ମନମୁତାବକ ପଦୋନ୍ନତି ଦେବ ଗୁରୁବାରର ଏହି ୭ଟି ବିଶେଷ ଉପାୟ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ ପ୍ରତିଭା ଥାଇ ମଧ୍ୟ ଇଛାମୁତାବକ ପଦୋନ୍ନତି ମିଳୁନାହିଁ, ସହକର୍ମୀ ମାନଙ୍କଠୁ ନିର୍ଜ୍ୟାତୀତ ହେବାକୁ ପଡୁଛି ତେବେ ଏହି ବିଶେଷ ଏବଂ ସରଳ ଉପାୟ ଖାସ୍ ଆପଣଙ୍କ ପାଇଁ। ଗୁରୁବାରଠୁ ଏହାକୁ ପାଳନ କରନ୍ତୁ ଏବଂ ଶୀଘ୍ର ଇଚ୍ଛାନୁସାରେ ପ୍ରମୋଶନ ପାଆନ୍ତୁ।
ଆସନ୍ତୁ ଜାଣିବା ସେହି ୭ଟି ଉପାୟ……
୧। ବ୍ରହ୍ମା ଏବଂ ବିଷ୍ଣୁଙ୍କ ପାଖେ କଦଳୀ ଭୋଗ ଲଗାନ୍ତୁ। ବିଷ୍ଣୁଙ୍କ ସହସ୍ରନାମ ଜପ କରନ୍ତୁ।
୨। ଗୁରୁବାର ଦିନ ପାଣିରେ ଟିକେ କ୍ଷୀର ମିଶାଇ ସେହି ଜଳକୁ ତୁଳସୀ ଗଛରେ ଦିଅନ୍ତୁ ଏବଂ ୨ଟି ତୁଳସୀ ପତ୍ର ଖାଆନ୍ତୁ।
୩। ଜ୍ଞାନ ଆହରଣ କରିବା ପରି କିଛି ପୁସ୍ତକ ଯୋଗ୍ୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ।
୪। ଗୁରୁ ଓ ବ୍ରାହ୍ମଣଙ୍କ ସେବା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
୫। ଚଣାଡାଲି ବା କେଶର ମନ୍ଦିରରେ ଦାନ କରନ୍ତୁ, କେଶରର ତିଳକ ମସ୍ତକରେ ଧାରଣ କରନ୍ତୁ।
୬। ପ୍ରତ୍ୟାକଦିନ ସକାଳୁ ଖାଲି ପାଦରେ ଘାସରେ ଚାଲନ୍ତୁ।
୭। ଗୁରୁବାରଦିନ କୌଣସି ମନ୍ଦିରରେ ହଳଦିଆ ବସ୍ତୁର ଦାନ କରନ୍ତୁ। ଯେମିତିକି ହଳଦିଆ ଫଳ, ଖାଦ୍ୟପଦାର୍ଥ, ହଳଦୀ ରଙ୍ଗର ବସ୍ତ୍ର ଇତ୍ୟାଦି।