ଏକ ଏମିତି ମନ୍ଦିର ଯାହାର ଦ୍ଵାର କେବଳ ବର୍ଷରେ ଥରେ ହିଁ ଖୋଲାଯାଏ, ପୂଜା ସମୟରେ ନାଗରାଜ ମଧ୍ୟ ଉପସ୍ଥିତ ହୋଇଥାନ୍ତି…

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରାବଣ ମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ଦିନ ନାଗ ପଞ୍ଚମୀ ପୂଜା କରାଯାଏ। ଏହି ଦିନ ନାଗଦେବଙ୍କ ପୂଜା କରାଯାଏ ଓ ନାଗକୁ କ୍ଷୀର ପିଇବାକୁ ଦିଆଯାଏ। ପ୍ରତି ବର୍ଷରେ ଥରେ ଏହି ପର୍ବ ଆସେ ଓ ଲୋକମାନେ ନାଗଦେବ ମନ୍ଦିରକୁ ଯାଇ ବିଧି-ବିଧାନ ପୂର୍ବକ ନାଗଦେବଙ୍କୁ ପୂଜା କରି ନାଗକୁ କ୍ଷୀର ପିଇବାକୁ ଦିଅନ୍ତି। ଏହି ପର୍ବ ଦିନ ମହାକାଳ ନଗରୀ ଉଜୈନରେ ସ୍ଥିତ ନାଗ ଚନ୍ଦ୍ରେଶ୍ଵର ମନ୍ଦିରକୁ ବହୁତ ଦୂର-ଦୂର ସ୍ଥାନରୁ ଲୋକମାନେ ଆସିଥାନ୍ତି। ଏହି ମନ୍ଦିର ବର୍ଷରେ ଥରେ ନାଗ ପଞ୍ଚମୀ ପର୍ବ ଦିଏ ଦ୍ଵାର ଖୋଲାଯାଏ। ଏହି ମନ୍ଦିରର ମାନ୍ୟତା ଅନୁଯାଇ ନାଗ ପଞ୍ଚମୀ ଦିନ ଦ୍ଵାର ଖୋଲି ପୂଜା କରିଲେ ବିଶେଷ ଶୁଭ ଫଳ ମିଳିଥାଏ। ଏହି ଦିନ ନାଗରାଜ ମଧ୍ୟ ଉପସ୍ଥିତ ହୋଇ ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ମନ୍ଦିରରେ ରଖାଯାଇଛି ଶିବ-ପାର୍ବତୀଙ୍କ ଦୁର୍ଲଭ ପ୍ରତିମା :

ନାଗ ଚନ୍ଦ୍ରେଶ୍ଵର ମନ୍ଦିରରେ ନାଗଦେବଙ୍କ ବ୍ୟତୀତ ଶିବ-ପାର୍ବତୀଙ୍କ ପୂଜା ମଧ୍ୟ କରାଯାଏ। ଏହି ମନ୍ଦିରରେ ନାଗଦେବଙ୍କ ଆସନରେ ବସିଥିବା ଶିବ-ପାର୍ବତୀଙ୍କ ପ୍ରତିମା  ରଖାଯାଇଛି। ଏହା ଏକ ଦୁର୍ଲଭ ପ୍ରତିମା ବୋଲି କୁହାଯାଏ। ନାଗଦେବଙ୍କ ଆସନରେ ବସିଥିବା ଶିବ-ପାର୍ବତୀଙ୍କ ପ୍ରତିମା  ଏହି ମନ୍ଦିର ବ୍ୟତୀତ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ସର୍ବଦା ନାଗ ଶର୍ଯ୍ୟାରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି। କିନ୍ତୁ ଏହି ମନ୍ଦିରରେ ନାଗ ଶର୍ଯ୍ୟାରେ ଶିବ-ପାର୍ବତୀ ଓ ତାଙ୍କ ପୁତ୍ର ଗଣେଶ ମଧ୍ୟ ବିରାଜମାନ ହୋଇଛନ୍ତି।

କଣ ପାଇଁ ନାଗ ଶର୍ଯ୍ୟାରେ ଶିବ-ପାର୍ବତୀ ବିରାଜମାନ ହୋଇଛନ୍ତି :

ନାଗ ଶର୍ଯ୍ୟାରେ ଶିବ-ପାର୍ବତୀ ବିରାଜମାନ ହେବା ଏକ ପୌରଣିକ କଥା ଅଛି। ଏହି ପୌରଣିକ କଥା ଅନୁସାରେ ନାଗରାଜ ତକ୍ଷକ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପରିଶ୍ରମ କରିଥିଲେ ଓ କଠୋର ତପସ୍ୟା ମଧ୍ୟ କରିଥିଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ନାଗରାଜ ତକ୍ଷକଙ୍କୁ ଦର୍ଶନ  ଦେଇଥିଲେ ଓ ତାଙ୍କୁ ଅମରତ୍ଵ ବରଦାନ କରିଥିଲେ। ଏହି ବରଦାନ ମିଳିବା ପରେ ନାଗରାଜ ତକ୍ଷକ ଭଗବାନ ଶିବଙ୍କ ନିକଟରେ ବାସ କରିଲେ ଓ ଏହି କାରଣରୁ ସେହି ମନ୍ଦିରରେ  ଶିବ-ପାର୍ବତୀଙ୍କ ପ୍ରତିମା ରଖାଯାଇଛି। ଯାହା ନାଗରାଜଙ୍କ ଶର୍ଯ୍ୟାରେ ଭଗବାନ ଶିବ-ପାର୍ବତୀ ଓ ତାଙ୍କ ପୁତ୍ର ଗଣେଶ ମଧ୍ୟ ବିରାଜମାନ ହୋଇଛନ୍ତି।

ପୂଜା କରିଲେ ବିଶେଷ ଲାଭ ମିଳିଥାଏ :    

ନାଗ ପଞ୍ଚମୀ ଦିନ ଏହି ମନ୍ଦିରକୁ ଯାଇ ନାଗ ଦେବଙ୍କୁ ପୂଜା କରିଲେ ବିଶେଷ ଲାଭ ମିଳିଥାଏ। କୁହାଯାଏ କି ସ୍ଵଚ୍ଛ ମନରେ ଏହି ପୂଜା କରିଲେ ଜନ୍ମ ଜାତକ କୁଣ୍ଡଳୀରେ ଥିବା ସର୍ପ ଦୋଷ ବା କାଳସର୍ପ ଦୋଷରୁ ମୁକ୍ତି ମିଳିଯାଏ।

କେଉଁଠାରେ ଏହି ମନ୍ଦିର ଅଛି :      

ନାଗଚନ୍ଦ୍ରେଶ୍ଵର ମନ୍ଦିର ମଧ୍ୟପ୍ରଦେଶ ରାଜ୍ୟରେ ଉଜୈନ ସହରରେ ଅବସ୍ଥିତ। ଏହି ମନ୍ଦିର ଆଖ-ପାଖରେ ଆହୁରି ଅନେକ ପ୍ରସିଦ୍ଧ ମନ୍ଦିରମାନ ଅବସ୍ଥିତ ହୋଇଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!