ଭଗବାନଙ୍କୁ ପାର୍ଥନା କରିବା ସମୟରେ ଏହି ୩ଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଜୀବନରେ ସୁଖ ଓ ସମୃଦ୍ଧି ପ୍ରାପ୍ତି ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭଗବାନଙ୍କୁ କେବେ, କିପରି, କଣ ମାଗିବେ ଏହି ବିଷୟରେ ପ୍ରଥମେ ବୁଝିବାକୁ ହେବ।

ଜୀବନରେ ସଂସାର ପ୍ରତି ମୁଣ୍ଡ ନୂଆଇଁ ଭଗବାଙ୍କୁ କିଛି ମାଗିଥାଉ ତେବେ ତାହା ପ୍ରାର୍ଥନା ନୁହେଁ, ତାହା ସହଜ ନିବେଦନ ହୁଏ। କିନ୍ତୁ ସେହି ନିବେଦନ ପରମାତ୍ମାଙ୍କୁ ମନାଇବା ପାଇଁ ହୁଏ ତାହା ପ୍ରାର୍ଥନା ହୋଇଯାଏ। ବ୍ୟାକରଣ ଓ ଗ୍ରନ୍ଥ ମାନଙ୍କରେ ପ୍ରାର୍ଥନାର କେତେ ଅର୍ଥ କୁହାଯାଇଛି, ପ୍ରାର୍ଥନା ଅର୍ଥ ପବିତ୍ରତା ସହିତ କରିଥିବା ଅର୍ଚନା। ପ୍ରାର୍ଥନାର ଆଉ ଏକ ଅର୍ଥ ପରମର କାମନା ମଧ୍ୟ ହୁଏ। ଯେତେବେଳେ ମନୁଷ୍ୟ ସଂସାର ଧାରାକୁ ଛାଡି ପରମାତ୍ମାଙ୍କ ପ୍ରତି ଚାଲେ, ତେବେ ବୁଝିବାକୁ ହେବ ଯେ ତାହା ମନରେ ପ୍ରାର୍ଥନା ଘଟିଲା। ଯଦି ଆମେ ସମସ୍ତଙ୍କୁ ଛାଡି କେବଳ ପରମାନନ୍ଦଙ୍କୁ ପାଇବା ପାଇଁ ଚେଷ୍ଟା କରୁ, ତେବେ ପ୍ରାର୍ଥନା ଆମ ଶରୀର ମନଭିତରେ ଗୁଣୁ-ଗୁଣୁ  ହେଉଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରାର୍ଥନା କେବଳ ମନ୍ତ୍ରର ଉଚ୍ଚାରଣ ନୁହେଁ, ତାହା ମନର ଶବ୍ଦ ଅଟେ, ଯାହା ପରମାତ୍ମାଙ୍କ ନିକଟରେ ପହଞ୍ଚି ଥାଏ। ଯଦି ମନରେ ନାହିଁ, ତେବେ ମାତ୍ର ଶବ୍ଦ ଓ ଛନ୍ଦରେ ଭରପୁର ହୁଏ। ପ୍ରାର୍ଥନାର ଉତ୍ସ ହୃଦୟ ଅଟେ। ଯଦି ଆମେ ମନରେ ଡାକିବୁ ନାହିଁ ତେବେ ଶବ୍ଦ ପହଞ୍ଚିବ ନାହିଁ। ଯଦି ପରମାତ୍ମାଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛନ୍ତି ତେବେ ମୁଖ ବନ୍ଦ କରି ମନର ହୃଦୟରେ ପ୍ରାର୍ଥନା କରନ୍ତୁ। ଭଗବାନ ହୃଦୟର କଥା ବୁଝନ୍ତି କିନ୍ତୁ ମୁଖର ଶବ୍ଦ ନୁହେଁ।

ନିରୋଳା ସ୍ଥାନ, ଏକୁଟିଆ ସ୍ଥିର ମନରେ ପ୍ରାର୍ଥନା କରିଲେ ଭଗବାନଙ୍କ ଆଶୀର୍ବାଦ ମିଳେ।

ପ୍ରାର୍ଥନାର ପ୍ରଥମ ନିୟମ କାମନା ବାସନା ଠାରୁ ଦୂରେଇ ରହିବା। ସାଧୁ ସନ୍ଥମାନେ କହିଛନ୍ତି ଯେ ବାସନାର ଏକ ନାମ ଐଷଣା ମଧ୍ୟ ଅଟେ। ଏହା ୩ପ୍ରକାର ଅଟେ – ପୁତ୍ରେଷଣା, ବିତେଷଣା ଓ ଲୋକେଷଣା। ସନ୍ତାନର କାମନା, ଧନର କାମନା ଓ କ୍ଷାତିର କାମନା।  ଯେବେ ମନୁଷ୍ୟ ଏହି ସବୁ ଠାରୁ ଉପରକୁ ଉଠି  କେବଳ ପରମତତ୍ତ୍ଵକୁ ପାଇବା ପାଇଁ ପରମାତ୍ମାଙ୍କ ସାମ୍ନାରେ ଠିଆ ହୋଇଥାଏ, ସେତେବେଳେ ପ୍ରାର୍ଥନା ସୃଷ୍ଟି ହୁଏ। ସେହି ପରମାତ୍ମାଙ୍କୁ ପାଇବା ପାଇଁ ଆମ ମନ ଭିତରେ ଗୁଣୁଗୁଣୁ ହେଉଥିବା ଶବ୍ଦ ମନ୍ତ୍ରରେ ପରିଣତ ହୁଏ ଓ ମନ୍ତ୍ର ସିଦ୍ଧ ହୋଇଯାଏ। ପ୍ରତ୍ୟେକ ଅକ୍ଷର ମନ୍ତ୍ରରେ ପରିଣତ ହୁଏ।

ପ୍ରାର୍ଥନାର ଦ୍ଵିତୀୟ ନିୟମ ଏକୁଟିଆ ପ୍ରାର୍ଥନା କରିବ ନାହିଁ ଓ ନିରୋଳା ସ୍ଥାନରେ କରିବ। ଏହି ଦୁଇଟି ମଧ୍ୟରେ  ବଡ ଆଧ୍ୟାତ୍ମିକ ଅନ୍ତର ହୋଇଥାଏ। ଏକୁଟିଆ ଅବସାଦକୁ ଜନ୍ମ ଦିଏ, କାରଣ ମନୁଷ୍ୟ ସଂସାର ବିମୁଖ ହୋଇଥାଏ, କିନ୍ତୁ ପରମାତ୍ମାଙ୍କ ସାମ୍ନାକୁ ଯାଇ ନାହିଁ। ଏକାନ୍ତର ଅର୍ଥ ବାହାର ଆବରଣରେ ଏକୁଟିଆ ଅଛ। କିନ୍ତୁ ମନ ଭିତରେ ପରମାତ୍ମା ଥାଆନ୍ତି। ସଂସାରରୁ ବୈରାଗ ଓ ପରମାତ୍ମାଙ୍କ ଠାରୁ ଅନୁରାଗ, ଏକାନ୍ତକୁ ଜନ୍ମ ଦେଇଥାଏ, ଯଦି ଗୋଟିଏର ଅନ୍ତ ହୁଏ ତେବେ ଆପଣ ଏକୁଟିଆ ଅଛନ୍ତି, କିନ୍ତୁ ମନ ଭିତରେ ପରମାତ୍ମାଙ୍କ ଆଶୀର୍ବାଦ ମିଳିଥାଏ, ତେବେ ବୁଝିବାକୁ ହେବ ଯେ ଆପଣଙ୍କ ଜୀବନରେ ଏକାନ୍ତ ହୋଇଛନ୍ତି। ସେଥିପାଇଁ ଏକୁଟିଆପଣକୁ ପ୍ରଥମେ ଏକାନ୍ତରେ ବଦଳ କରନ୍ତୁ। ପୁଣି ପ୍ରାର୍ଥନା ସ୍ଵତଃ ଜନ୍ମ ନେବ।

ପ୍ରାର୍ଥନାର ତୃତୀୟ ନିୟମ ପରମାତ୍ମାଙ୍କୁ ମନରେ ଶାନ୍ତି ମାଗିବା। ପ୍ରାର୍ଥନା କରନ୍ତୁ, କାରଣ ଜୀବନରେ ଶାନ୍ତିର ମାର୍ଗ ପରମାତ୍ମା ଅଟେ । ପରମାତ୍ମାଙ୍କ ନିକଟକୁ ଯିବାକୁ ଏକ ହିଁ ମାର୍ଗ ପ୍ରାର୍ଥନା ଅଟେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!