ଦୈନିକ ରାଶିଫଳ: 31 ଜାନୁୟାରୀ 2025, ଶୁକ୍ରବାର, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମାନସିକସ୍ଥିତି ଭଲ ରହିବ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବ୍ୟବସାୟରେ ନିଜରପଦ ଗରିମା ବଜାୟ ରହିବ। ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ଆର୍ଥିକ ସ୍ଥିତି ଭଲ ରହିବ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସିତ ହେବେ। ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧି ହେବ। କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହୋଇ କୋର୍ଟକଚେରୀ ମାମଲା ସହଜ ସରଳରେ ସମାଧାନ ହୋଇଯିବ। ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପରିବାରରେ କୌଣସି ଶୁଭକାର୍ଯ୍ୟର ଆୟୋଜନ ହୋଇପାରେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ମିଥୁନ:-ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ। କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଅର୍ଥ ପ୍ରାପ୍ତି ହୋଇଯିବ। ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ। କୋର୍ଟ କଚେରୀ ମାମଲାରେ ଫସିଯାଇ ପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସାମାଜିକ ପତିଆରା ଅମଳିନ ରହିବ। ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ସୁଧୁରିବା ସହ ପ୍ରବଳ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ। ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି ଆସିବ। ବ୍ୟବସାୟରେ ଉନ୍ନତି ହେବ। ବକେୟା ଅର୍ଥ ପ୍ରାପ୍ତି ହୋଇ ଆର୍ଥିକ ସ୍ଥିତି ସୁଧୁରିଯିବ ଏବଂ ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ।ଅବିବାହିତ ଯୁବକ ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ଛାତ୍ରଛାତ୍ରୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହୋଇ ବିଦ୍ୟା କ୍ଷେତ୍ରରେ ଶୁଭଫଳ ପାଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ.

କନ୍ୟା:-ଶାରିରୀକ ସୁସ୍ଥତା ଦେଖାଦେବ। ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଭଲଲାଭପାଇ ଆର୍ଥିକ ଉନ୍ନତି ହେବ। କର୍ମଚାରୀମାନେ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇ ପ୍ରଶଂସିତ ହେବେ। ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଦାମ୍ପତ୍ୟସୁଖ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତି କାମରେ ଖୁସି ହେବେ। ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ରହିବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗହେବ। ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ପ୍ରେମିକ ପ୍ରେମିକାମାନେ ଯୋଗାଯୋଗ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ନିଜର ଫାଇଦା ଉଠାଇବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ ବହୁ ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ସ୍ଥିର ସମ୍ପତ୍ତି ସମ୍ବନ୍ଧରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। କଳା କ୍ଷେତ୍ର ସହିତ ଜଡିତ ଲୋକମାନେ ଅତୁଳନୀୟ ଲାଭ କରିପାରିବେ। ପୂର୍ବର କଠିନ ପରିଶ୍ରମ ଆଜି ଭଲଫଳ ଦେବ। ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟରେ ବଡ଼ ସଫଳତା ପାଇବେ। ଅନାବଶ୍ୟକ ଚାପକୁ ଏଡେଇ ଆପଣ ପରିବାର ସହିତ ସମୟ ବିତାଇ ପାରିବେ। ଅନାବଶ୍ୟକ କ୍ରୋଧ ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ସ୍ଥଗିତ ଥିବା କର୍ମଟି ପୂରଣ ହୋଇପାରେ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ଫଳରେ ନୂତନ ବ୍ୟବସାୟର ଶୁଭାରମ୍ଭ କରି ପାରନ୍ତି। ଆର୍ଥିକ ଉନ୍ନତି ଘଟିବ। ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ସନ୍ତୋଷ ଦେଖାଦେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ:-କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ବିଭିନ୍ନ ଦିଗରୁ ଲାଭବାନ୍ ହେବେ। କିନ୍ତୁ ନିଜ ଲୋକମାନେ ମନମୋଟିଆ ହେବେ। ଉଦର ପୀଡ଼ା ଦେଖା ଦେଇପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!