ଶବଯାତ୍ରା ସମୟରେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ନିଆଯାଏ କାହିଁକି ? Garuda Purana

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଷୋହଳଟି ସଂସ୍କାର ବିଷୟରେ କୁହାଯାଏ । ସେଥିରୁ ଶେଷ ସଂସ୍କାର ହେଲା ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରକୁ ବିଶେଷ ମହତ୍ଵ ଦିଆଯାଏ । ଏହି ଅନ୍ତିମ ସଂସ୍କାରରେ ଅନେକ ବିଧି ରହିଛି । ଏହି ବିଧି ସନାତନ ଧର୍ମରେ ମଧ୍ୟ ଅଛି । ପ୍ରତ୍ୟେକ ବ୍ୟକ୍ତିର ଅନ୍ତିମ ସଂସ୍କାର କରିବା ବେଳେ ଏହି ବିଧିକୁ ପାଳନ କରିବା ଅନିବାର୍ଯ୍ୟ ଅଟେ । ସେଥିରୁ ଏକ ବିଧି ରହିଛି ଯେ ଶ-ବ ଯାତ୍ରା କରିବା ବେଳେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ସାଙ୍ଗରେ ନିଆଯାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆପଣ କେବେ ଏହି ରହସ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି । ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ଯେ ଶ-ବ ଯାତ୍ରା କରିବା ବେଳେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ସାଙ୍ଗରେ ନିଆଯାଇଥାଏ କାହିଁକି ? ବ୍ୟକ୍ତିର ମୃ-ତ୍ୟୁ ପରେ ଶ-ବ ଯାତ୍ରା କରିବା ବେଳେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ସାଙ୍ଗରେ ନିଆଯାଏ । ତାର ଶ-ବ-ଦା-ହ କରିବା ବେଳେ ସେହି ମାଟି ହାଣ୍ଡିକୁ ଗୋଟିଏ ଗୋଟିଏ କରି ୩ଟି କଣା କରାଯାଇ ଶ-ବ-ଦା-ହର ଚାରିପଟରେ ପରିକ୍ରମା କରନ୍ତି ।

ପରିକ୍ରମା ପରେ ସେହି ହାଣ୍ଡିକୁ ସେଠାରେ ଭାଙ୍ଗି ଦିଆଯାଏ । ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ମଧ୍ୟରୁ ଏକ ଗରୁଡ ପୁରାଣରେ ଏହି ବିଧି ବିଷୟରେ ମହତ୍ଵ ଦିଆଯାଇଛି । ଗରୁଡ ପୁରାଣ ଅନୁସାରେ ମନୁଷ୍ୟର ମୃ-ତ୍ୟୁ ପରେ ତାର ଶରୀରରୁ ଆ-ତ୍ମା ଶାନ୍ତି ପାଇଁ ଏହି ବିଧି କରାଯାଇଥାଏ । କୁହାଯାଏ କି ମନୁଷ୍ୟର ଜୀବନକୁ ପାଣି ଭର୍ତ୍ତି ଏକ ମାଟି ହାଣ୍ଡି ସହିତ ତୁଳନା କରାଯାଇଛି । ମନୁଷ୍ୟର ଜୀବନ ଏକ ମାଟି ହାଣ୍ଡି ପରି ହୋଇଥାଏ ।

ସେଥିରୁ ଯେପରି ଗୋଟିଏ ଗୋଟିଏ ପାଣି ବୁନ୍ଦା ଭୂମିରେ ପଡି ଶେଷ ହୋଇଥାଏ ଠିକ୍ ସେହିପରି ମନୁଷ୍ୟର ଆୟୁଷ ମଧ୍ୟ ଧୀରେ ଧୀରେ ଶେଷ ହୋଇଯାଏ, ଯାହାକି ମନୁଷ୍ୟ ତାର ସବୁ ସମ୍ପର୍କକୁ ଦୂରେଇ ମୃ-ତ୍ୟୁ କରି ପରମାତ୍ମାଙ୍କ ନିକଟକୁ ଚାଲିଯାଏ । ଜୀବନର ଅନ୍ତିମ ସଂସ୍କାର ବେଳେ ଏହି ବିଧି ରହିଛି । ଯଦି ଆପଣ କେବେ ଅନ୍ତିମ ସଂସ୍କାର ବେଳେ କେବେ ଭାଗ ନେଇଛନ୍ତି ତେବେ ଜାଣିଥିବେ ଯେ ଶ-ବ-ଦା-ହ କରିବା ବେଳେ ସେହି ପାଣି ଭର୍ତ୍ତି ମାଟି ହାଣ୍ଡିକୁ ଧରି ଶ-ବ ଚାରିପାଖାରେ ପରିକ୍ରମା କରାଯାଇ କପାଳ କ୍ରିୟା କରାଯାଏ ।

ଏହି କପାଳ କ୍ରିୟାରେ ଶ-ବର ମୁଣ୍ଡକୁ ଏକ ବାଡି ଦ୍ଵାରା ତିନିଥର ପ୍ରହାର କରାଯାଇଥାଏ । ସେହିପରି ଗରୁଡ ପୁରାଣ ଅନୁସାରେ ଶ-ବଯାତ୍ରା କରିବା ବେଳେ ମୃ-ତ ବ୍ୟକ୍ତିର ପୁତ୍ର ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି କାନ୍ଧରେ ରଖି ଯାଇଥାଏ । ପରେ ଶ-ବ-ଦା-ହ କରିବା ବେଳେ ମୃ-ତ ବ୍ୟକ୍ତିର ଗୋଡ ପଟକୁ ଦକ୍ଷିଣ ଦିଗକୁ ମୁହଁ କରି ପୁତ୍ର ଠିଆ ହୋଇଥାଏ । ପୁତ୍ରର ପଛରେ ଆଉ ଜଣେ ସମ୍ପର୍କୀୟ ଠିଆହୋଇ ଏକ ଛୋଟ ଗୋଡି ମାଧ୍ୟମରେ ସେହି ମାଟି ହାଣ୍ଡିକୁ ମାରି କଣା କରନ୍ତି ।

ଏହାପରେ ପୁତ୍ର ଶ-ବର ଚାରିପାଖରେ ବୁଲି ସେହି ସ୍ଥାନରେ ଠିଆ ହେଲେ ପୁଣି ସେହି ବ୍ୟକ୍ତି ଗୋଡି ମାରି ହାଣ୍ଡିକୁ ଆଉ ଏକ କଣା କଲେ ପୁତ୍ର ପୁଣି ଚାରିପାଖରେ ପରିକ୍ରମା କରିଥାଏ । ଏହିପରି ତିନିଥର ପରିକ୍ରମା କରିବା ପରେ ଯଦି ମୃ-ତ ବ୍ୟକ୍ତି ପୁରୁଷ ହୋଇଥାନ୍ତି ତେବେ ବ୍ୟକ୍ତିର ମୁଣ୍ଡ ପାଖକୁ ପୁତ୍ର ପଛ କରି ଠିଆ ହୋଇ ସେହି ହାଣ୍ଡିକୁ ତଳେ ପକାଇ ଭାଙ୍ଗିଦିଅନ୍ତି । ଯଦି ମୃ-ତ ସ୍ତ୍ରୀ ହୋଇଥାଏ ତେବେ ପୁତ୍ର ଗୋଡ ପାଖରେ ପଛ କରି ଠିଆ ହୋଇ ହାଣ୍ଡିକୁ ଭାଙ୍ଗିଥାନ୍ତି ।

ଏହାପରେ ମୃ-ତ ବ୍ୟକ୍ତିର ଆ-ତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରି ସ୍ନାନ କରିଥାନ୍ତି । କୁହାଯାଏ କି ମନୁଷ୍ୟ ଯେତେବେଳେ ଜନ୍ମ ହୁଏ ସେହିଦିନଠାରୁ ଯମ ତାର ପାଖରେ ରହିଥାଏ । ଯେମିତି ମନୁଷ୍ୟ ମ-ରି-ଯାଏ ତାର ଆ-ତ୍ମାକୁ ସାଙ୍ଗରେ ନେଇ ଯମ ଚାଲି ଯାନ୍ତି । ସେଥିପାଇଁ ଜନ୍ମ ହେଲେ ମୃ-ତ୍ୟୁ ସୁନିଶ୍ଚିତ ହୋଇଥାଏ । ହିନ୍ଦୁ ଧର୍ମରେ ଗଙ୍ଗା ଜଳକୁ ପବିତ୍ର ବୋଲି କୁହାଯାଏ । ତେଣୁ ଏହି ଗଙ୍ଗାଜଳକୁ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଏ ।

ମନୁଷ୍ୟର ଶ-ବ-ଦା-ହ ପରେ ସ୍ନାନ କରି ଗଙ୍ଗା ଜଳରେ ଶୁଦ୍ଧି କ୍ରିୟା କରାଯାଏ । ମନୁଷ୍ୟର ଶେଷ ସମୟରେ ତା ପାଟିରେ ଗଙ୍ଗା ଜଳ ଦିଆଯାଏ । ଏହାଦ୍ଵାରା ମୃ-ତ ବ୍ୟକ୍ତିର ଆ-ତ୍ମା ଶାନ୍ତି ପାଇଥାଏ । ସେହିପରି ଯଦି ଘରେ କେହି ଦୂରକୁ ଯାତ୍ରାକରିବାକୁ ଯାଏ ତାକୁ ଘରର ଗୁରୁଜନମାନେ ପାଣି ପିଇବାକୁ ଦିଅନ୍ତି । ଗୋଟିଏ ଝିଅ ବିବାହର ବିଦାୟ ବେଳେ ମଧ୍ୟ ବର କନ୍ୟାକୁ ପାଣି ପିଇବାକୁ ଦିଆଯାଇଥାଏ । ସେହିପରି ଶ-ବ-ଦା-ହ ସମୟରେ ମଧ୍ୟ ଏହି ପାଣି ମାଟି ହାଣ୍ଡିର ବିଧି ମଧ୍ୟ ରହିଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!