ଦୈନିକ ରାଶିଫଳ: 15 ନଭେମ୍ବର 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସ୍ଵାସ୍ଥ୍ୟରେ ସୁଧାର ଆସିବା ସହ ଅର୍ଥସଙ୍କଟରୁ ମୁକ୍ତି ମିଳିବ ଓ ଶତୃମାନେ ପରାଜିତ ହେବେ। ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ ଓ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବାପାଇଁ ଯୋଗାଯୋଗ କରିପାରନ୍ତି। ଉନ୍ନତିମୂଳକ ପଦକ୍ଷେପ ନେଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବାସହ ପ୍ରଶଂସିତ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁ ରଖି ପାରନ୍ତି। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। କର୍ମକ୍ଷେତ୍ରରେ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇ ପାରନ୍ତି। ରୋଜଗାର ସମସ୍ୟା ସୁଧୁରି ଯାଇ ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ଅଦରକାରୀ ଜିନିଷପାଇଁ ଅଯଥାରେ ଟଙ୍କା ନଷ୍ଟ କରନ୍ତୁ ନାହିଁ। ନିଜର ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଆପଣ ପରିବାରକୁ ପ୍ରାଥମିକତା ଦେବେ ଓ ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରି ପାରିବେ। ଅଳସୁଆ ପ୍ରକୃତି ଉପରେ ପ୍ରାଧାନ୍ୟ ଦେବେ। କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ପିଲାମାନଙ୍କ ବିଷୟରେ ଟିକେ ଚିନ୍ତିତ ହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ। ଏକ ବଡ ଧରଣର ବ୍ୟବସାୟ ପାଇଁ ଚୁକ୍ତିପତ୍ର ହୋଇପାରେ। ବଡ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି। ଏକ ନୂତନ ଯାନ କିଣିବାକୁ ଚିନ୍ତା କରିପାରନ୍ତି। ଶତୃମାନେ ପରାଜିତ ହେବେ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- କଉଡି ଗୋଟିଏ ପାଖରେ ରଖନ୍ତୁ।

ସିଂହ:-ନିଜ ଉପରେ ଅତ୍ୟଧିକ ଦାୟିତ୍ଵ ନିଅନ୍ତୁ ନାହିଁ। ହୋଟେଲ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟ ବୃଦ୍ଧି ପାଇବ। ଆପଣ ଯେଉଁ କାମକୁ ଅଧିକ ଭଲ ପାଆନ୍ତି, ସେହିକାମ ଆଜି ସହଜ ସରଳରେ କରିପାରିବେ। ପ୍ରେମ ସମ୍ପର୍କରେ ଭାବପ୍ରବଣତା ବୃଦ୍ଧି ପାଇବା ସହ ପୂର୍ବସମସ୍ୟାର ସମାଧାନ ହେବ। ଗ୍ୟାସରୋଗ ବା ଅଦୃଶ୍ୟରୋଗ ସମସ୍ୟା ଦେଖାଦେଇପାରେ। କ୍ରୋଧକୁ କମାଇବା ପାଇଁ ଧ୍ୟାନ ପ୍ରାଣାୟମ କରନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ପୁରୁଣା ବିଚାରାଧୀନ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରି ଆନନ୍ଦିତ ହେବେ। ନୂତନ ଟେକ୍ନୋଲୋଜି ବ୍ୟବହାର କରିବାକୁ ଶିଖିପାରିବେ ଓ ଘରେ ଖୁସିର ପରିବେଶ ରହିବ। ବ୍ୟବସାୟରେ ବିକ୍ରୟ ବୃଦ୍ଧି ହେବାଫଳରେ ମନ ଖୁସି ହେବ। ପରିସ୍ଥିତି ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ଜୀବନସାଥୀଙ୍କ ପ୍ରତି ପ୍ରେମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କମ୍ ଚାପ ଯୋଗୁଁ ମନ ହାଲୁକା ରହିବ।ଆଜି ଛାତ୍ରମାନଙ୍କ ପାଇଁ ବହୁତ ଶୁଭ ହେବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ଅଧ୍ୟୟନ-ଶିକ୍ଷାଦାନରେ ସଫଳତା ମିଳିବ। ଦୀର୍ଘ ଯାତ୍ରା ପାଇଁ ସମୟ ଶୁଭ ଅଟେ। ବାହାର ଲୋକଙ୍କୁ ଅତ୍ୟଧିକ ବିଶ୍ୱାସ କଲେ କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ପିଲାମାନଙ୍କର ମନୋବଳର ଯତ୍ନ ନିଅନ୍ତୁ। ଦୂରଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ଏବଂ ଲାଭଦାୟକ ହେବ। ହଜିଯାଇଥିବା ଆଇଟମ୍ ପାଇପାରିବେ। ସହକର୍ମୀଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ଗଣ୍ଠି ଯନ୍ତ୍ରଣା ଏବଂ ରକ୍ତଚାପ ସମସ୍ୟା ଦେଖାଦେଇପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ। ବ୍ୟବସାୟୀମାନେ କାରବାରବୃଦ୍ଧି ଫଳରେ ବିଶେଷ ଲାଭବାନ୍ ହେବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ। କର୍ମଯୋଗକୁ ଅଧିକ ମହତ୍ତ୍ୱ ଦେବାସହ ନୂତନ କର୍ମ ନିଯୁକ୍ତିରେ ସଫଳହେବେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:-ଦିନଟି କିଛି ଭଲ ଖବର ସହିତ ଆରମ୍ଭ ହୋଇପାରେ। ଲୋକମାନେ ତୁମର ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରିବେ। ଆପଣ ନିଜ ଚିନ୍ତାଧାରାକୁ ଜୀବନସାଥୀଙ୍କ ସହିତ ବାଣ୍ଟିପାରିବେ। ପିଲାମାନଙ୍କ ପାଇଁ ଅତୀତରେ କରାଯାଇଥିବା ବିନିଯୋଗରୁ ଆପଣ ଭଲ ଲାଭ ପାଇବେ। ବିଭିନ୍ନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି। ପରିବାର ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ଓ ଘରେ ଏକ ଉତ୍ସବର ପରିବେଶ ରହିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମକର:-କଳା ଜଗତ ସହିତ ଜଡିତ ଲୋକମାନେ ଏକ ବଡ଼ ପ୍ଲାଟଫର୍ମ ପାଇପାରିବେ। ପ୍ରେମୀକ ପ୍ରେମିକାମାନେ ସେମାନଙ୍କର ଅସନ୍ତୋଷ ଦୂର କରିବା ପାଇଁ ଉପହାର ଦେଇ ଶାନ୍ତିପାଇବେ। ଯେକୌଣସି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ସମ୍ମାନିତ ହେବେ। ନିଜର ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିତ୍ୱ କୁ ନେଇ ପ୍ରଶଂସିତ ହେବେ। ଉପରିସ୍ଥଙ୍କ କୃପାଭାଜନ ହେବେ କିନ୍ତୁ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ବ୍ୟବସାୟରେ ଗ୍ରାହକମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିପାରିବ। କଳା, ସାହିତ୍ୟ ଚଳଚିତ୍ର ଓ ସଙ୍ଗୀତାଦି ସହିତ ଜଡିତ ଲୋକମାନେ ସମ୍ମାନ ପାଇପାରିବେ। ଆପଣ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ଶୁଭ ସମାଚାର ଶୁଣି ଖୁସିହେବେ ଓ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। କର୍ମଚାରୀମାନଙ୍କ ସହଯୋଗ ଯୋଗୁ ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। ସାଧୁ ଓ ସଚ୍ଚୋଟ ଭାବେ କାର୍ଯ୍ୟ ତୁଲାଇବାରୁ ସମ୍ମାନର ଅଧିକାରୀ ହେବେ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ମାନସମ୍ମାନ ଅତୁଟ ରହିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!