ଦୈନିକ ରାଶିଫଳ: 24 ଏପ୍ରିଲ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବା ସହ ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। ଅଧ୍ୟୟନରେ ଆପଣ ଭଲ ଲାଭ ପାଇବେ ଓ ଭବିଷ୍ୟତ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି। ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ। ବ୍ୟବସାୟ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବ୍ୟବସାୟରେ ଆଶାତୀତ ଲାଭବାନ ହେବେ। ମାଲିକମାନେ ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ। ପ୍ରେମୀକ ପ୍ରେମିକାଙ୍କର ଆଶା ଆକାଂକ୍ଷା ପୂର୍ତ୍ତି ଘଟିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ରାଜନୈତିକ କ୍ଷେତ୍ରରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ଟିକେ ଚିନ୍ତିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ। ପଇସା ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇ ପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପାଇବେ। ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ନୂତନ ଘର କିମ୍ବା ଜାନବାହାନ କିଣିବାପାଇଁ ଯୋଜନା କରୁଥିଲେ ସମୟ ବହୁତ ଭଲରହିବ। କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ। ବ୍ୟବସାୟରେ ସମସ୍ୟା ସମାଧାନ କରି ଆୟର ମାର୍ଗ ପ୍ରଶସ୍ତ କରିବେ। ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆର୍ଥିକସ୍ଥିତିରେ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ବନ୍ଧୁମାନଙ୍କ ସହଯୋଗ ଫଳରେ ପରିବାରରେ ଆନନ୍ଦ ଲହରୀ ଖେଳିଯିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ମନୋରଞ୍ଜନ କରିବାର ସମୟ ପାଇବେ। ବିଦ୍ୟା ଓ ଖେଳରେ ଉନ୍ନତି ହେବ। ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ଜନ ସେବାରେ ପ୍ରଶଂସା ମିଳିବ। ପ୍ରେମ ସମ୍ବନ୍ଧରେ ବିଫଳ ହେବେ। ଅତି ପ୍ରିୟ ବନ୍ଧୁଙ୍କ ଠାରୁ ଦୂରେଇ ଯିବାର ସମ୍ଭାବନା ଅଛି। ଗୃହରେ ଧାର୍ମିକ କାର୍ଯ୍ୟ କରିପାରନ୍ତି। ଭାଇଙ୍କଠାରୁ ସହଯୋଗ ପାଇବେ। କିନ୍ତୁ ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ଉଚ୍ଚପଦାଧିକାରୀମାନେ ଆପଣଙ୍କୁ ବହୁତ ସମର୍ଥନ କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଘଟିବା ସହ କରଜ ଭାରରୁ ମୁକ୍ତି ମିଳିବ। କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରିବେ ନାହିଁ। କାରଣ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶୁଭ ସମାଚାର ପାଇ ମନ ଖୁସି ହେବ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ପ୍ରେମିକ ପ୍ରେମିକାମାନେ ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ଦୂରଯାତ୍ରାରେ ସୁଖମିଳିବ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।

ମକର:-ପାରିବାରିକ ବ୍ୟବସ୍ଥା ପରିବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବା ସହ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ସୃଷ୍ଟି ହୋଇପାରେ। ନିଜଆଚାର ବ୍ୟବହାର ସନ୍ତୋଷ ଜନକ ହେବାଦ୍ଵାରା ଗୁରୁଜନଙ୍କ ବିଶ୍ବାସ ଭାଜନ ହେବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-କୌଣସି ଆନୁଷ୍ଠାନିକ, ମାଙ୍ଗଳିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରି ନେବା ଉଚିତ୍। ରାଜନୀତିରେ ସ୍ଵାର୍ଥରକ୍ଷା କରିବାରେ ସମୟ ବିତିବ। ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ଦ୍ୱାରା ପାରିବାରିକ ସୁଖ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିବେ। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-ସାମାଜିକ କର୍ମୀମାନେ ଉଚିତ୍ କାର୍ଯ୍ୟ କରିବା ଫଳରେ ପ୍ରଶଂସିତ ହେବେ। କାମକାର୍ଯ୍ୟରେ ଉନ୍ନତି ହେବାସହ ଆମଦାନୀ ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିବ। ଘରୋଇ ଜୀବନରେ ଆପଣ ଆଶା କରୁଥିବା ଅପେକ୍ଷା ଅଧିକ ଶୁଭଫଳ ପାଇବେ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ଦୂରଯାତ୍ରା କଲେ ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!