ନବରାତ୍ରରେ ଦେବୀଙ୍କ ଉପାସନା
ନବରାତ୍ର ପୂଜା ଏକ ପର୍ବ ନୁହେଁ ବରଂ ଏହା ଶକ୍ତି ସାଧନାର ସମୟ ଅଟେ । ଏହା ଅସତ୍ୟ ଉପରେ ସତ୍ୟର ବିଜୟ, ଖରାପ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଶାସ୍ତ୍ରରେ କୁହାଯାଇଛି ଯେ ନବରାତ୍ର ପୂଜାରେ ମା’ ଦୂର୍ଗା ଭକ୍ତମାନଙ୍କର ସବୁ କଷ୍ଟ ଦୂର କରି ଦିଅନ୍ତି । ମନାଯାଏ କି ନବରାତ୍ର ପୂଜାରେ ସାତ୍ଵିକ ଉପାୟରେ ମା’ ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିଲେ ଶୀଘ୍ର ଫଳ ପ୍ରାପ୍ତି ହୁଏ । ଏହି ଅବସରରେ ଶୁଭ ସଂଯୋଗର ଲାଭ ଉଠାଇ ପାରିବେ । ଆସନ୍ତୁ ଆପଣଙ୍କ ରାଶି ଅନୁସାରେ ଦେବୀ ମା’ ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିଲେ ଦେବୀଙ୍କର କୃପା ପ୍ରାପ୍ତ ହେବାର ଉପାୟ ବିଷୟରେ ଜାଣିବା।
ମେଷ ରାଶି ଏମିତି କରନ୍ତୁ ଦେବୀଙ୍କ ପୂଜା:
ମେଷ ରାଶି ବ୍ୟକ୍ତିମାନେ ନବରାତ୍ରରେ ସ୍କନ୍ଦମାତାଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ସପ୍ତଶତୀ ଓ ଦୂର୍ଗା ଚାଳିଶା ମଧ୍ୟ ପାଠ କରିବା ଉଚିତ୍।
ବୃଷ ରାଶିର ଜାତକ କରନ୍ତୁ ମାତାଙ୍କ ଏହି ରୂପର ଅର୍ଚନା :
ବୃଷ ରାଶି ବ୍ୟକ୍ତିମାନେ ନବରାତ୍ରରେ ମହାଗୌରୀ ସ୍ୱରୂପଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଲଳିତା ସହସ୍ରନାମ ମଧ୍ୟ ପାଠ କରିବା ଉଚିତ୍।
ମିଥୁନ ରାଶି ନବରାତ୍ରରେ କରନ୍ତୁ ଏହି ଉପାୟ:
ମିଥୁନ ରାଶି ବ୍ୟକ୍ତିମାନେ ନବରାତ୍ରରେ ଯନ୍ତ୍ର ସ୍ଥାପିତ କରି ମା’ ବ୍ରହ୍ମାଚାରିଣୀଙ୍କ ସ୍ତୁତି କରିଲେ ଲାଭ ମିଳିଥାଏ।
କର୍କଟ ରାଶି କରନ୍ତୁ ମାତାଙ୍କ ଏହି ରୂପର ଉପାସନା :
କର୍କଟ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଶୈଳପୁତ୍ରୀଙ୍କ ଉପାସନା କରିବା ଆବଶ୍ୟକ । ଏହା ସହିତ ଲକ୍ଷ୍ମୀ ସହସ୍ରନାମ ମଧ୍ୟ ପାଠ କରିବା ଉଚିତ୍।
ସିଂହ ରାଶିର ଜାତକ କରନ୍ତୁ ଏମିତି ଦେବୀ ସ୍ତୁତି :
ସିଂହ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କୁଷ୍ମାଣ୍ଡଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ମନ୍ତ୍ରକୁ ମଧ୍ୟ ଜପ କରିବା ଉଚିତ୍।
କନ୍ୟା ରାଶିର ଲୋକ କରନ୍ତୁ ମାତାଙ୍କ ଏହି ସ୍ବରୂପର ପୂଜା :
କନ୍ୟା ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ବ୍ରହ୍ମାଚାରିଣୀଙ୍କ ସ୍ତୁତି କରିବା ଆବଶ୍ୟକ । ଏହା ସହିତ ଲକ୍ଷ୍ମୀ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।
ତୁଳା ରାଶି ଏମିତି କରନ୍ତୁ ମାତାଙ୍କ ପୂଜା:
ତୁଳା ରାଶି ବ୍ୟକ୍ତିମାନେ ନବରାତ୍ରରେ ମହାଗୌରୀ ସ୍ୱରୂପଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ କାଳୀଙ୍କ ଚାଳିଶା ମଧ୍ୟ ପାଠ କରିବା ଉଚିତ୍।
ବିଛା ରାଶିଙ୍କ ପାଇଁ ନବରାତ୍ରରେ ଲାଭ ପାଇବା ପାଇଁ ଉପାୟ :
ବିଛା ରାଶି ବ୍ୟକ୍ତିମାନେ ନବରାତ୍ରରେ ସ୍କନ୍ଦମାତାଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ସପ୍ତଶତୀ ପାଠ କରିବା ଉଚିତ୍।
ଧନୁ ରାଶିର ଲୋକ ଏମିତି କରନ୍ତୁ ଦେବୀଙ୍କ ଆରାଧନା :
ଧନୁ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।
ମକର ରାଶି ପାଇଁ ଶୁଭଫଳ ପ୍ରାପ୍ତିର ଉପାୟ :
ମକର ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କାଳୀଙ୍କ ପୂଜା ଆରାଧନା କରିବା ଆବଶ୍ୟକ । ଏହା ସହିତ ନବାର୍ଣ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।
କୁମ୍ଭ ରାଶି ଏମିତି କରନ୍ତୁ ଦେବୀ ଉପାସନା :
କୁମ୍ଭ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କାଳରାତ୍ରିଙ୍କ ପୂଜା ଆରାଧନା କରିବା ଆବଶ୍ୟକ । ଏହା ସହିତ ଦେବୀ କବଚ୍ଚର ପାଠ ଜପ କରିବା କରିବା ଉଚିତ୍।
ମୀନ ରାଶି ପାଇଁ ଦେବୀଙ୍କ ଏହି ରୂପର ଉପସନା ହେବ ଫଳଦାୟୀ :
ମୀନ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରିବା ଆବଶ୍ୟକ । ଏହା ସହିତ ହଳଦୀ ମାଳାରେ ବଗଳାମୁଖୀ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।