ଦୈନିକ ରାଶିଫଳ: 31 ମଇ 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ପ୍ରସିଦ୍ଧି, ସାମାଜିକ ସ୍ଥିତି, ମାନସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳ ରହିବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇ ବକେୟା ଅର୍ଥ ଆଦାୟ ହେବା ସହ ଋଣମୁକ୍ତି ହେବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସାମାଜିକ ପତିଆରା ଅମଳିନ ରହିବ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ଧର୍ମକାର୍ଯ୍ୟରେ ମତି ରହିବ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ପରିବାରର କେତେକ ସମସ୍ୟା ସମାଧାନ ନେଇ ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବେ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବା ଫଳରେ ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। କାର୍ଯ୍ୟାଳୟରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ମାନସିକ ଦୁଶ୍ଚିନ୍ତା, ଶତ୍ରୁବାଧା ଦୂରେଇ ଯିବାଫଳରେ ସ୍ଥିତି ଠିକ୍ ରହିବ। ବ୍ୟବସାୟରେ ଉତ୍ଥାନ ପତ୍ତନର ସମ୍ମୁଖୀନ ହେଲେ ମଧ୍ୟ ନିଜ ପରିଶ୍ରମରେ ସଫଳତା ପାଇବେ। ଅଚାନକ ବନ୍ଧୁ ମାନଙ୍କର ସମାଗମ ହେବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ସିଂହ:-ସୁସ୍ଥ ବାତାବରଣ ଜାରି ରହିବା ଫଳରେ ମାନସିକଶାନ୍ତି ପାଇବାସହ ଏକାଗ୍ରତା ବଜାୟ ରହିବ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିଯୋଗୀତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଏହି ସମୟରେ ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ପରିବାର ଜନଙ୍କ ସହ କୌଣସି ଦୂରଜାଗାକୁ ଯାତ୍ରା କରି ପାରନ୍ତି। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଦୂରଯାତ୍ରାରେ ସଫଳ ହେବେ। ପୁରାତନ ରୋଗର ଉପଶମ ହୋଇଯିବ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ବ୍ୟବସାୟରେ ଆୟ ଅପରିବର୍ତ୍ତିତ ରହି ଶାନ୍ତି ଶୃଙ୍ଖଳା ଦେଖା ଦେବ ଓ ଆଶାତୀତ ଲାଭ ମିଳିବ। ମନର ଅଶାନ୍ତି ଅସନ୍ତୋଷ ଦୂରହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ତୁଳା:-ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନକରି ହସଖୁସିର ବାତାବରଣ ସୃଷ୍ଟି ହେବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ।ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କଲେ ଆଶାତିତ ଲାଭବାନ୍ ହେବେ। ଆୟଉପାର୍ଜନ ବୃଦ୍ଧିହୋଇ ଅଚାନକ ଧନପ୍ରାପ୍ତି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ସାମାଜିକ ସ୍ତରରେ ଖ୍ୟାତି ଅର୍ଜନ କରିବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ଧୈର୍ଯ୍ୟ ସହନଶୀଳତା ଯୋଗେ ଯଶ ମିଳିବ। କରଜର ମାତ୍ରା ହ୍ରାସ ପାଇବ। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।

ଧନୁ:-ପୁରାତନ ରୋଗରୁ ଉପସମ ପାଇବା ସହ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। କରଜର ମାତ୍ରା ହ୍ରାସ ପାଇବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ମାନସମ୍ମାନ ବୃଦ୍ଧିହେବ। ବାଦବିବାଦ, ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ଆୟର ସ୍ରୋତ ବୃଦ୍ଧି ହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟକର୍ମରେ ଅଂଶ ଗ୍ରହଣ କରିବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେଇ ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଯାହାଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନ ମୂଳକ ଦିଗପ୍ରତି ଆଗ୍ରହି ହେବେ। ମାନସିକ ଦୁଶ୍ଚିନ୍ତା ଦୂରହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ସାମାଜିକ ପତିଆରା ଅମଳିନ ରହିବ। ଧର୍ମକାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଗୃହୋପକରଣ କ୍ରୟ କରିବେ। ପୁରାତନ ରୋଗର ପ୍ରକୋପ ହ୍ରାସ ହେଲେ ମଧ୍ୟ ଉଦରପୀଡ଼ା ଦେଖାଦେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ। ଆଶା କରିଥିବା ଧନ ପ୍ରାପ୍ତି ହେବ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ମାନସିକ ବିଷାଦ ଦୂରହେବ, ଦାମ୍ପତ୍ୟକଳହର ଅବସାନ ହେବ। ବକେୟା ଅର୍ଥ କିଛି ମିଳିବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ଶୃଙ୍ଖଳା ବଜାୟ ରଖି ପାରିବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର:-କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!