ଶିବରାତ୍ରିରେ ରାଶି ଅନୁସାରେ କରନ୍ତୁ ଏଭଳି ଶିବଙ୍କ ଆରାଧନା, ହେବ ସମସ୍ତ ରିଷ୍ଟ ଖଣ୍ଡନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସୌରାଷ୍ଟ୍ରେ ସେମାନାଥଂ ଚ ଶ୍ରୀଶୈଳେ ମଲ୍ଲିକାର୍ଜ୍ଜୁନମ୍ । କେଦାରଂ ହିମବତ୍ପୃଷ୍ଠ ଡାକିନ୍ୟାଂ ଭୀମଶଙ୍କରମ୍ । ଉଜ୍ଜୟିନ୍ୟାଂ ମହାକାଳମୋଙ୍କାରମମଳେଶ୍ୱରମ୍ । । ୧ । । ବାରାଣସ୍ୟାଂ ଚ ବିଶ୍ୱେଶଂ ତ୍ର୍ୟମ୍ବକଂ ଗୌତମୀତଟେ । । ୨ । । ବୈଦ୍ୟନାଥଂ ଚିତାଭୂମୌ ନାଗେଶଂ ଦାରୁକାବନେ । ସେତୁବନେ୍ଧ ଚ ରାମେଶଂ ଘୁଶ୍ମେଶଂ ଚ ଶିବାଳୟେ । । ୩ । । ସର୍ବପାପବିନିର୍ମୁକ୍ତଃ ସର୍ବସିଦ୍ଧିଫଳୋ ଭବେତ୍ । । ୪ । । ଦ୍ୱାଦଶୈତାନି ନାମାନି ପ୍ରାତରୁତ୍ଥାୟ ଯଃ ପଠେତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧. ସୌରାଷ୍ଟ୍ର ପ୍ରଭାସକ୍ଷେତ୍ର ଗୁଜୁରାତରେ ଶ୍ରୀ ସୋମନାଥ । ୨. ଶ୍ରୀଶୈଳମ୍ ଆନ୍ଧ୍ର ପ୍ରଦେଶର କୃଷ୍ଣାନଦୀ ତଟରେ ଶ୍ରୀ ମଲ୍ଲିକାର୍ଜ୍ଜୁନମ୍ ।

୩. ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଶ୍ରୀ ମହାକାଳ । ୪. ଛତିଶଗଡ଼ ଓ ମଧ୍ୟପ୍ରଦେଶର ନର୍ମଦା ନଦୀ ତଟରେ ଶ୍ରୀ ଓଁକାରେଶ୍ୱର ବା ଶ୍ରୀ ଅମଳେଶ୍ୱର ।

୫. ହିମାଳୟ ଶୃଙ୍ଗ ଉତ୍ତରାଖଣ୍ଡରେ ଶ୍ୟୀ କେଦାରନାଥ । ୬. ଡାକିନି ମହାରାଷ୍ଟ୍ରର ସହ୍ୟପର୍ବତଠାରେ ଶ୍ରୀ ଭୀମଶଙ୍କର ।

୭. ବାରଣାସୀ (କାଶୀ)ରେ ଶ୍ୟୀ ବିଶ୍ୱେଶର ବା ଶ୍ରୀ ବିଶ୍ୱନାଥ । ୮ମହାରାଷ୍ଟ୍ରର ଗୋଦାବରୀ ଗୌତମୀ ତଟରେ ଶ୍ରୀ ତ୍ର୍ୟୟମ୍ବକେଶ୍ୱର ।

୯. ଚିତାଭୂମି ବିହାରରେ ଶ୍ରୀ ବୈଦ୍ୟନାଥ । ୧୦. ଗୁଜରାଟ ଦାରୁକାବନ (ଦ୍ୱାରିକା)ରେ ଶ୍ରୀନାଗେଶ୍ୱର ।

୧୧. ସେତୁବନ୍ଧ ତାମିଲନାଡୁରେ ଶ୍ରୀ ରାମେଶ୍ୱର । ୧୨. ଶିବାଳୟ ମହାରାଷ୍ଟ୍ର ଦୌଲତାବାଦଠାରୁ ୧୮ କିଲୋମିଟର ବେରୁଲଗ୍ରାମରେ ଶ୍ରୀ ଘୁଶ୍ମେଶ୍ୱର ବା ଶ୍ରୀ ଘୃଷୁଣେଶ୍ୱର ଅବସ୍ଥିତ ।

(ଉକ୍ତ ଦ୍ୱାଦଶନାମକୁ ଯିଏ ପ୍ରାତଃ ଉଠି ପାଠ କରେ ସେ ସମସ୍ତ ପାପରୁ ମୁକ୍ତ ହୁଏ ଓ ସମସ୍ତ ପ୍ରକାର ସିଦ୍ଧି ପ୍ରାପ୍ତ କରେ)

ନିଜ ରାଶି ଅନୁସାରେ ଗାଈ ଘିଅର ଦୀପଜାଳି ନିମ୍ନୋକ୍ତ ମନ୍ତ୍ରକୁ ଜାଗର ବ୍ରତ ପାଳନ ସମୟରେ ରୁଦ୍ରାକ୍ଷ ମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ ।

ମେଷ- ଓଁ ଐଂ ଶଙ୍କରାୟ ନମଃ । ତିନିମୁଖୀ ଦୀପ ଜାଳି ବସିବେ ।

ବୃଷ- ଓଁ ଐଂ ରୁଦ୍ରାୟ ନମଃ । ପାଞ୍ଚ ମୁଖୀ ଦୀପ ଜାଳି ବସିବେ ।

ମିଥୁନ- ଓଁ ଐଂ ଶିବାୟ ନମଃ । ସାତମୁଖୀ ଦୀପ ଜାଳି ବସିବେ ।

କର୍କଟ- ଓଁ ଐଂ ଚନ୍ଦ୍ର ଚୂଡାୟ ନମଃ । ଦୁଇମୁଖୀ ଦୀପ ଜାଳି ବସିବେ ।

ସିଂହ- ଓଁ ଐଂ ଆଶୁତୋଷାୟ ନମଃ । ପାଞ୍ଚ ମୁଖୀ ଦୀପ ଜାଳି ବସିବେ ।

କନ୍ୟା- ଓଁ ଐଂ ମହାଦେବାୟ ନମଃ । ସାତମୁଖୀ ଦୀପ ଜାଳି ବସିବେ ।

ତୁଳା- ଓଁ ଐଂ ଐଶାନାୟ ନମଃ । ପାଞ୍ଚ ମୁଖୀ ଦୀପ ଜାଳି ବସିବେ ।

ବିଛା- ଓଁ ଐଂ ଲୋକନାଥାୟ ନମଃ । ତିନିମୁଖୀ ଦୀପ ଜାଳି ବସିବେ ।

ଧନୁ- ଓଁ ଐଂ ଲିଙ୍ଗରାଜାୟ ନମଃ । ପାଞ୍ଚ ମୁଖୀ ଦୀପ ଜାଳି ବସିବେ ।

ମକର- ଓଁ ଐଂ ମହେଶ୍ଵରୟ ନମଃ । ସାତମୁଖୀ ଦୀପ ଜାଳି ବସିବେ ।

କୁମ୍ଭ- ଓଁ ଐଂ ପୂର୍ଣ୍ଣେ ଶ୍ଵରାୟ ନମଃ । ସାତମୁଖୀ ଦୀପ ଜାଳି ବସିବେ ।

ମୀନ- ଓଁ ଐଂ ନୀଳ କଣ୍ଠାୟ ନମଃ । ପାଞ୍ଚ ମୁଖୀ ଦୀପ ଜାଳି ବସିବେ ।

ବିଶେଷତଃ:- ଜାଗର ସମୟରେ ଏହିପ୍ରକାରର ଦୀପରେ ଏତିକିଟି ବଳିତା ପକେଇ ଉପରୋକ୍ତ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ ।

ଶିବରାତ୍ରି

ଶିବରାତ୍ରି ନିତ୍ୟ ଓ କାମ୍ୟବ୍ରତ ଅଟେ । ଚୈତ୍ର ଶୁକ୍ଳ ପ୍ରତିପଦରୁ ବର୍ଷଆରମ୍ଭ, ଏହି ଚାନ୍ଦ୍ରମାସ ଧରି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀକୁ କୃଷ୍ଣ ଚତୁର୍ଦ୍ଦଶୀ କୁହାଯାଇଛି । ଏହି ଶିବରାତ୍ରି ବ୍ରତକଲେ ମାନବର ସର୍ବପାପ ବିନଷ୍ଟ ହୁଏ । ବ୍ରହ୍ମଣଠାରୁ ଚାଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଏ ବ୍ରତରେ ଭାଗୀ ହୁଅନ୍ତି, ଯେଉଁଲୋକ ଏହି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବରାତ୍ରି ବ୍ରତକରେ ତାହାର ଅଭିଳଷିତ ଫଳ ସହଜରେ ପ୍ରାପ୍ତ ହୁଏ । ମାଧବାଚାର୍ଯ୍ୟ ଶିବରାତ୍ରିର ମୁଖ୍ୟକାଳ ନିର୍ଣ୍ଣୟ ସମ୍ବନ୍ଧେ କହିଅଛନ୍ତି ଯେଉଁ ଚତୁର୍ଦ୍ଦଶୀ ପ୍ରଦୋଷ କାଳକୁ ବ୍ୟାପୁଥାଏ କିମ୍ବା ପ୍ରଦୋଷ ବା ନିଶାର୍ଦ୍ଧ ଏପରି ଉଭୟ କାଳକୁ ପାଉଥାଏ ଏହିପରି ଚତୁର୍ଦ୍ଦଶୀ ଶିବରାତ୍ରି ବ୍ରତପକ୍ଷେ ପ୍ରଶସ୍ତ ।

ଅର୍ଦ୍ଧରାତ୍ର ବୋଇଲେ ରାତ୍ରି ଦ୍ଵିତୀୟ ପ୍ରହର ଶେଷଦଣ୍ଡ ଓ ତୃତୀୟ ପ୍ରହର ଆଦ୍ୟ ଦଣ୍ଡକୁ ବୁଝାଏ । ପ୍ରଦୋଷ କହିଲେ ସୂର୍ଯ୍ୟାସ୍ତର ପରବର୍ତ୍ତୀ ତ୍ରିମୂହୁର୍ତ୍ତ । ଏହି କାଳର ସାତ ପ୍ରକାର ବ୍ୟାପ୍ତି ରହିଅଛି, ଯଥା-ପୂର୍ବ ଦିନରେ ଚତୁର୍ଦ୍ଦଶୀର ପ୍ରଦୋଷ ଓ ନିଶୀଥବ୍ୟାପ୍ତି, ପରଦିନରେ ଓ ଦ୍ରୁପ ପ୍ରଦୋଷ ଓ ନିଶୀଥବ୍ୟାପ୍ତି, ଏ ଦୁଇ ପ୍ରକାରରେ କୌଣସି ସନ୍ଦେହ ନାହିଁ । କାରଣ ତହିଁରେ ଅନ୍ୟକିଛି ଭେଦ ନାହିଁ । ଦୁଇଦିନ ଚତୁର୍ଦ୍ଦଶୀରେ ପ୍ରଦୋଷ ବ୍ୟାପ୍ତ ଓ ଦୁଇଦିନରେ ଚତୁର୍ଦ୍ଦଶୀର ପ୍ରଦୋଷ ଅବ୍ୟାପ୍ତ । ଏ ଦୁଇ ମତରେ କେବଳ ପୂର୍ବଦିନ ଉପବାସ କର୍ତ୍ତବ୍ୟ ।

କାରଣ ପ୍ରଥମପକ୍ଷରେ ଚତୁର୍ଦ୍ଦଶୀ ପ୍ରଦୋଷ ଓ ନିଶୀଥ ଉଭୟ କାଳରେ ଥାଏ । ଦ୍ଵିତୀୟ ପକ୍ଷରେ ଅର୍ଦ୍ଧରାତ୍ରକୁ ଥାଏ । ଉଭୟ ଦିନରେ ଚତୁର୍ଦ୍ଦଶୀର ନିଶୀଥବ୍ୟାପ୍ତି ଓ ଉଭୟ ଦିନରେ ଚତୁର୍ଦ୍ଦଶୀର ନିଶୀଥଅବ୍ୟାପ୍ତ ଏ ଦୁଇ ପକ୍ଷରେ କେବଳ ପରଦିନରେ ଉପବାସ ହୁଏ । କାରଣ ପ୍ରଥମପକ୍ଷରେ ଚତୁର୍ଦ୍ଦଶୀ ପ୍ରଦୋଷ ଓ ଅର୍ଦ୍ଧରାତ୍ର ଉଭୟକାଳରେ ବିଦ୍ୟମାନ ଏବଂ ଦ୍ଵିତୀୟ ପକ୍ଷରେ ଚତୁର୍ଦ୍ଦଶୀ ପ୍ରଦୋଷ କାଳକୁ ବ୍ୟାପୁଥାଏ । ପୂର୍ବ ଦିନରେ ଚତୁର୍ଦ୍ଦଶୀର ଅର୍ଦ୍ଧରାତ୍ରବ୍ୟାପ୍ତି ଓ ଅନ୍ୟ ଦିନରେ ଚତୁର୍ଦ୍ଦଶୀ ପ୍ରଦୋଷବ୍ୟାପ୍ତି, ଏ ପକ୍ଷରେ ଅର୍ଦ୍ଧରାତ୍ରକୁ ପାଉଥିବା ଚତୁର୍ଦ୍ଦଶୀତିଥିରେ ଉପବାସ ବିଧେୟ ।

କାରଣ ଅର୍ଦ୍ଧରାତ୍ରପରେ ଯଦିଚ ତ୍ରୟୋଦଶୀତିଥିରେ ଯୋଗ ଜଣାଯାଏ ତେବେ ସେବଧର୍ମୀମାନେ ପୂର୍ବବିଦ୍ଧାରେ ଶିବରାତ୍ରିବ୍ରତ କରିବେ । ଏହିପରି ଅର୍ଦ୍ଧରାତ୍ରକୁ ମୁଖ୍ୟକାଳ ବୋଲି ସ୍ଥିର ହୋଇଥିବାରୁ ତ୍ରୟୋଦଶୀ ଯୁକ୍ତ ରାତ୍ରିକାଳ ପ୍ରଶସ୍ତ । ପାରଣାବିଧି ନିର୍ଣ୍ଣୟ ଶୁକ୍ଳ ଚତୁର୍ଦ୍ଦଶୀ ପକ୍ଷେ ନିଃସନ୍ଦେହ କାରଣ ପରଦିନକୁ ଚତୁର୍ଦ୍ଦଶୀ ଆଦୌ ନଥାଏ । ଆଉମଧ୍ୟ ପ୍ରତ୍ୟେକ ଉପବାସର ପରବର୍ତ୍ତୀ ପ୍ରାତଃକାଳରେ ପାରଣା କରିବା ଶାସ୍ତ୍ରସମ୍ମତ । ଯେଉଁଠାରେ ପୂର୍ବବିଦ୍ଧା ଚତୁର୍ଦ୍ଦଶୀ ଉପବାସ କରାଯାଏ, ସେଠାରେ ଚତୁର୍ଦ୍ଦଶୀ ଯଦିଚ ତିନିପ୍ରହରରୁ ନ୍ୟୁନନଥାଏ ।

ତେବେ ସେ ତିଥିର ଶେଷରେ ପାରଣାବିଧି ହୁଏ । ତିନି ପ୍ରହରରୁ ନ୍ୟୁନଥିଲେ ପ୍ରାତଃକାଳରେ ପାରଣାବିଧି କରାଯାଏ । ଏ ନିୟମ ଏଠାରେ ପ୍ରୟୋଜନୀୟ ନୁହେଁ । କିନ୍ତୁ ଚତୁର୍ଦ୍ଦଶୀରେ ଉପବାସ ଓ ଚତୁର୍ଦ୍ଦଶୀରେ ପାରଣା ଏ ବ୍ରତରେ ବିଧେୟ । ଏଣୁ ପ୍ରାତଃକାଳରେ ପାରଣା କର୍ତ୍ତବ୍ୟ । ଯେଉଁ ଚତୁର୍ଦ୍ଦଶୀରେ ରବିବାର କିମ୍ବା ମଙ୍ଗଳବାର ହୁଏ ସେ ବ୍ରତ ଅତ୍ୟୁତ୍ତମ । ପାରାଶରଙ୍କ ମତରେ ତ୍ରୟୋଦଶୀ ବିଦ୍ଧା ଚତୁର୍ଦ୍ଦଶୀ ତ୍ୟାଜ୍ୟ । ଆଶକ୍ତପକ୍ଷେ ପୂର୍ବାହ୍ନରେ ପାରଣା କଲେ ଦୋଷ ହୁଏନାହିଁ । ଶିବ ନିର୍ମାଲ୍ୟ ଲଙ୍ଘନ ନ କରି ବଳିପଡିଲେ କୂପଜଳରେ ନିକ୍ଷେପ କରିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!