ଦୈନିକ ରାଶିଫଳ: 09 ଜାନୁୟାରୀ 2024, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ପିଲାମାନଙ୍କ କାର୍ଯ୍ୟପ୍ରତି ସତର୍କ ରହିବା ସହ ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ସରକାରୀ ଚାପ ପଡିଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି ଓ ପ୍ରଶଂସା ମିଳିପାରେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶତୃମାନେ ଦୂରେଇ ଯିବା ଫଳରେ ଶୁଭ ସମାଚାର ମିଳିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଲାଭ ପାଇ ପାରିବେ। ପାରିବାରିକ କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇ ହସଖୁଶିର ବାତାବରଣ ସୃଷ୍ଟି ହେବ। ମିତ୍ରମାନଙ୍କ ସହଯୋଗରେ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଶତ୍ରୁନାଶ, ଅଚାନକ ଧନପ୍ରାପ୍ତି ହେବାସହ ଋଣ ପରିଶୋଧ କରିବାର ବାଟ ଦେଖାଦେବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ପାଇ ଉଚ୍ଚ ଆଶାରେ ଆଗେଇବେ। ପିଲାମାନେ ସେମାନଙ୍କ ଅଧ୍ୟୟନ ପାଇଁ ଆନନ୍ଦିତ ହେବେ। ଅନେକ ସମସ୍ୟାକୁ ସମାଧାନ କରି ସମ୍ମାନ ପାଇବେ। ସୁନ୍ଦର ସ୍ଥାନକୁ ପରିବାର ସହିତ ବୁଲିବା ପାଇଁ ଯାଇ ପାରନ୍ତି। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କର୍କଟ:-ଛାତ୍ର ଛାତ୍ରୀ ମାନଙ୍କର ସଂଘର୍ଷ ଦ୍ୱାରା ସଫଳତା ମିଳିବ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧିହେବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ଶୁଭ ସମାଚାର ପାଇ ଖୁସି ହେବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବାସହ ସୁସମ୍ବାଦ ଶୁଣିବେ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବାସହ ଦୂରଯାତ୍ରାର ସୁଯୋଗ ପାଇବେ। ବନ୍ଧୁଙ୍କ ସହଯୋଗ ରେ କେତେକ ସମସ୍ୟାର ସମାଧାନ ହେବ। ରାଜନୀତି କ୍ଷେତ୍ରରେ ସୁସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳ କରି ପାରିବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ପୂର୍ଣ୍ଣ ସହଯୋଗ ପାଇବେ। ପରିବାରରେ ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିଯିବା ଫଳରେ ହସ ଖୁସିର ବାତାବରଣ ଖେଳିଯିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ଆର୍ଥୀକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା:-ରାଜନୀତିରେ ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ। ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକ ମାନେ ଜନ ସମର୍ଥନ ପାଇ ସଫଳ ହେବେ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:- ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। ରାଜନୈତିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବା ଫଳରେ ପଦପଦବୀ ଲାଭ ହୋଇ ପାରେ। ବ୍ୟବସାୟୀମାନଙ୍କର କାରବାର ବଢିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। କର୍ମଜୀବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇବେ। ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବା ଫଳରେ ଉତ୍ସାହିତ ହେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର:-ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ବାହାର ପତିଆରା ଭଲ ରହିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-କର୍ମକ୍ଷେତ୍ରରେ ସଫଳତା ଲାଭ କରି ଉଚ୍ଚସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟି ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ସମାଜିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେବେ। ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେଇ ପାରେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!