ପୂଜାରେ ହୋଇଥିବା ଭୁଲର କ୍ଷମା ମାଗିବା ପାଇଁ କ୍ଷମାୟାଚନା ମନ୍ତ୍ର ପଢିବା ଆବଶ୍ୟକ
ଦେବୀ ଦେବତାଙ୍କ ପୂଜାରେ ମନ୍ତ୍ର ର ବିଶେଷ ମହତ୍ଵ ଅଛି । ଶାସ୍ତ୍ର ରେ ପ୍ରାର୍ଥନା, ସ୍ନାନ, ଧ୍ୟାନ ଏବଂ ଭୋଗ ଆଦି ମନ୍ତ୍ର ଭଳି କ୍ଷମାପାର୍ଥନା ର ମନ୍ତ୍ର ମଧ୍ୟ କୁହାଯାଇଛି । ପୂଜା ଭଗବାନଙ୍କ ଆରାଧନାର ଏକ ବିଧାନ ଅଟେ । ଆମେ ଏହି ଧର୍ମ କର୍ମକୁ ପରମ୍ପରା ଏବଂ ଶାସ୍ତ୍ର ଅନୁସାରେ ପୁରା କରିବାକୁ ପ୍ରୟାସ କରୁ। କିନ୍ତୁ ଜଣା ବା ଅଜାଣତରେ କିଛି ନା କିଛି ଭୁଲ ହେଇ ହିଁ ଯାଏ ।
ଏହି କ୍ଷମା ପୂଜାରେ ହୋଇଥିବା ଭୁଲ ପାଇଁ ଏବଂ ପ୍ରତ୍ୟକ ଦିନ ଜୀବନରେ କରୁଥିବା ଭୁଲ କର୍ମ ପାଇଁ ମଧ୍ୟ ହୋଇଥାଏ। କ୍ଷମା ସବୁଠୁ ବଡ ଭାବନା ଅଟେ । ଯେବେ ଆମେ ଭଗବାନଙ୍କ ଠାରୁ କ୍ଷମା ମାଗୁ ତେବେ ଯାଇ ପୂଜା ସଂପୂର୍ଣ୍ଣ ହୁଏ ଓ ଭଗବାନଙ୍କର କୃପା ଲାଭ ହୁଏ । କ୍ଷମାର ଏହି ଭାବନା ଆମ ଭିତରେ ଥିବା ଅହଂ ଭାବ ବା ଅହଂକାରକୁ ନଷ୍ଟ କରେ। ଅହଂକାର ତ୍ୟାଗ କରି ନିଜ ଭୁଲ ର କ୍ଷମା ମାଗିବାରେ ଡେରି କରିବା କଥା ନୁହେଁ । ଏହା ଏହି ପରମ୍ପରାର ମୂଳ ମନ୍ତ୍ର ଅଟେ ।
ପୂଜାରେ ଭଗବାନଙ୍କୁ କ୍ଷମା ମାଗିବା ପାଇଁ ବୋଲାଯାଏ ଏହି ମନ୍ତ୍ର-
“ଆବାହନଂ ନ ଜାନାମି ନ ଜାନାମି ବିସର୍ଜନମ୍
ପୂଜାଂ ଚୈବ ନ ଜାନାମି କ୍ଷମସ୍ୱ ପରମେଶ୍ୱର
ମଂତ୍ରହୀନଂ କ୍ରିୟାହୀନଂ ଭକ୍ତିହୀନଂ ଜନାର୍ଦନ
ଯତ୍ପୂଜିତଂ ମୟା ଦେବ! ପରିପୂର୍ଣ ତଦସ୍ତୁ ମେ”
ଏହି ମନ୍ତ୍ରର ଅର୍ଥ ଏହା ଅଟେ କି ହେ ପ୍ରଭୁ! ନା ମୁ ତମକୁ ଡାକିବା ଜାଣିଛି ନା ବିଦା କରିବା । ପୂଜା କରିବା ମଧ୍ୟ ଜାଣି ନାହିଁ, କୃପା କରି ମତେ କ୍ଷମା କରିବେ । ନା ତ ମୁଁ ମନ୍ତ୍ର ଜାଣିଛି ନା କର୍ମ, ମୁଁ ଭକ୍ତି କରିବା ବି ଜାଣି ନାହିଁ । ଯଥା ସମ୍ଭବ ପୂଜା କରୁଛି, କୃପା କରି ଭୁଲ ଥିଲେ କ୍ଷମା କରି ଏହି ପୂଜାର ପୂର୍ଣ୍ଣ ଫଳ ପ୍ରଦାନ କରନ୍ତୁ ।
କ୍ଷମା ମନ୍ତ୍ର ପଢିବାର ଅର୍ଥ ଏହା ଅଟେ କି, ଭଗବାନ ତ ସବୁଠି ବିଦ୍ୟମାନ, ନା ତାଙ୍କୁ ଆମନ୍ତ୍ରିତ କରିବା ଦରକାର ନା ବିଦା । ଏହା ସମ୍ଭବ ନୁହେଁ କି ଯେମିତି ଶାସ୍ତ୍ରରେ ଲେଖା ଅଛି ପୂଜା ସେମିତି ହିଁ ହେବ, କିଛି ଭୁଲ ତ ନିଶ୍ଚୟ ହେବ । ଏହା ସ୍ଵତେ ଯେହେତୁ ମୁଁ ଜଣେ ଭକ୍ତ ଏବଂ ପୂଜା କରିବାକୁ ଇଛୁକ, ମୋ ଦ୍ଵାରା ଭୁଲ ହୋଇପାରେ, କିନ୍ତୁ ଭଗବାନ ମତେ କ୍ଷମା କର । ମୋ ଅହଂକାର ଦୂର କର , କାହିଁକି ନା ମୁଁ ଆପଣଙ୍କ ଶରଣାଧିନ ।