ଅଶୁଭ ସମୟରେ କେଉଁ କାର୍ଯ୍ୟ କଲେ ଶୁଭ ଫଳ ମିଳେ ବା ଅଶୁଭ ସମୟରେ କେଉଁ ଶୁଭ କାର୍ଯ୍ୟ କରି ହେବ? ଜାଣିବା ପାଇଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଚୌଘଡିଆର ସମୟ ବିଷୟରେ- ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ସମୟ ଦେଖିବା ପାଇଁ ଚୌଘଡିଆ ସମୟକୁ ବ୍ୟବହାର କରାଯାଏ । ପରମ୍ପରା ଅନୁସାରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ତାର ଶୁଭ ସମୟ ଦେଖିବା ପାଇଁ ଚୌଘଡିଆ ବ୍ୟବହାର କରାଯାଏ । କିନ୍ତୁ ତାର ସରଳତା ହେତୁ ଏହାକୁ ଅନ୍ୟ କାର୍ଯ୍ୟର ଶୁଭ ସମୟ ଦେଖିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅମୃତ ଶୁଭ, ଲାଭ ଓ ଚର, ଏହି ଚାରୋଟିର ଚୌଘଡିଆର ଶୁଭ ସମୟକୁ ବହୁତ ଉତ୍ତମ ମାନନ୍ତି ଓ ଶେଷ ୩ଟି ଚୌଘଡିଆ ରୋଗ, କାଳ ଓ ଉଦବେଗକୁ ଅନୁପଯୁକ୍ତ ମନାଯାଏ, ଯାହାକୁ ତ୍ୟାଗ କରିବା ଉଚିତ୍ । ସୂର୍ଯ୍ୟଉଦୟ ଓ ସୂର୍ଯ୍ୟାସ୍ତର ମଧ୍ୟବର୍ତ୍ତୀ ସମୟକୁ ଦିନର ଚୌଘଡିଆ କୁହାଯାଏ । ସେହିପରି ସୂର୍ଯ୍ୟାସ୍ତ ଓ ତାପର ଦିନର ସୂର୍ଯ୍ୟ ଉଦୟର ମଧ୍ୟବର୍ତ୍ତୀ ସମୟକୁ ରାତିର ଚୌଘଡିଆ କୁହାଯାଏ ।

ବାର ବେଳା, କାଳ ବେଳା ଏବଂ କାଳ ରାତ୍ରି ବିଷୟରେ- ବାରବେଳା, କାଳବେଳା ଓ କାଳରାତ୍ରି ସମୟରେ କୌଣସି ଶୁଭ କାର୍ଯ୍ୟ ନ କରିବା ଉଚିତ । ବାରବେଳା, କାଳବେଳା ଦିନରେ ପ୍ରଚଳିତ ହୋଇଥାଏ । ସେହିପରି କାଳରାତ୍ରି ରାତି ସମୟରେ ପ୍ରଚଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଯେ କୌଣସି ଶୁଭକାର୍ଯ୍ୟ କଲେ ଶୁଭଦାୟକ ହୋଇ ନଥାଏ ।

ଚୌଘଡିଆ ନାମ କାହିଁକି ଦିଆଯାଇଛି ?

ହିନ୍ଦୁ ଧର୍ମରେ ସୂର୍ଯ୍ୟଉଦୟ ଠାରୁ ସୂର୍ଯ୍ୟାସ୍ତ ତଥା ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟଉଦୟ ମଧ୍ୟବର୍ତ୍ତୀ ସମୟକୁ ୩୦ ୩୦ ଦଣ୍ଡରେ ଭାଗ କରାଯାଇଛି । ଚୌଘଡିଆର ସମୟକୁ ସେହି ୩୦ଦଣ୍ଡର ସମୟର ଅବଧିକୁ ୮ଭାଗରେ ଭାଗ କରାଯାଇଛି । ଯାହାର ପରିଣାମ ସ୍ୱରୂପ ଦିନ ଓ ରାତିର ସମୟକୁ ୮-୮ ଚୌଘଡିଆ ସମୟ ହୋଇଥାଏ । କାରଣ ପ୍ରତ୍ୟେକ ଚୌଘଡିଆ ସମୟ ୪ଦଣ୍ଡ ହୋଇଥାଏ, ସେଥିପାଇଁ ଏହାକୁ ଚୌଘଡିଆ କୁହାଯାଏ । ଏହାକୁ ଚତୁଶିର୍ତକା ମଧ୍ୟ କୁହାଯାଏ ।

ଶୁଭ ଚୌଘଡିଆ ତଥା ରାହୁ କାଳ ଏକାଠି ଥିଲେ କଣ କରିବେ ?

ଏହା କଣ ସମ୍ଭବ ଯେ ଶୁଭ ଚୌଘଡିଆ ତଥା ରାହୁ କାଳ ଏକାଠି ରହିଥିବେ । ରାହୁ କାଳକୁ ଅନିଷ୍ଟକାରକ କୁହାଯାଏ । ଦକ୍ଷିଣ ଭାରତରେ, ଶୁଭ ସମୟକୁ ଦେଖିବା ବେଳେ ଏହାକୁ ଅଧିକ ମହତ୍ଵ ଦେଇଥାନ୍ତି । କାରଣ ମୁହୂର୍ତ୍ତ ପାଇଁ ରାହୁକାଳର କୌଣସି ପ୍ରାମାଣିକ ତଥ୍ୟ ନାହିଁ, କିନ୍ତୁ ଏହି ଶୁଭ ଚୌଘଡିଆ ସମୟରେ ରାହୁକାଳ ଭୋଗ ହେଉଥିଲେ ଶୁଭ ଚୌଘଡିଆ ମୁହୂର୍ତ୍ତକୁ ତ୍ୟାଗ କରିବା ଉଚିତ୍ ।

ଯଦି ବାରବେଳା, କାଳବେଳା, ରାତ୍ରିବେଳା ଶୁଭ ଚୌଘଡିଆ ଏକ ସାଙ୍ଗରେ ଆସିଥାନ୍ତି ତେବେ କଣ କରିବେ ?

ଏହା ସମ୍ଭବ ଯେ ବାରବେଳା, କାଳବେଳା ଓ କାଳରାତ୍ରି ସହିତ ଶୁଭ ଚୌଘଡିଆ ସଂଯୁକ୍ତ ହୋଇଥାଏ । ଚୌଘଡିଆ ମୂହୁର୍ତ୍ତ ଚୟନ ସମୟରେ ବାର ବେଳା, କାଳବେଳା ଓ କାଳରାତ୍ରିକୁ ତ୍ୟାଗ କରାଯିବା ଉଚିତ୍ । ବାରବେଳା, କାଳବେଳା ଓ କାଳରାତ୍ରିର ସମୟରେ ଯେଉଁ ଶୁଭ କାର୍ଯ୍ୟ କରାଯାଏ ତାହା ଶୁଭଫଳ ମିଳେ ନାହିଁ ଓ ବାଞ୍ଛିତ ପରିଣାମ ଦିଅନ୍ତି ନାହିଁ ।

ଭଲ ଓ ଖରାପ ଚୌଘଡିଆ ମୁହୁର୍ତ୍ତକୁ କିପରି ଚିହ୍ନିତ କରିବେ ?

ପ୍ରତ୍ୟକ ଦିନର ପ୍ରଥମ ମୂହୁର୍ତ୍ତ, ସେହି ଦିନର ଗ୍ରହର ସ୍ଵାମୀଙ୍କ ଦ୍ଵାରା ଶାସିତ ହୋଇଥାଏ । ଉଦାହରଣ ପାଇଁ ରବିବାରର ପ୍ରଥମ ଚୌଘଡିଆ ମୂହୁର୍ତ୍ତ ସୂର୍ଯ୍ୟ ବା ରବି ଗ୍ରହଙ୍କ ଦ୍ଵାରା ଶାସିତ ହୋଇଥାଏ । ଏହା ପରର ମୂହୁର୍ତ୍ତ କ୍ରମଶ ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନିଙ୍କ ଦ୍ଵାରା ଶାସିତ ହୋଇଥାନ୍ତି । ଦିନର ଅନ୍ତିମ ମୁହୂର୍ତ୍ତ ମଧ୍ୟ ସେହି ଦିନର ଗ୍ରହ ସ୍ଵାମୀଙ୍କ ଦ୍ଵାରା ଶାସିତ ହୋଇଥାନ୍ତି ।

ସେଥିପାଇଁ ପ୍ରତ୍ୟେକ ଚୌଘଡିଆ ମୂହୁର୍ତ୍ତର ଶୁଭ ବା ଅଶୁଭ ପ୍ରଭାବ ସ୍ଵାମୀ ଗ୍ରହର ପ୍ରକୃତିର ଆଧାରକୁ ନେଇ ଚିହ୍ନିତ କରିବାକୁ ପଡେ । ବୈଦିକ ଜ୍ୟୋତିଷରେ ଶୁକ୍ର, ବୁଧ, ଚନ୍ଦ୍ର ଓ ବୃହସ୍ପତିଙ୍କର ପ୍ରଭାବ ସମୟର ଅବଧିକୁ ଶୁଭ କୁହାଯାଏ । ସେହିପରି ରବି, ମଙ୍ଗଳ ଓ ଶନିଙ୍କ ପ୍ରଭାବ ସମୟର ଅବଧିକୁ ଅଶୁଭ କୁହାଯାଏ । ସଠିକ ଆଧାରରେ ପ୍ରତ୍ୟେକ ଚୌଘଡିଆ ମୂହୁର୍ତ୍ତକୁ ଶୁଭ ଓ ଅଶୁଭ ରୂପରେ ଚିହ୍ନିତ କରିପାରିବେ । ଧ୍ୟାନ ରଖିବାକୁ ହେବ ଯେ ଅଶୁଭ ଚୌଘଡିଆ ମୂହୁର୍ତ୍ତ ମଧ୍ୟ ଅଶୁଭ କାର୍ଯ୍ୟ ପାଇଁ ଉଚିତ୍ ହୋଇଥାଏ ।

ଉଦବେଗ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ବା ରବି ଗ୍ରହଙ୍କୁ ଏକ ଅନିଷ୍ଟକାରୀ ଗ୍ରହ କୁହାଯାଇଛି । ସେଥିପାଇଁ ଏହାର ପ୍ରଭାବ ବିଶେଷ ଅଶୁଭ କୁହାଯାଏ ଓ ଉଦବେଗ ରୂପରେ ଚିହ୍ନିତ କରାଯାଏ । ସେଥିପାଇଁ ସରକାରୀ କାର୍ଯ୍ୟରେ ଉଦବେଗ ଚୌଘଡିଆକୁ ଶୁଭ କୁହାଯାଏ ।

ଚର ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଲାଭକାରୀ ଗ୍ରହ କୁହାଯାଏ । ତାହାର ପ୍ରଭାବ ଶୁଭ ହୋଇଥାଏ ଓ ଚର ବା ଚଞ୍ଚଳ ରୂପରେ ଚିହ୍ନିତ କରାଯାଏ । ଶୁକ୍ରଙ୍କ ଚର ପ୍ରକୃତି ହେତୁ ଚର ଚୌଘଡିଆକୁ ଯାତ୍ରା ଉଦ୍ଦେଶ୍ୟ ପାଇଁ ବିଶେଷ ଉପଯୁକ୍ତ ହୋଇଥାଏ ବୋଲି କୁହାଯାଏ ।

ଲାଭ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଲାଭକାରୀ ଗ୍ରହ କୁହାଯାଏ । ତେଣୁ ଏହାର ପ୍ରଭାବ ଶୁଭ ହୋଇଥାଏ । ଏହାକୁ ଲାଭ ରୂପରେ ଚିହ୍ନିତ କରାଯାଏ । ଲାଭ ଚୌଘଡିଆକୁ ଶିକ୍ଷା ଆରମ୍ଭ କରିବା ପାଇଁ ତଥା ନୂଆ କୌଶଳ ପ୍ରାପ୍ତ କରିବା ପାଇଁ ବିଶେଷ ଉପଯୁକ୍ତ ବୋଲି କୁହାଯାଏ ।

ଅମୃତ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହକୁ ଲାଭକାରୀ ଗ୍ରହ କୁହାଯାଏ । ତେଣୁ ଏହାର ପ୍ରଭାବ ଶୁଭ ହୋଇଥାଏ । ଏହାକୁ ଅମୃତ ରୂପରେ ଚିହ୍ନିତ କରାଯାଏ । ଅମୃତ ଚୌଘଡିଆକୁ ସବୁ ପ୍ରକାର କାର୍ଯ୍ୟ ପାଇଁ ଶୁଭ ବୋଲି କୁହାଯାଏ ।

କାଳ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହ ଏକ ଅନିଷ୍ଟକାରୀ ଗ୍ରହ କୁହାଯାଏ । ଏହାର ପ୍ରଭାବ ବିଶେଷ ଅଶୁଭ କୁହାଯାଏ । ଏହାକୁ କାଳ ରୂପରେ ଚିହ୍ନିତ କରାଯାଏ । କାଳ ଚୌଘଡିଆ ମୂହୁର୍ତ୍ତରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହାକୁ ଧନ ଅର୍ଜନ କରିବା ପାଇଁ କାଳ ଚୌଘଡିଆ ଉପଯୁକ୍ତ ହୋଇଥାଏ ।

ଶୁଭ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହକୁ ଲାଭକାରୀ ଗ୍ରହ କୁହାଯାଇଛି । ଏହାର ପ୍ରଭାବ ଶୁଭ ହୋଇଥାଏ ଓ ଶୁଭ ରୂପରେ ଚିହ୍ନିତ କରାଯାଏ । ଶୁଭ ଚୌଘଡିଆକୁ ବିଶେଷ ଭାବରେ ବିବାହ ଆୟୋଜିତ କରିବା ପାଇଁ ବିଶେଷ ଉପଯୁକ୍ତ ବୋଲି କୁହାଯାଏ ।

ରୋଗ ଚୌଘଡିଆ- ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଏକ ଅନିଷ୍ଟକାରୀ ଗ୍ରହ କୁହାଯାଏ । ଏହାର ପ୍ରଭାବ ଅଶୁଭ ହୋଇଥାଏ ଓ ଏହାକୁ ରୋଗ ରୂପରେ ଚିହ୍ନିତ କରାଯାଏ । ରୋଗ ଚୌଘଡିଆରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହା ବାଦବିବାଦ, ଅସ୍ତ୍ରୋପଚାର, ଯୁଦ୍ଧ ଓ ଶତୃକୁ ହରେଇବା ପାଇଁ ରୋଗ ଚୌଘଡିଆ ଅନୁସାରେ କରାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!