍ଡ ନଇଁବ ନାହିଁ। ଚାକିରୀ କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ପ୍ରସଂଶିତ ହେବା ସହ ଉଚ୍ଚପଦ ପଦବି ପ୍ରାପ୍ତି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବାସହ ବିଶେଷ ଲାଭବାନ୍ ହେବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ କିମ୍ବା ଡାକ୍ତରୀ ପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ ଓ ଜୀବନସଥିଙ୍କ କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ପ୍ରତିକାର:- ପ୍ରତ୍ୟେକଦିନ ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ସୁବିଧା ବାଦକୁ ଆପଣେଇ ନେଇ ମନ ବିକାର ଦୂରହେବ। ତୀର୍ଥାଟନ ଯୋଗ ଥିବାରୁ ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ। ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ। ବିଦ୍ୟୁତ ବିଭାଗ, ପ୍ରଶାସନ ବିଭାଗ, ବିଚାର ବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟ ସଂବନ୍ଧୀୟ ବିଭାଗ, ଖାଦ୍ୟ ପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କରନ୍ତୁ। ନିଶ୍ଚୟ ଚାକିରୀ ମିଳିବ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଘରୋଇ ସମସ୍ୟାର ସମାଧାନ ହୋଇ ପାରିବାରିକ ସୁଖ ଶାନ୍ତି ପାଇବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି ହେବା ସହ ସନ୍ତାନଙ୍କ ଶୁଭ ଖବର ପାଇ ଖୁସି ହେବେ। ନିଜର ବୁଦ୍ଧି, ବିବେକ ଖଟାଇ ଅନେକ ସମସ୍ୟାର ସମାଧାନ କରି ପାରିବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ପତିଆରା ଅମଳିନ ରହିବାସହ ଧାର୍ମିକ କାର୍ଯ୍ୟରେ ମନ ବଳାଇ ପାରନ୍ତି। ପ୍ରତିକାର:- ପ୍ରତ୍ୟେକଦିନ କଦଳୀଗଛ ମୂଳରେ ହଳଦୀପାଣି ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!