କର୍ମ, ଧନ ଆଶା କରୁଥିଲେ ଏହି ପାଞ୍ଚୋଟି ରାଶିରେ ଜନ୍ମିତ ବ୍ୟକ୍ତି କରନ୍ତୁ ଏହି ସବୁ ଉପାୟ।
ବୃଷ, ତୁଳା, ମକର, କୁମ୍ଭ ଓ କନ୍ୟା ରାଶିର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତବ୍ୟକ୍ତି ଏହି ଉପାୟ କଲେ ବିଦ୍ୟାବୁଦ୍ଧି, ଧନଜନ, ସୁଖ ସୌଭାଗ୍ୟପ୍ରାପ୍ତିହେବ। ଏହି ରାଶିର ବ୍ୟକ୍ତିଙ୍କଠାରେ ଶନି ଗ୍ରହଙ୍କ ସମସ୍ତ ଗୁଣ ବିଦ୍ୟମାନ ହୋଇଥାଏ । ଦୃଢନିଶ୍ଚୟୀ, ମାଂସଳ ଯୁକ୍ତ, ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଶିକ୍ଷାକ୍ଷେତ୍ର, ବିଦ୍ୟାପ୍ରାପ୍ତି, ଅର୍ଥଉପାର୍ଜନ ବା ସାମାଜିକ ଜୀବନରେ ଅଳ୍ପମାତ୍ରାରେ ସନ୍ତୁଷ୍ଟ ହୋଇନଥାନ୍ତି। ତେଣୁ ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ସୁଖ ଆନନ୍ଦ ଓ ସୌଭାଗ୍ୟ ବୃଦ୍ଧିହେବ।
୧. ସାଧନାକକ୍ଷ
ସାଧନାକକ୍ଷ ବା ପୂଜାଘର ଲାଲ୍ ରଙ୍ଗ ହୋଇଥିଲେ ସଫଳଦାୟକ ମନ୍ତ୍ରସିଦ୍ଧ ହୋଇଥାଏ।

୨. ଶନିଶ୍ଚରଙ୍କୁ ସ୍ମରଣ
ପୈତୃକ ସମ୍ପତ୍ତି ଓ ସଞ୍ଚିତ ଧନର ଉତ୍ତରୋତ୍ତର ଉନ୍ନତି ଆଶା କରୁଥିଲେ ଓ ବ୍ୟବସାୟରେ ଅଧିକ ଲାଭ ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ, ଶନିବାରଦିନ ସୂର୍ଯ୍ୟାସ୍ତ ସମୟରେ ପଶ୍ଚିମକୁ ମୁଖକରି ମନ ମଧ୍ୟରେ ଗ୍ରହରାଜ ଶନିଶ୍ଚରଙ୍କୁ ସ୍ମରଣ କରି ପଦ୍ମକେଶର ମାଳି ପାଞ୍ଚୋଟି ନାଲି କପଡ଼ାରେ ବାନ୍ଧି ନିଜର ଗଳାରେ, ପକେଟ୍ ରେ କିମ୍ବା ଆଲମିରା ବା ବାକ୍ସରେ ରଖିବା ଦ୍ଵାରା ମାଲକ୍ଷ୍ମୀଙ୍କ କୃପାରୁ ମନୋବାଞ୍ଛିତ ଧନ ପ୍ରାପ୍ତି ହେବ।

୩. ଗଣେଶଙ୍କୁ ସିନ୍ଦୂର
ଯଦି ଧନପ୍ରାପ୍ତିରେ ବାଧା ଓ ଋଣ ଥାଏ ତେବେ ସ୍ୱେତାର୍କ ଗଣେଶଙ୍କୁ ସିନ୍ଦୂର ଲଗେଇ ଚାନ୍ଦିର ଲକେଟ୍ ପିନ୍ଧେଇ ପଞ୍ଚୋପଚାରରେ ପୂଜା କରି ନିଜର ଧନ ରଖିଥିବା ସ୍ଥାନରେ ରଖିବା ଆବଶ୍ୟକ ।

୪. ଅମାବାସ୍ୟା
ଅମାବାସ୍ୟା ରାତ୍ରରେ ନାଲି ଚନ୍ଦନ ଓ କେଶର ଘୋରି ଏକ ଧଳାବସ୍ତ୍ରରେ ଔଁ ଲେଖି ସେହି ବସ୍ତ୍ରକୁ ମନିପର୍ସ, ଟଙ୍କାବାକ୍ସ, ଟ୍ରେଜେରୀ ବା ଆଲମିରାରେ ରଖିଲେ ଧନ ସମ୍ପଦ ସମୃଦ୍ଧି ହେବା ସହ ଆକସ୍ମିକ ଧନହାନୀ ମଧ୍ୟ ହେବ ନାହିଁ ।
୫. ଗୁରୁବାର
ଯଦି ଆପଣ ପ୍ରତ୍ୟେକ ଗୁରୁବାର ଦିନ ସଂଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ତେଲର ଦୀପ ଜଳାଇବେ ଓ ସେହି ଦୀପରେ ଦୁଇଟି ଲବଙ୍ଗ ପକେଇବେ ତେବେ ବର୍ଷସାରା ଆର୍ଥିକ ଅନୁକୂଳତା ପ୍ରାପ୍ତି ହେବ ଓ ଉଧାର ଦେଇଥିବା ଟଙ୍କା ମଧ୍ୟ ସହଜରେ ପ୍ରାପ୍ତ ହେବ ।
୬. ଲକ୍ଷ୍ମୀଙ୍କ ପୂଜା
ଯଦି ଆପଣ ପର୍ଯ୍ୟାପ୍ତ ଧନ ଅର୍ଜନ କରିବା ପରେ ଏହାକୁ ସଞ୍ଚୟ କରିବାରେ ଅସମର୍ଥ ଅସଫଳ ହେଉଥାନ୍ତି ତେବେ ପ୍ରତ୍ୟେକ ଗୁରୁବାର ଦିନ ପଦ୍ମଫୁଲରେ ଲକ୍ଷ୍ମୀଙ୍କୁ ପୂଜା କରି ଫୁଲ ହଳଦିଆ ବସ୍ତ୍ରରେ ବାନ୍ଧି ନିଜପାଖରେ ରଖିଲେ କିମ୍ବା ଧନ ରଖିବା ସ୍ଥାନରେ ରଖିଦେଲେ ଆର୍ଥିକ ସମସ୍ୟା ସବୁଦିନ ପାଇଁ ଛାଡି ଚାଲିଯିବ।

୭. ମନ୍ତ୍ର
ଓଁ ଶ୍ରୀଂ ଲକ୍ଷ୍ମୀନାରାୟଣ ନମଃ ।
ଅଷ୍ଟମୀ ଯୁକ୍ତ ଗୁରୁବାରରେ ଆରମ୍ଭ କରିବେ ଏହି ମନ୍ତ୍ରକୁ ତୁଲସୀ ମାଳରେ ପ୍ରତ୍ୟେକ ଦିନ ୧୦୮ ଥର ଉଚ୍ଚାରଣ କରି ଜପକଲେ ସମସ୍ତ ଗ୍ରହରିଷ୍ଟ ଖଣ୍ଡନ ହୋଇ ବ୍ୟକ୍ତି ଘର, ପରିବାର, କୁଟୁମ୍ବ, ସମାଜର ସମସ୍ତ ଦାୟିତ୍ୱ ନେଇ ସୂଚାରୁ ରୂପେ କର୍ତ୍ତବ୍ୟ ନିର୍ବାହ କରି ପାରିବେ।
୮. ଅନଧ୍ୟୟନ ଦିବସ
ଅଷ୍ଟମୀ, ନବମୀ, ଅମାବାସ୍ୟା, ପ୍ରତିପଦା ଓ ପୂର୍ଣ୍ଣିମା ତିଥିରେ ସନ୍ଧ୍ୟା ସମୟରେ, ମେଘ ଗର୍ଜନ ସମୟରେ, କାର୍ତ୍ତିକ ମାସ କୃଷ୍ଣ ଦ୍ୱିତୀୟା ଆଶ୍ୱିନ ମାସ ଶୁକ୍ଳ ଦ୍ୱିତୀୟା ଆଦି ସମୟକୁ ଅନଧ୍ୟୟନ ଦିବସ ରୂପେ ପୂର୍ବ ବୈଜ୍ଞାନିକମାନେ ସ୍ଥିର କରି ଯାଇଛନ୍ତି । ତେଣୁ ଏହି ତିଥି ମାନଙ୍କରେ ବିଦ୍ୟାରମ୍ଭ ବା ବିଦ୍ୟାପଠନ କରିବା ଦ୍ୱାରା ବିଦ୍ୟାର୍ଥିମାନେ ମୂର୍ଖ ବା ପରୀକ୍ଷାରେ ଫେଲ୍ ହୋଇଥାନ୍ତି ଏବଂ ସ୍ମରଣ ଶକ୍ତି ହାନି ହୁଏ ।
