ଫଳିତ ଜ୍ୟୋତିଷ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଫଳିତ ଜ୍ୟୋତିଷ

 

ଫଳିତ ଜ୍ୟୋତିଷ

ଜ୍ୟୋତିଷ ଶାସ୍ତ୍ରର ସର୍ବାଧିକ ଆକର୍ଷଣ ଅଙ୍ଗ ହେଉଛି ଫଳିତ ଜ୍ଯୋତିଷ। ମୂର୍ଖ କୁହ କି ବିଦ୍ଵାନ କୁହ ସମସ୍ତେ ଦେଶୀୟ ଓ ସକଳଜାତୀୟ ବ୍ୟକ୍ତିଙ୍କୁ ଏହି ବିଦ୍ୟାର ପ୍ରଭାବ ଚମତ୍କୃତ କରିପାରିଛି। ପରମ କାରୁଣିକ ଭଗବାନଙ୍କ ସୃଷ୍ଟି ନିର୍ମାଣ ରୀତିବୋଧ ଏହି ଶାସ୍ତ୍ର ବଳରେ ହିଁ ହୋଇଥାଏ। ଇଶ୍ଵର ସବୁ ପ୍ରାଣୀଙ୍କ ହୃଦୟରେ ବିରାଜମାନ। ଯେମିତିକି କାଠକଣ୍ଢେଇ ମାନଙ୍କୁ ସୁତାଦ୍ୱାରା ପୁତୁଳି ନଚେଇଲବାଲା ନଚାଏ, ଠିକ୍ ସେମିତି ଇଶ୍ଵର ମଧ୍ୟ ନିଜର ମାୟା ଦ୍ଵାରା ସମସ୍ତପ୍ରାଣୀଙ୍କୁ ନଚେଇ ଚାଲିଛନ୍ତି। ହୋରାଷ୍କନ୍ଦକୁ ଫଳିତଜ୍ୟୋତିଷ କୁହାଯାଏ। ଏଥିରୁ ପୂର୍ବଜନ୍ମ ବା ଅତୀତ ଜଣାପଡେ।

“ପିତାମାତା ସଂଯୋଗକାଳେ ବିହି ଯାହା ଲେଖିଛି କପାଳେ, ଯେଣେ ଇଚ୍ଛା ତେଣେ ଯା କର୍ମ ଘେନିବୁଲୁଥା”

ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ ବେଦର ଛଅଟି ଅଙ୍ଗ। ତନ୍ମଧ୍ୟରୁ ଛନ୍ଦ-ପାଦ, କଳ୍ପ-ହସ୍ତ, ଶିକ୍ଷା-ନସିକା, ନିରୁକ୍ତ-କର୍ଣ୍ଣ, ବ୍ୟାକରଣ-ମୁଖ, ଜ୍ୟୋତିଷ-ଚକ୍ଷୁସ୍ଵରୂପ କଳ୍ପନା କରାଯାଇଛି। ଅଥର୍ବ ବେଦରେ ଜ୍ୟୋତିଷ ଶାସ୍ତ୍ରର ପର୍ଯ୍ୟାପ୍ତ ଆଲୋଚନା କରାଯାଇଛି। ଏହି ଅଥର୍ବ ବେଦରେ ଭୂତତ୍ତ୍ଵ, ବାୟୁତତ୍ତ୍ଵ ଆକାଶତତ୍ତ୍ଵର ଗୂଢତତ୍ତ୍ଵ ଭରପୁର ହୋଇ ରହିଛି। ସମସ୍ତ ବେଦର ସ୍ରଷ୍ଟା ସ୍ଵୟଂଭୂ ଅଥର୍ବ ବେଦକୁ ତାଙ୍କରି ନାତି ମହାତ୍ମା ପରାଶରଙ୍କୁ ଶିକ୍ଷାଦାନ କରିଥିଲେ। ମହର୍ଷି ପରାଶର ତାଙ୍କର କୋଡିଏଟି ଶିଷ୍ୟଙ୍କୁ କାଳକ୍ରମେ ଶିକ୍ଷାଦେଇ ଏହି ବିଦ୍ୟାର ପ୍ରଚାର ଓ ପ୍ରସାର କରାଇ ଥିଲେ। ଏହି ଶିଷ୍ୟମାନେ ଜଗତର କଲ୍ୟାଣ ପାଇଁ ଜ୍ୟୋତିଷଶାସ୍ତ୍ର, ଶିଳ୍ପଶାସ୍ତ୍ର ଓ ଚିକିଶ୍ଚାଶାସ୍ତ୍ରକୁ ସରଳ ଭାବେ ସର୍ବସାଧାରଣଙ୍କ ବୋଧଗମ୍ୟ ହେଲାଭଳି ପ୍ରଚାର କରିଛନ୍ତି। ଜ୍ୟୋତିଷଶାସ୍ତ୍ରକୁ ଏମାନେ ତିନିଭାଗ୍ୟରେ ବିଭକ୍ତ କରିଛନ୍ତି- ଆକାଶତତ୍ତ୍ଵ, ବାୟୁତତ୍ତ୍ଵ, ଭୂତତ୍ତ୍ଵ। ଏହାର ନାମ ସିଦ୍ଧାନ୍ତ, ସଂହିତା, ହୋରା।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!