ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ ମସିହା ଅପ୍ରେଲ ମାସ ୧୨ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି- ତେଣୁ କି ପ୍ରକାର ପୂଜାକଲେ କଣଫଳ ମିଳିବ କେମିତି କରିବେ ଦେବୀଙ୍କ ଉପାସନା କେଉଁ କନ୍ୟା ମାନଙ୍କୁ ପୂଜା କଲେ ଏହି ପୂଜାରେ କେତେ ପୂଣ୍ୟ ମିଳିବ ଆସନ୍ତୁ ଜାଣିବା । ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ ପୂଜା କରାଯାଏ ସେହି ଅନୁସାରେ ମଧ୍ୟ ଶୁଭ ଫଳ ମିଳିଥାଏ ।
ଧର୍ମ ଗ୍ରନ୍ଥରେ ୩ବର୍ଷ ବୟସ ଠାରୁ ୯ବର୍ଷ ବୟସ ମଧ୍ୟରେ କନ୍ୟା ମାନଙ୍କ ଠାରେ ମାତାଙ୍କ ସ୍ୱରୂପ ଥାଏ ବୋଲି କୁହାଯାଇଛି । ୧ଟି କନ୍ୟାକୁ ପୂଜା କରିଲେ ଐଶ୍ଵର୍ଯ୍ୟ ପ୍ରାପ୍ତି ହୁଏ । ୨ଟି କନ୍ୟାକୁ ପୂଜା କରିଲେ ଭୋଗ ଓ ମୋକ୍ଷ ପ୍ରାପ୍ତି ହୁଏ । ୩ଟି କନ୍ୟାକୁ ପୂଜା କରିଲେ ଧର୍ମ, ଅର୍ଥ ଓ କାମ ପ୍ରାପ୍ତି ହୁଏ । ୪ଟି କନ୍ୟାକୁ ପୂଜା କରିଲେ ପଦପଦବୀ ପ୍ରାପ୍ତି ହୁଏ । ୫ଟି କନ୍ୟାକୁ ପୂଜା କରିଲେ ବିଦ୍ୟା ପ୍ରାପ୍ତି ହୁଏ । ୬ଟି କନ୍ୟାକୁ ପୂଜା କରିଲେ ସିଦ୍ଧି ପ୍ରାପ୍ତି ହୁଏ । ୭ଟି କନ୍ୟାକୁ ପୂଜା କରିଲେ ମାନସମ୍ମାନ ଶ୍ରେଷ୍ଠତା ପ୍ରାପ୍ତି ହୁଏ । ୮ଟି କନ୍ୟାକୁ ପୂଜା କରିଲେ ସମ୍ପଦ ପ୍ରାପ୍ତି ହୁଏ । ୯ଟି କନ୍ୟାକୁ ପୂଜା କରିଲେ ସମସ୍ତ ସୁଖ ପ୍ରାପ୍ତି ହୁଏ ।
କିଛି ଲୋକମାନେ ନବମୀ ଦିନ କନ୍ୟା ମାନଙ୍କୁ ପୂଜା କରନ୍ତି, କିନ୍ତୁ ଅଷ୍ଟମୀ ଦିନ କନ୍ୟା ପୂଜା ଶ୍ରେଷ୍ଠ ହୋଇଥାଏ । କନ୍ୟା ମାନଙ୍କ ବୟସ ୧୦ବର୍ଷରୁ ଅଧିକ ନ ହେବା ଉଚିତ୍ । ୨ବର୍ଷର କନ୍ୟାକୁ ପୂଜା କରିଲେ ଧନ ଲାଭ ହୁଏ । ୩ବର୍ଷର ୩ଟି କନ୍ୟାକୁ ପୂଜା କରିଲେ ଧନଧାନ୍ୟ ଲାଭ ହୁଏ । ୪ବର୍ଷର କଲ୍ୟାଣୀ କନ୍ୟାକୁ ପୂଜା କରିଲେ ସୁଖପ୍ରାପ୍ତି ହୁଏ । ୫ବର୍ଷର ରୋହିଣୀ କନ୍ୟାକୁ ପୂଜା କରିଲେ ସଫଳତା ମିଳିଥାଏ । ୬ବର୍ଷର କଳିକା କନ୍ୟାକୁ ପୂଜା କରିଲେ ଯଶ ଲାଭ ହୁଏ ।
୭ବର୍ଷର ଚଣ୍ଡିକା କନ୍ୟାକୁ ପୂଜା କରିଲେ ସମୃଦ୍ଧି ପ୍ରାପ୍ତି ହୁଏ । ୮ବର୍ଷର ସାମ୍ଭବୀ କନ୍ୟାକୁ ପୂଜା କରିଲେ ପରାକ୍ରମ ମିଳିଥାଏ । ୯ବର୍ଷର ଦୂର୍ଗାକୁ ପୂଜା କରିଲେ ବୈଭବ ପ୍ରାପ୍ତି ହୁଏ । ୧୦ବର୍ଷର କନ୍ୟା ସୁଭଦ୍ରାକୁ ପୂଜା କରିଲେ ସୌଭାଗ୍ୟ ପ୍ରାପ୍ତି ହୁଏ । କନ୍ୟା ମାନଙ୍କୁ ପୂଜା କରିବା ପରେ ଖାଇବାକୁ ଦିଆଯାଏ, ତାପରେ କନ୍ୟାଙ୍କୁ ଦକ୍ଷିଣା ଦେବା ଉଚିତ୍ । ଏହିପରି କଲେ ମହାମାୟା ଭଗବତୀ ପ୍ରସନ୍ନ ହୋଇ ନିଜର ମନୋସ୍କାମନା ପୂରଣ କରନ୍ତି ।