ନବରାତ୍ରି ୨୦୨୧- ନବରାତ୍ରିରେ ଏହି ଜିନିଷ ଦେଇ କରିବେ କନ୍ୟା ମାନଙ୍କୁ ପୂଜା, ବଦଳିଯିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଧାନ ଅନୁସାରେ ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ମସିହା ଅପ୍ରେଲମାସ୧୨ତାରିଖ ସୋମବାରଠାରୁ ଆରମ୍ଭ ହୋଇଛି । ଏହି ନବରାତ୍ରି ଏକ ଖୁସିର ପର୍ବ ଅଟେ । ଏହି ପର୍ବରେ ମନ ପ୍ରଫୁଲ୍ଲିତ ରହେ । ଏହି ପୂଜା ଉପାସନାରେ ମାତା ଦେବୀ ବହୁତ ପ୍ରସନ୍ନ ହୁଅନ୍ତି । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କେବଳ ଶ୍ଳୋକ, ମନ୍ତ୍ର, ଉପବାସ ଓ ଯଜ୍ଞ ଦ୍ଵାରା ଦେବୀଙ୍କୁ ପ୍ରସନ୍ନ କରାଯାଇ ପାରିବ ନାହିଁ । ତେଣୁ ଏହି ନବରାତ୍ରରେ ୨ବର୍ଷ ରୁ ୫ବର୍ଷ ପର୍ଯ୍ୟନ୍ତ କନ୍ୟାମାନଙ୍କୁ ପୂଜା କରାଯିବାର ବିଶେଷ ମହତ୍ଵ ମଧ୍ୟ ରହିଛି । ନବରାତ୍ରରେ ଏହି କନ୍ୟାମାନଙ୍କୁ ପୂଜା କରି ଖାଇବାକୁ ଦିଆଯାଏ ଓ ସୁନ୍ଦର ସୁନ୍ଦର ଉପହାର ମଧ୍ୟ ଦିଆଯାଇ ମନ ଖୁସି କରାଯାଏ । ଏହା ମାଧ୍ୟମରେ ମଧ୍ୟ ନବଦୁର୍ଗାଙ୍କୁ ପ୍ରସନ୍ନ କରାଯାଇପାରିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୁରାଣ ଦୃଷ୍ଟିରେ ୯ଦିନ ପର୍ଯ୍ୟନ୍ତ କନ୍ୟାମାନଙ୍କୁ ଉପହାର ଦେଲେ ଶୁଭ ହୋଇଥାଏ । ଯଦି ଆପଣ ୯ଦିନ ପର୍ଯ୍ୟନ୍ତ ପୂଜା କରିପାରିବେ ନାହିଁ, ତେବେ ଶେଷ ଦୁଇଦିନ ଅଷ୍ଟମୀ ଓ ନବମୀ ଦିନ ମଧ୍ୟ ପୂଜା କରିବା ପାଇଁ ଶୁଭ ଓ ଶ୍ରେଷ୍ଠ ହୋଇଥାଏ । ଆସନ୍ତୁ ଜାଣିବା ଏହି ନବରାତ୍ରରେ କେମିତି ପୂଜା କରିବେ ।

ସର୍ବ ପ୍ରଥମେ କନ୍ୟା ଘରକୁ ପ୍ରବେଶ କରିବା ବେଳେ ତାଙ୍କ ପାଦରେ ଅବିର ବା କୁଙ୍କୁମ ଲଗାଇ ଘରକୁ ଆଣିବେ । ତାଙ୍କ ଉପରେ ଫୁଲ ପକାଇବେ । ତାଙ୍କ ହାତରେ ଦୁଇ ପ୍ରକାର ଦକ୍ଷିଣା ଦେବେ । ପୂଜା କରିବା ପରେ ଖାଇବାକୁ ଦେବେ । ଯାହା କି ଗୋଟିଏ ଦକ୍ଷିଣା କନ୍ୟା ଘରକୁ ନେବେ ଓ ଅନ୍ୟଟି ଆପଣଙ୍କୁ ଦେଇ ଘରକୁ ଯିବେ । ଆପଣଙ୍କୁ ଦେଇଥିବା ଦକ୍ଷିଣାକୁ ଘରେ ଆଲମୀରା ବା ବାକ୍ସରେ ରଖି ଦିଅନ୍ତୁ ।

୧- ପ୍ରଥମ ଦିନ କନ୍ୟାମାନଙ୍କୁ ଫୁଲ ଦେଲେ ଶୁଭ ହୁଏ । ତା ସହ ଯେ କୌଣସି ଶୃଙ୍ଗାର ବସ୍ତୁ ଅବଶ୍ୟ ଦେବେ । ଯଦି ମାତା ସରସ୍ଵତୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥାନ୍ତି ତେବେ ଧଳା ରଙ୍ଗର ଫୁଲ ଦିଅନ୍ତୁ । ଯଦି ମନରେ କୌଣସି ଭୌତିକ କାମନା ଥାଏ ତେବେ ନାଲି ରଙ୍ଗର ଫୁଲ ଦେଇ ଖୁସି କରାନ୍ତୁ । ଯେପରିକି ଗୋଲାପ, ଚମ୍ପା, ମନ୍ଦାର, ଗେଣ୍ଡୁଫୁଲ ଓ ସବୁରଙ୍ଗର କନିଅରଫୁଲ ଆଦି ଦେଇ ପାରିବେ ।

୨- ଦ୍ଵିତୀୟ ଦିନ କନ୍ୟାମାନଙ୍କୁ ଫଳ ଦେଇ ପୂଜା କରିପାରିବେ । ଏହି ଫଳ ସାଂସାରିକ କାମନା ପାଇଁ ଲାଲ୍ ବା ହଳଦିଆଫଳ ଓ ବୈରାଗ୍ୟ ପ୍ରାପ୍ତି ପାଇଁ କଦଳୀ ବା ନଡିଆ ମଧ୍ୟ ହେବ । ମନେ ରଖିବାକୁ ହେବ ଯେ କୌଣସି ଖଟା ଫଳ ଦେବେ ନାହିଁ ।

୩- ତୃତୀୟ ଦିନ ମିଠାର ବିଶେଷ ମହତ୍ଵ ଥାଏ । ଏହି ଦିନ ହାତରେ ତିଆରି ଖିରୀ, ହାଲୁଆ ବା ଚାଉଳର ଖେଚୁଡି ତିଆରି କରି ଖାଇବାକୁ ଦେବେ ତେବେ ଦେବୀ ପ୍ରସନ୍ନ ହେବେ ।

୪- ଚତୁର୍ଥ ଦିନ ବସ୍ତ୍ର ଦାନ ଦେବେ, କିନ୍ତୁ ନିଜର ସକ୍ଷମତା ଅନୁସାରେ ରୁମାଲ ବା ରିବନ୍ (ଫିତା) ମଧ୍ୟ ଦେଇ ପାରିବେ ।

୫- ପଞ୍ଚମ ଦିନ ସୌଭାଗ୍ୟ ଓ ସନ୍ତାନ ପ୍ରାପ୍ତିର ମନୋକାମନା କରାଯାଏ । ତେଣୁ କନ୍ୟାମାନଙ୍କୁ ପାଞ୍ଚ ପ୍ରକାର ଶୃଙ୍ଗାର ସାମଗ୍ରୀ ଦେଲେ ଅତି ଶୁଭ ହୋଇଥାଏ । ଏଥିରେ ବିନ୍ଦି, ଚୁଡି, ମେହେନ୍ଦି, କ୍ଲିପ୍, ସାବୁନ୍, କଳା, ନଖପାଲିସ୍, ପାଉଡର ଇତ୍ୟାଦି ଦେଇ ପାରିବେ ।

୬- ଷଷ୍ଠ ଦିନ କନ୍ୟାମାନଙ୍କୁ ଖେଳଣା ସାମଗ୍ରୀ ଦେବା ଉଚିତ୍ । ଯେ କୌଣସି ଖେଳଣା ଦେଇପାରିବେ ।

୭- ସପ୍ତମ ଦିନ ମାତା ସରସ୍ଵତୀଙ୍କୁ ଆବାହନ କରାଯାଏ । ଏହି ଦିନ କନ୍ୟାମାନଙ୍କୁ ଶିକ୍ଷା ସାମଗ୍ରୀ ଦେବା ଉଚିତ୍ । ଆପଣ ପେନ୍, ସ୍କେଚ୍ ପେନ୍, ପେନ୍ ଶିଲ୍, ଖାତା, ଡ୍ରଇଂ ବହି, କମ୍ପାସ୍, କଲର୍ ପେନ୍ ଶିଲ୍, ଟିଫିନ୍ ବକ୍ସ ଆଦି ଦେଇପାରିବେ ।

୮- ଅଷ୍ଟମ ଦିନ ନବରାତ୍ରିର ପବିତ୍ର ଦିନ ଅଟେ । ଏହି ଦିନ ନିଜ ହାତରେ କନ୍ୟାମାନଙ୍କ ପାଦ କ୍ଷୀରରେ ଧୋଇ ପୂଜା କଲେ ଦେବୀଙ୍କ ଆଶୀର୍ବାଦ ମିଳିଥାଏ । ଏହି ଦିନ କନ୍ୟାମାନଙ୍କ ପାଦରେ ଅଳତା ଲଗାଇ ଫୁଲ ଓ କୁଙ୍କୁମ ଲଗେଇବା ଉଚିତ୍ । ଏହାପରେ ଖାଇବାକୁ ଦେବେ । ପରେ ନିଜର ସକ୍ଷମତା ଅନୁସାରେ ଯେ କୌଣସି ଉପହାର ଦେବା ଆବଶ୍ୟକ । ସବୁଦିନ କନ୍ୟାମାନଙ୍କ ହାତରେ କିଛି ଦକ୍ଷିଣା ନିଶ୍ଚୟ ଦେଉଥିବେ ।

୯- ନବମ ଦିନ କନ୍ୟାମାନଙ୍କୁ ପୁରୀ ବୁନ୍ଦି ଖାଇବାସକୁ ଦେବ । ଏହାପରେ ପାଦରେ ଅଳତା ଓ ହାତରେ ମେହେନ୍ଦି ଲଗାଇଲେ ପୂଜା ସଂପୂର୍ଣ୍ଣ ହୋଇଥାଏ । ଯଦି ଆପଣ ନିଜ ଘରେ ଯଜ୍ଞ କରୁଛନ୍ତି ତେବେ ସେହି କନ୍ୟାମାନଙ୍କ ହାତରେ ସମିଧ ଦେଇ କୁଣ୍ଡରେ ପକାଇବାକୁ କୁହନ୍ତୁ । ଏହାପରେ ଅଳେଇଚ ଓ ପାନ ଖାଇବାକୁ ଦିଅନ୍ତୁ ।

ଏହି ପରମ୍ପରାର ମାନ୍ୟତା ଏହା ଅଟେ ଯେ ଦେବୀଙ୍କୁ କନ୍ୟାଙ୍କ ପରି ବିଦାୟ କରିବା ଉଚିତ୍ । ଯଦି ପାରୁଛନ୍ତି ତେବେ କନ୍ୟାମାନଙ୍କୁ ଲାଲ୍ ରଙ୍ଗର ଓଢଣି ଦାନ କରାନ୍ତୁ । ଦୂର୍ଗା ଚାଳିଶା ଛୋଟ ପୁସ୍ତକ ମଧ୍ୟ ଦିଅନ୍ତୁ । ନବରାତ୍ରିରେ ଏହି ନିୟମାନୁସାରେ ପୂଜା କରିଲେ ବା କନ୍ୟାମାନଙ୍କୁ ଉପହାର ଦେଲେ ଦେବୀ ପ୍ରସନ୍ନ ହୋଇ ସୁଖ, ସମୃଦ୍ଧି, ଯଶ, ବୈଭବ, କୀର୍ତ୍ତି ଓ ସୌଭାଗ୍ୟ ପ୍ରଦାନ କରନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!