ବିଶେଷ ସଂଯୋଗ/ ସାତ ବର୍ଷ ପରେ ହୋଲିରେ ପଡୁଛି ଏହି ଦୁର୍ଲଭ ସଂଯୋଗ, ବୃହସ୍ପତିଙ୍କ ଉଚ୍ଚ ପ୍ରଭାବରେ ପାଳନ ହେବ ହୋଲି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରଙ୍ଗର ପର୍ବ ହୋଲି ଏଥର ଚୈତ୍ର କୃଷ୍ଣ ପ୍ରତିପଦରେ ପାଳନ କରାଯିବ । ଏହାର ପୂର୍ବ ଦିନ ହୋଲିକା ଦହନ ପର୍ବ ପାଳିତ ହେବ । ହୋଲିକା ଦହନ ଦିନ ଏହିଥର ଦୁର୍ଲଭ ସଂଯୋଗ ହେଉଅଛି । ଏହି ସଂଯୋଗ ହେଉଥିବାରୁ ଅନେକ ପ୍ରକାରର ଅନିଷ୍ଟ ଦୂର ହେବ । ହାରାହାରି ୭ବର୍ଷ ପରେ ଦେବଗୁରୁ ବୃହସ୍ପତିଙ୍କ ଉଚ୍ଚ ପ୍ରଭାବରେ ଏହି ହୋଲି ପାଳନ କରାଯିବ । ଏହା ଦ୍ଵାରା ମାନସମ୍ମାନ ବା ପାରିବାରିକ ସୁଖର ପ୍ରାପ୍ତି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆତ୍ମସମ୍ମାନ ଏବଂ ଉନ୍ନତି ଦେବ ଏହି ସଂଯୋଗ

ଏହି ବର୍ଷ ହୋଲି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରରେ ଆରମ୍ଭ ହୋଇ ହସ୍ତା ନକ୍ଷତ୍ରରେ ଶେଷ ହେଉଛି । ଊ.ଫାଲ୍ଗୁନୀ ନକ୍ଷତ୍ର ସୂର୍ଯ୍ୟଙ୍କର ଅଟେ । ସୂର୍ଯ୍ୟ ଆତ୍ମସମ୍ମାନ, ଉନ୍ନତି, ପ୍ରକାଶ ଆଦିର କାରକ ଅଟନ୍ତି । ଏହା ଦ୍ଵାରା ବର୍ଷକ ଯାକ ସୂର୍ଯ୍ୟଙ୍କର କୃପା ମିଳିବ। ଯେବେ ସମସ୍ତ ଗ୍ରହ ୭ଟି ସ୍ଥାନରେ ଥାନ୍ତି, ବୀଣା ଯୋଗର ସଂଯୋଗ ହୁଏ । ଏହି ସ୍ଥିତିରେ ସଙ୍ଗୀତ, ନୃତ୍ୟ ଆଦିରେ ରୁଚି ବଢେ ।

ଏଥର ହୋଲିକା ଦହନ ଜୀବନ ରେ ଉତ୍ସବ, ହର୍ଷ, ଆମୋଦ-ପ୍ରମୋଦ ନେଇ ଆସିଛି । ଏହିଦିନ ଜ ଏବଂ ଗହମର ଗଛ ଲଗାଯାଏ । ଏହା ପରେ ଶରୀରରେ ଉପଟନ ଲଗାଇ ତାହାର ଅଂସ ପକାଇଥାନ୍ତି। ଏହା କରିବା ଦ୍ଵାରା ଜୀବନରେ ଆରୋଗ୍ୟତା ଏବଂ ସୁଖ ସମୃଦ୍ଧି ଆସେ ।

ପୂଜାର ମହତ୍ଵ

ଘରେ ସୁଖ-ଶାନ୍ତି, ସମୃଦ୍ଧି, ସନ୍ତାନ ପ୍ରାପ୍ତି ଆଦି ପାଇଁ ମହିଳା ମାନେ ଏହି ଦିନ ହୋଲିର ପୂଜା କରନ୍ତି । ହୋଲିକା ଦହନ ପାଇଁ ପାଖାପାଖି ଗୋଟେ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କଣ୍ଟା ଥିବା କାଠ ଆଦି ଏକାଠି କରାଯାଏ, ଏବଂ ହୋଲି ଦିନ ଶୁଭ ମୂହୁର୍ତ୍ତ ରେ ହୋଲିକାର ଦହନ କରାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!