ଦୈନିକ ରାଶିଫଳ: 08 ଜାନୁୟାରୀ 2024, ସୋମବାର, ମହାଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପରିବାର ତଥା କୁଟୁମ୍ବରେ କୌଣସି କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ଭୋଗବିଳାସକୁ ତୁଛମଣି ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ସମ୍ମାନ ପାଇବେ। ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। କର୍ମକ୍ଷେତ୍ରରେ ଲୋକଙ୍କୁ ନିଜର କରି ପାରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ବନ୍ଧୁମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବା ଫଳରେ କାମକାର୍ଯ୍ୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଲୋକମାନେ ଆପଣଙ୍କ ସଚ୍ଚୋଟତା ଓ ସରଳତା ଭାବ ଦେଖି ଆନନ୍ଦିତ ହେବେ। ପାରିବାରିକ ଜୀବନରେ ସାମାନ୍ୟ ସୁଧାର ଆସିବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସାମାଜିକ କ୍ଷେତ୍ରରେ ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦର ଅବସାନ ହୋଇ ପାରେ। ବ୍ୟବସାୟରେ ନୂତନ ଧାରା ଖୋଲି ସ୍ୱଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ। ଅନୁସନ୍ଧାନ, ଗବେଷଣା, ସମୀକ୍ଷା ଓ ଶୋଧନ କାର୍ଯ୍ୟପାଇଁ ସମୟ ଉପଯୁକ୍ତ ଅଟେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଶୁଭ ସମାଚାର ଶୁଣି ସନ୍ତାନଙ୍କ ଚିନ୍ତା ଦୂର ହେବ। ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବା ଫଳରେ ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବା ସହ ଶାନ୍ତି ଶୃଙ୍ଖଳା ଦେଖାଦେବ। କାରବାର ଓ ବ୍ୟାପାରରେ ଉନ୍ନତି ହୋଇ ଆଶାତୀତ ଲାଭ ପ୍ରାପ୍ତ ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା:-ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ହେବେ। ଶାରିରୀକ ଅସୁସ୍ଥତା ଦୂରହେବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ତୁଳା:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ହସଖୁସିରେ ସମୟ ବ୍ୟତୀତ ହେବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ସ୍ଵାସ୍ଥ୍ୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଶୁଭ ସମାଚାର ଶୁଣି ଶାନ୍ତି ଦେଖା ଦେବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ପରିବାର ଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ କରିଥିବା ପ୍ରୟାସରେ ସଫଳତା ପାଇବେ। ପିତା ମାତାଙ୍କ ଠାରୁ ସହଯୋଗ ମିଳିବ। ବ୍ୟାପାର ବା କାରବାରରେ ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇ ପାରିବେ। ପ୍ରେମପ୍ରସଙ୍ଗରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ଧନୁ:-ଭୌତିକ ସୁଖସୁବିଧା ସାଧନରେ ବୃଦ୍ଧି ହେବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ କର୍ମ କ୍ଷେତ୍ରରେ ସୁଧାର ଆସି ମାନସିକ ଦୁଶ୍ଚିନ୍ତା ବା ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ରୋଜିରୋଜଗାରର ଉଚିତ୍ ପରିସର ମିଳିବ। ଅଧିକ ପରିଶ୍ରମ କରି କିଛି ଅର୍ଥ ଲାଭ କରିବେ, କିନ୍ତୁ ଅଯଥାରେ ଖର୍ଚ୍ଚକରି ବାକୁ ପଡିପାରେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମକର:-କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ସଫଳତା ମିଳିବା ସହ ସୁଖଶାନ୍ତି ମିଳିବ। ପ୍ରେମିକ ପ୍ରେମିକାମାନେ ମନୋରଞ୍ଜନ କାର୍ଯ୍ୟ କ୍ରମରେ ମଜ୍ଜି ରହିବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ସାମାଜିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ଶାରିରୀକ ଅସୁସ୍ଥତା ଦୂରହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ଛାତ୍ର ଛାତ୍ରୀମାନଙ୍କର ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ଶୁଭ ସମାଚାର ପାଇ କଷ୍ଟ ଦୂର ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ଥିବାରୁ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ଆୟର ସ୍ରୋତ ବୃଦ୍ଧି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭ ହେବା ସହ ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି। ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମୀନ:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍। ଆଧ୍ୟାତ୍ମିକ ଊର୍ଜାରେ ମନ ଓତପ୍ରୋତ ରହିବ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ବ୍ୟବସାୟୀ ମାନଙ୍କର କଠିନ ପରିଶ୍ରମ ଫଳରେ ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!