ଦୈନିକ ରାଶିଫଳ: 11 ଅକ୍ଟୋବର 2022, ମା’ ମଙ୍ଗଳାଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅକ୍ଟୋବର ମାସ ୧୧ତାରିଖ, ମଙ୍ଗଳବାର, କନ୍ୟାମାସ ୨୫ଦିନ, କାର୍ତ୍ତିକମାସ କୃଷ୍ଣପକ୍ଷ, ଦ୍ଵିତୀୟାତିଥି, ଅଶ୍ଵିନୀ ନକ୍ଷତ୍ର ଦିବା ୪ଟା ୧୭ମିନିଟ୍ ପରେ ଦ୍ଵିଜାନକ୍ଷତ୍ର, ମେଷରାଶିରେ ଚନ୍ଦ୍ର । ହର୍ଷଣ ଯୋଗ ଦିବା ୩ଟା ୧୫ମିନିଟ୍ ପରେ ବଜ୍ର ଯୋଗ । ତୈତିଳ କରଣ ଦିବା ୧ଟା ୨୯ମିନିଟ୍ ପରେ ଗର କରଣ । ମକର ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ ରାତି ୧ଟା ୨୯ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୧ଟା ୨୯ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୭ଟା ୧୧ମିନିଟ୍ ରୁ ୮ଟା ୩୮ମିନିଟ୍, ଦିବା ୧ଟା ୧ମିନିଟ୍ ରୁ ୨ଟା ୨୮ମିନିଟ୍, ସନ୍ଧ୍ୟା ୬ଟା ୫୫ମିନିଟ୍ ରୁ ୮ଟା ୨୮ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୪ମିନିଟ୍ ରୁ ୬ଟା ୨୯ମିନିଟ୍, ସକାଳ ୮ଟା ୩୯ମିନିଟ୍ ରୁ ୧୧ଟା ୯ମିନିଟ୍, ସନ୍ଧ୍ୟା ୫ଟା ୨୪ମିନିଟ୍ ରୁ ୬ଟା ୫୪ମିନିଟ୍, ରାତ୍ର ୮ଟା ୨୯ମିନିଟ୍ ରୁ ୮ଟା ୩୯ମିନିଟ୍, ରାତ୍ର ୯ଟା ୩୧ମିନିଟ୍ ରୁ ୧୧ଟା ୫୭ମିନିଟ୍, ରାତ୍ର ୧ଟା ୩୭ମିନିଟ୍ ରୁ ୩ଟା ୧୪ମିନିଟ୍, ରାତ୍ର ୪ଟା ୬ମିନିଟ୍ ରୁ ୫ଟା ୪୨ମିନିଟ୍ ।

ମେଷ:-ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ । ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ । ଦୈବୀ କୃପା ଫଳରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ଶତୃମାନେ ମିତ୍ରଭାବ ଆଚରଣ କରିବେ । ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ । ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସଫଳତା ଅର୍ଜନ କରିବେ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଜନସାଧାରଣଙ୍କ ମଧ୍ୟରେ ବହୁତ ଭଲ ସମର୍ଥନ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ପୁରାତନ ରୋଗର ଉପଶମ ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଗୁରୁ ଗୁରୁଜନ ମାନଙ୍କର ସହଯୋଗ ପାଇବେ । ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ । ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ । ଛାତ୍ର ଛାତ୍ରୀମାନେ ବାହ୍ୟ ଦେଶକୁ ଯାତ୍ରା କରିବାର ଯୋଗାଯୋଗ କରିପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ସିଂହ:-ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟରେ ଯୋଗଦେଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବଜାୟ ରଖିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯାଇ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରି ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବାସହ ମାନସିକଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ବ୍ୟବସାୟରେ ଆଶାତୀତ ଲାଭ ମିଳିବାସହ ବକେୟା ଅର୍ଥ କିଛି ହସ୍ତଗତ ହେବ । ଆୟ ଉପାର୍ଜ୍ଜନର ବୃଦ୍ଧିହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ପ୍ରତିକାର-ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ପାଇବେ । ପରିବାରରେ ସୁସ୍ଥ ବାତାବରଣ ଜାରିରହିବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । ଅଚାନକ ଧନପ୍ରାପ୍ତି ହେବାଫଳରେ ମନର ଅଶାନ୍ତି ଅସନ୍ତୋଷ ଦୂରହୋଇ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ରକ୍ଷା କରିପାରିବେ । କରଜରମାତ୍ରା ହ୍ରାସ ପାଇବ । ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଭୋଗବିଳାସରେ ଦିନ କାଟିବା ପାଇଁ ଆଗ୍ରହୀହେବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଶରୀର ଭଲ ରହିବାସହ ନିଜଲୋକଙ୍କ ସହଯୋଗରେ ଅନେକ କାର୍ଯ୍ୟ ପୂରଣ କରି ପାରିବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବହୁତ ଭଲ ସମୟ ପାଇବେ । ନୂତନ ଆୟରସ୍ରୋତ ଖୋଲିଯିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାଯୋଗେ ସାମାଜିକ ପତିଆରା ଅମଳିନ ରହିବ । ବ୍ୟବସାୟରେ ଆୟଉପାର୍ଜନ ବୃଦ୍ଧିହେବାସହ ଦୂରଯାତ୍ରାର ସୁଯୋଗ ପାଇ ବିଶେଷ ଲାଭାନ୍ଵିତ ହେବେ । ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମୀନ:-ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ସନ୍ତାନ ସୁଖରେ ସୁଖୀ ହେବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ । ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!