୨୦୨୨ ମସିହା, ଏପ୍ରିଲ ମାସ ୨୨ ତାରିଖ, ଶୁକ୍ରବାର, ମେଷମାସ ୯ ଦିନ, ବୈଶାଖମାସ କୃଷ୍ଣପକ୍ଷ, ଷଷ୍ଠୀତିଥି ଦିବା ୮ଟା ୪୩ମିନିଟ୍ ପରେ ସପ୍ତମୀ ତିଥି, ପୂର୍ବାଷାଢା ନକ୍ଷତ୍ର ରାତି ୮ ଟା ୧୫ମିନିଟ୍ ପରେ ଉତ୍ତରାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ରାତି ୧ଟା ୫୨ପରେ ମକର ରାଶିରେ ଚନ୍ଦ୍ର । ଶିବ ଯୋଗ ସକାଳ ୭ ଟା ୧୧ମିନିଟ୍ ପରେ ସିଦ୍ଧ ଯୋଗ । ବାଣିଜ୍ୟ କରଣ ଦିବା ୮ଟା ୪୩ମିନିଟ୍ ପରେ ବିଷ୍ଟି କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ରାତି ୧ଟା ୫୨ମିନିଟ୍ ପରେ ସିଂହ ରାଶିର ଘାତଚନ୍ଦ୍ର ।
ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ଦିବା ୮ଟା ୪୩ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ଦିବା ୮ଟା ୪୩ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୮ଟା ୩୭ମିନିଟ୍ ରୁ ୧୧ଟା ୪୬ମିନିଟ୍, ରାତ୍ରି ୮ଟା ୫୪ମିନିଟ୍ ରୁ ୧୦ଟା ୨୦ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୮ମିନିଟ୍ ରୁ ୬ଟା ୧୮ମିନିଟ୍, ପ୍ରାତଃ ୭ଟା ୯ମିନିଟ୍ ରୁ ୮ଟା ୩୬ମିନିଟ୍, ଦିବା ୧୨ଟା ୧୧ମିନିଟ୍ ରୁ ୨ଟା ୪୧ମିନିଟ୍, ଦିବା ୪ଟା ୨୩ମିନିଟ୍ ରୁ ୬ଟା ୩ମିନିଟ୍ ରାତ୍ର ୭ଟା ୩୫ମିନିଟ୍, ରାତ୍ର ୮ଟା ୫୪ମିନିଟ୍ ରୁ ରାତ୍ର ୧ଟା ୩୯ମିନିଟ୍ ରୁ ୩ଟା ୫୫ ମିନିଟ୍ ।
ମେଷ:- ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ଲେଖାପଢାରୁ ଶୁଭଫଳ ମିଳିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ସୁଯୋଗକୁ ଅପେକ୍ଷା କରିବା ଉଚିତ୍ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-ସକ୍ରିୟ ହୋଇ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀହେବେ । ଦୂରଯାତ୍ରାର କଷ୍ଟ ପାଇବେ । ଆଳସ୍ୟ ବୃଦ୍ଧିପାଇବ । ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ମିଥୁନ:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ବିଦ୍ୟା କ୍ଷେତ୍ରରେ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କର୍କଟ:-ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ମାନସିକ ସୁସ୍ଥତା ଅନୁଭବ କରିବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ଘିଅ ବା କ୍ରିମରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।
ସିଂହ:-ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବ୍ୟବସାୟୀମାନେ ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ରାଜନୀତିରେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ଉଚ୍ଚଶିକ୍ଷା ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଗୃହୋପକରଣ କ୍ରୟ କରିବେ । ଦାମ୍ପତ୍ୟ ସୁଖରେ ବାଧା ଉପୁଜି ପାରେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
କନ୍ୟା:-ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ପ୍ରବାସ ଓ ଯାତ୍ରାରେ ଲାଭବାନ ହେବେ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ତୁଳା:-ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ । ଅବିବାହିତ ଯୁବକ ଓ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ସାମାଜିକ ପ୍ରତିଷ୍ଠା ଏବଂ ମାନ-ସମ୍ମାନରେ ବାଧା ଉପୁଜି ପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-ଶତୃ ଓ ବିରୋଧୀଙ୍କ ଠାରୁ ନିଜର ବୁଦ୍ଧିମତା କାରଣରୁ କାମ ହାସିଲ କରିପାରିବେ । ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-ବନ୍ଧୁ, ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ ପୁରୁଣା ପ୍ରାପ୍ୟ ଆଦାୟ ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କଳା, ସଂଗୀତାଦି କ୍ଷେତ୍ରରେ, କ୍ରିଡା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ମକର:-ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ବ୍ୟବସାୟରେ ବହୁବିଧ ସୁଯୋଗ ଜୁଟିବ ଓ ଅଧିକ ଲାଭବାନ୍ ହେବେ । ପ୍ରିୟ ଲୋକମାନଙ୍କ ସହିତ ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ ହେବ । ଅଧିକ ପରିଶ୍ରମ କରି ଅର୍ଥ ଲାଭ ହେବ ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ । ଅଫିସର, ସହକର୍ମୀ ଓ ମିତ୍ରମାନେ କାମର ପ୍ରଶଂସା କରିବେ । ଗୃହପୋକରଣ ନୂତନ ବସ୍ତୁ କ୍ରୟ କରିପାରିବେ । ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
କୁମ୍ଭ:-ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ । କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ସହ ପାରିବାରିକ ସୁଖଶାନ୍ତି ମିଳିବ । ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । କୌଣସି ବରିଷ୍ଠ ରାଜନେତାଙ୍କ ସାହାଯ୍ୟ ପାଇ ଶତୃଙ୍କ ସହିତ ମୁକାବିଲା କରିପାରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । କଥାବାର୍ତ୍ତା ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚ୍ଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-ସାମାଜିକ ସ୍ତରରେ ଖ୍ୟାତି ହେବ । ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ । ହାତ ପାହାନ୍ତାରେ ଥିବା ଧନ ଅଟକି ଯାଇପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।