ଜାଣନ୍ତୁ ହାତରେ କାହିଁକି ବନ୍ଧା ଯାଏ ମୌଳିର ଧାଗା, ଏବଂ କେମିତି ଏହା ଆପଣଙ୍କ ରକ୍ଷା କରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପୂଜା ବା ଯଜ୍ଞ  ଆରମ୍ଭ କରିବା ପୂର୍ବରୁ ହାତରେ ମୌଳିସୂତା ବନ୍ଧାଯାଏ । ଶାସ୍ତ୍ରରେ ଏହି ମୌଳିସୂତା କୁ ବହୁତ ପବିତ୍ର ମନାଯାଏ । ମୌଳି ଶବ୍ଦର ଅର୍ଥ “ସବୁଠାରୁ ଉପରେ” । କେତେ ଲୋକମାନେ ଏହାକୁ କଲାବା ମଧ୍ୟ କହିଥାନ୍ତି । ଯେବେକି ପୁରାଣରେ ଏହାକୁ ଉପ ମଣିବନ୍ଧ କୁହାଯାଏ । ଏହାକୁ ବାନ୍ଧିବା ସମୟରେ ପୂଜା ବା ଯଜ୍ଞ କରିବା ପାଇଁ ସଂକଳ୍ପ କରାଯାଏ । ଏଥିପାଇଁ ଏହାକୁ ସଂକଳ୍ପ ସୂତ୍ର ମଧ୍ୟ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏକ ପୌରଣିକ କଥା ଅନୁସାରେ ଦେବୀ ଲକ୍ଷ୍ମୀମାତା ବାଳୀରାଜାଙ୍କ ହାତରେ ମୌଳିସୂତାକୁ ରକ୍ଷା-ସୂତ୍ର ମାଧ୍ୟମରେ ବାନ୍ଧିଥିଲେ ।

ଯାହା ଦ୍ଵାରା କୁହାଯାଏ କି ଆମର ରକ୍ଷା ନକରାତ୍ମକ ଊର୍ଜାରେ ହୋଇଥାଏ । ମୌଳିସୂତା ବାନ୍ଧିବା ସମୟରେ ନିମ୍ନରେ ଦିଆଯାଇଥିବା ମନ୍ତ୍ରକୁ ନିଶ୍ଚିତ ଜପ କରିବା ଉଚିତ୍ । ଏହି ମନ୍ତ୍ର ଜପ କରିବା ସମୟରେ ଯଦି ମୌଳିସୂତାକୁ ବାନ୍ଧନ୍ତି ତେବେ ଏହି ସୂତା ସିଦ୍ଧି ହୋଇଯାଏ । ମନ୍ତ୍ର-

ୟେନ ବଦ୍ଧୋ ବଳୀ ରାଜା ଦାନବେନ୍ଦ୍ରୋ ମହାବଳଃ ।

ତେନ ତ୍ଵାମନୂବନ୍ଧ୍ୟାମି ରକ୍ଷେ ମା ଚଳ ମା ଚଳ ।

କେମିତି ମୌଳିସୂତା ତିଆରି ହୁଏ-


୩ପ୍ରକାର ସୂତାକୁ ଯୋଡି ଏହି ସୂତା ତିଆରି ହୁଏ । ଏହି ସୂତା ନାଲି, ହଳଦୀ ଓ ଶାଗୁଆ ରଙ୍ଗ ହୋଇଥାଏ । ଏହି ସୂତା କଚ୍ଚେ ସୂତାରେ ତିଆରି ହୁଏ । ଏହି ୩ପ୍ରକାର ସୂତାକୁ ତ୍ରିଦେବଙ୍କ ନାମରେ ନାମିତ ହୋଇଥାଏ । ଆଉ କେତେକ ୫ଟି ରଙ୍ଗର ସୂତାରେ ମଧ୍ୟ ମୌଳି ତିଆରି ହୁଏ ଓ ଏହି ରଙ୍ଗ ନାଲି, ହଳଦୀ, ଶାଗୁଆ, ନୀଳ ଓ ଧଳା ରଙ୍ଗ ହୋଇଥାଏ । ଏହି ୫ ପ୍ରକାର ମୌଳିସୂତା ପଞ୍ଚଦେବତାଙ୍କୁ ଦର୍ଶାଇ ଥାଏ ।

କିପରି ମୌଳିସୂତା ବାନ୍ଧିବ-

ମୌଳିସୂତାକୁ ହାତରେ ବନ୍ଧାଯାଏ । ଏହା ବ୍ୟତୀତ ବେକରେ ବା ଅଣ୍ଟାରେ ମଧ୍ୟ ବାନ୍ଧି ପାରିବେ । ପୁରୁଷ ଓ ଅବିବାହିତ କନ୍ୟାଙ୍କୁ ଡାହାଣ ହାତରେ ଏହି ସୂତା ବନ୍ଧାଯାଏ । ବିବାହିତ ସ୍ତ୍ରୀମାନଙ୍କର ବାମ ହାତରେ ବନ୍ଧାଯାଏ ।

ବେଳେବେଳେ କୌଣସି ବୃକ୍ଷକୁ ପୂଜା କରିବା ବେଳେ ମଧ୍ୟ ଏହି ସୂତା ବୃକ୍ଷରେ ବନ୍ଧାଯାଏ । କୁହାଯାଏ କି  ପବିତ୍ର ବୃକ୍ଷରେ ଯଦି ଏହି ସୂତା ବନ୍ଧାଯାଏ ତେବେ ମନସ୍କାମନା ପୂରଣ ହୋଇଯାଏ । ଏହା ବ୍ୟତୀତ ଶୁଭ କଳସ ବା କୌଣସି ନୂଆ ବସ୍ତୁ କ୍ରୟ କରିବା ପରେ ମଧ୍ୟ ଏହିସୂତା ସେହି ବସ୍ତୁରେ ବନ୍ଧାଯାଏ ।

ମୌଳିସୂତା ବାନ୍ଧିବାର ନିୟମ-

ମୌଳିସୂତା ବାନ୍ଧିବା ସମୟରେ ନିମ୍ନରେ ଦିଆଯାଇଥିବା ନିୟମକୁ ପାଳନ କରିବା ଉଚିତ୍ ।

ଏହିସୂତା ବାନ୍ଧିବା ସମୟରେ ହାତ ମୁଠା ଭିତରେ ଏକ ପଇସା ରଖି ହାତ ମୁଠାକୁ ବନ୍ଦ ରଖିବ । କୁହାଯାଏ କି ସୂତା ବାନ୍ଧିବା ବେଳେ ମୁଠା ଖାଲି ନ ରଖିବା ଉଚିତ୍ । ମୁଠା ଭିତରେ ଏକ ପଇସା ରଖି ଏହିସୂତା ବାନ୍ଧିଲେ ଧନ ବୃଦ୍ଧି ହୋଇଥାଏ ।

ଏହିସୂତା ବାନ୍ଧିବା ସମୟରେ ମୁଣ୍ଡକୁ କପଡା ଦ୍ଵାଡ଼ା ଘୋଡାଇ ରଖିବା ଉଚିତ୍ । ଏହାକୁ ୩ଥରରୁ ଅଧିକ ଗୁଡାନ୍ତୁ ନାହିଁ ।

କେତେବେଳେ ଏହି ସୂତା ବାନ୍ଧିବ-

ଯେକୌଣସି ପୂଜା ବା ଯଜ୍ଞ କରିବା ବେଳେ ଏହି ସୂତା ବାନ୍ଧି ପାରିବେ । କୌଣସି ପର୍ବରେ ମଧ୍ୟ ଏହାକୁ ବାନ୍ଧିଲେ ଶୁଭ ହୋଇଥାଏ । ଏହାକୁ ବାନ୍ଧିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଶୁଭ ମନାଯାଏ । ଯଦି ଆପଣ ପୁରୁଣା ସୂତାକୁ କାଢି ନୂଆ ସୂତା ବାନ୍ଧିବାକୁ ଚାହୁଁଥାନ୍ତି ତେବେ ମଙ୍ଗଳବାର ଓ ଶନିବାର ଦିନ ବାନ୍ଧି ପାରିବେ । ପୁରୁଣା ସୂତାକୁ ନେଇ ପିପଳ ବୃକ୍ଷରେ ଚଢାନ୍ତୁ । ସଂକ୍ରାନ୍ତି ଦିନ ମୌଳିସୂତା ବାନ୍ଧିବା ଶୁଭ ମନାଯାଏ । ସେଥିପାଇଁ ସଂକ୍ରାନ୍ତି ଦିନ ସକାଳୁ ଉଠି ସ୍ନାନ କରିବା ପରେ ଏହି ସୂତାକୁ ବାନ୍ଧି ପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!