ହାତରେ ବାନ୍ଧୁଥିବା ଧାଗା ସ୍ୱାସ୍ଥ୍ୟ ପାଇଁ ବି ହୋଇଥାଏ ଲାଭକାରୀ, ଏଥିରୁ କଣ୍ଟ୍ରୋଲ ହୋଇଥାଏ ତିନି ପ୍ରକାରର ରୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପୂଜା ପାଠ କରିବା ସମୟରେ ହାତରେ ଲାଲ ଧାଗା ବାନ୍ଧିବାର ପୁରୁଣା ପରମ୍ପରା ଅଛି । ଏହି ଲାଲ ଧାଗାକୁ ମୌଲି ବା ରକ୍ଷାସୂତ୍ର କୁହାଯାଇଥାଏ । ଏହା ବିନା ପୂଜା ପୁରା ହୋଇ ନଥାଏ । ଯେବେବି ହାତରେ ଏହି ଲାଲ ଧାଗାକୁ ବାନ୍ଧିଥାନ୍ତି ତେବେ ମନ୍ତ୍ରର ଜପ ମଧ୍ୟ କରାଯାଇଥାଏ । ଉଜ୍ଜୈନ ର ଜ୍ୟୋତିଷାଚାର୍ଜ୍ୟ ଙ୍କ ଅନୁସାରେ ହାତରେ ମୌଲି ବାନ୍ଧିବା କାରଣରୁ ଧର୍ମ ଲାଭ ସହିତ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଲାଲ ଧାଗା ହାତରେ ବାନ୍ଧିଲେ ଆମକୁ କେଏନ ସବୁ ଲାଭ ମିଳେ। ଏହା କେଉଁ କେଉଁ ରୋଗରୁ ଆମକୁ ବଞ୍ଚାଇଥାଏ। ଜାଣନ୍ତୁ ଏହି ପରମ୍ପରା ସହିତ ସମ୍ପୃକ୍ତ କିଛି ବିଶେଷ କଥା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୂଜା ପରେ ହାତରେ ଲାଲ ଧାଗା କାହିଁକି ବାନ୍ଧିଥାନ୍ତି?

ଧାଗା ବାନ୍ଧିବା ଦ୍ଵାରା ଦୂର ହୋଇଥାଏ ତ୍ରିଦୋଷ

ହାତରେ ମୌଲି ବା ରକ୍ଷାସୂତ୍ର ସେହିଠାରେ ବନ୍ଧା ଯାଇଥାଏ ଯେଉଁଠାରେ ଆୟୁର୍ବେଦ ଅନୁସାରେ ବୈଦ୍ୟ ଆମର ପଲ୍ସ କୁ ଜାଣି ପାରିବେ । ଏହି ଜାଗାରେ ଧାଗା ବାନ୍ଧିବା ଦ୍ଵାରା ପଲ୍ସ ରେ ପ୍ରଭାବ ପଡିଥାଏ ଓ ଆମେ ତ୍ରିଦୋଷରୁ ବଞ୍ଚିଥାଉ । ଏହି ଧାଗା କାରଣରୁ ତ୍ରିଦୋଷ ଅର୍ଥାତ କଫ, ବାତ, ପିତ୍ତ ସମ୍ବନ୍ଧିତ ତିନି ପ୍ରକାରର ରୋଗ କଣ୍ଟ୍ରୋଲ ହୋଇ ପାରିଥାଏ ।

କଫ ଅର୍ଥ ଥଣ୍ଡା ଜ୍ଵର ସମ୍ବନ୍ଧିତ ରୋଗ, ବାତ ଅର୍ଥ ଗ୍ୟାସ, ଏସିଡିଟି ସମ୍ବନ୍ଧୀୟ ରୋଗ, ପିତ୍ତ ଅର୍ଥ ବ୍ରଣ ବା ତ୍ଵଚ୍ଚା ସମ୍ବନ୍ଧିତ ରୋଗ । ଏହି ସବୁ ରୋଗର ଚିହ୍ନଟ ବୈଦ୍ୟ ହାତର ସିରା  ରୁ କରିଥାନ୍ତି । ତେବେ ଏହି ଧାଗା ବାନ୍ଧିବା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ।

ପୁରୁଣା କାଳରୁ ଚାଲି ଆସୁଛି ଏହି ପ୍ରଥା

ମୌଲି ର ଶାବ୍ଦିକ ଅର୍ଥ ହେଲା ସବୁଠୁ ଉପରେ, ଏହାର ଅର୍ଥ ମୁଣ୍ଡ ଠାରୁ ମଧ୍ୟ । ଶଙ୍କର ଭଗବାନଙ୍କ ମୁଣ୍ଡରେ ଚନ୍ଦ୍ରମା ବିରାଜମାନ ଅଛନ୍ତି, ଏଥିପାଇଁ ଶିବଙ୍କୁ ଚନ୍ଦ୍ରମୌଲିଶ୍ଵର ବି କୁହାଯାଇଥାଏ । ମୌଲି ବାନ୍ଧିବାର ପ୍ରଥା ସେବେଠୁ ଚାଲି ଆସୁଛି, ଯେତେବେଳେ ରାଜା ବଳିଙ୍କର ଅମରତା ପାଇଁ ବାମନ ଭଗବାନ ତାଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଥିଲେ ।

ସେଥିପାଇଁ ହିନ୍ଦୁ ଧର୍ମରେ ପୂଜା ସାରିବା ପରେ ହାତରେ ଏହି ରକ୍ଷା ସୂତ୍ର ବନ୍ଧା ଯାଏ। ସମସ୍ତ ରିଷ୍ଟକୁ ଖଣ୍ଡନ କରିବା ପାଇଁ ବନ୍ଧା ଯାଉଥିବା ଏହି ରକ୍ଷା ସୂତ୍ର ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ବରଦାନ ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଯନ୍ତ୍ରଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!