ମେଷ:-ଶିକ୍ଷାକ୍ଷେତ୍ରରେ ସାଙ୍ଗସାଥିମାନେ ସାହାଯ୍ୟ କରିବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଭାତୃ ବିବାଦ, ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ। କର୍ତ୍ତବ୍ୟ ନିଷ୍ଠାରୁ ଯଶପ୍ରଶଂସାର ଅଧିକାରି ହେବେ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇ ପାରନ୍ତି। ଜଗିରଖି କଥା ନ କହିଲେ କୌଣସି ଅସୁବିଧାରେ ଫଶି ଯିବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ବୃଷ:-ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।
ମିଥୁନ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପତିଆରା ଅମଳିନ ରହିବ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହୋଇ ପାରେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ପ୍ରତି ସତର୍କ ରହିଲେ ସମସ୍ୟାର ସମାଧାନ କରି ଅଚାନକ ଧନଲାଭ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢି ପାରିବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। ପ୍ରେମିକ ପ୍ରେମିକା ମାନେ ନିନ୍ଦିତ ଓ ଅପମାନିତ ହୋଇ ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରିବେ ନାହିଁ।
ସିଂହ:-ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ଘଟଣାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
କନ୍ୟା:-ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ନୂତନ ବ୍ୟବସାୟ ଆରମ୍ଭପାଇଁ ଅତ୍ୟନ୍ତ ଉତ୍ତମ ସମୟ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ନୂଆ କାମ କିଛି ଆରମ୍ଭ କରିଲେ ସଫଳତା ମିଳିବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିପାରିବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।
ତୁଳା:-ସମୟ ଅନୁକୂଳ ଯୋଗେ କାର୍ଯ୍ୟ ପୁରଣରେ ସହଜ ସରଳ ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ। ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-ବନ୍ଧୁଙ୍କ ଶୁଭକର୍ମରେ ଯୋଗଦେବାକୁ ବାଧ୍ୟ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତିରେ ସଫଳତା ମିଳିବ। ବନ୍ଧୁ ପରିବାର ଠାରୁ ସୁଖ ମିଳିବ। ବିରୋଧୀମାନେ ହଇରାଣ ହେବେ। ବାଦବିବାଦ, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପିଲାମାନେ ପରୀକ୍ଷାରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ନୂତନ ସମ୍ବନ୍ଧ ସୃଷ୍ଟିହେବ। କୌଣସି ଆୟୋଜନ ମଧ୍ୟ କରେଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଧନୁ:-କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରର ବ୍ୟସ୍ତତା ନେଇ ସୁଖଶାନ୍ତି ଦୂରେଇ ଯିବ। ପ୍ରେମିକ ପ୍ରେମିକାମାନଙ୍କର ମତାନ୍ତର ମନାନ୍ତର ଦେଖାଦେଇ ପାରେ। ଭଲ ଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ସରକାରୀ କ୍ଷେତ୍ରରେ ସଫଳତା ମିଳିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ରାଜନୀତିରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କୁମ୍ଭ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଜମି, ଜମା, ଘରବାଡ଼ି ନେଇଥିବା ଦ୍ଵନ୍ଦ ସମାଧାନ ହୋଇ ଯିବ। ନୂତନ ବ୍ୟବସାୟ ଆରମ୍ଭ, ନୂତନ ସଂସ୍ଥାର ଆୟୋଜନ କରି ପାରନ୍ତି। ବ୍ୟବସାୟୀକ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଆଶାତୀତ ଧନ ପ୍ରାପ୍ତ ହେବ। ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ସୁଖଭୋଗ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ମୀନ:-ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ଛାତ୍ରଛାତ୍ରୀ ମାନଙ୍କର ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।