ମେଷ:-ପଡା ପଡୋଶୀ ବନ୍ଧୁ ମିତ୍ରଙ୍କଠାରୁ ସାନ୍ତ୍ଵନା ବାଣୀ ଶୁଣି ମନ ଶାନ୍ତ ହୋଇ ପାରେ। ଆଧ୍ୟାତ୍ମିକ ଜ୍ଞାନାର୍ଜନ କରିବାର ସୁବିଧା ସୁଯୋଗ ପାଇବେ। କୌଣସି ମୂଲ୍ୟହୀନ କଥାକୁ ନେଇ ଗୁରୁତ୍ଵ ଦେଲେ କ୍ଷତିରେ ପଡିବେ। ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ। ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ନିନ୍ଦିତ ହେବେ ଓ ଧୋକା ମଧ୍ୟ ଖାଇବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ବୃଷ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହୋଇ ମାନସିକ ଶାନ୍ତି ଅନୁଭବ କରିବେ।ଖେଳରେ ବିଜୟୀ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପ୍ରତିକାର- ପାଣିରେ କିଛି ଗୋଟାଲୁଣ ପକାଇ ଘରକୁ ପୋଛନ୍ତୁ।
ମିଥୁନ:-ଶତୃମାନେ ତଳମୁହାଁ ହେବେ ଓ ଅଚାନକ ଧନ ପ୍ରାପ୍ତି ହେବ। ସନ୍ତାନ ସନ୍ତତିଙ୍କର ଉନ୍ନତିରେ ଖୁସିହେବେ। ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ। ବ୍ୟବସାୟରେ ନୂତନଧାରା ଖୋଲି ମନ ଆନନ୍ଦିତ ହେବ। ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଉନ୍ନତି ହେବା ସହ ଯଶ ପ୍ରତିଷ୍ଠା ମିଳିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
କର୍କଟ:-ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ସିଂହ:-ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ଓ ପାରିବାରିକ ସ୍ତର ହସ ଖୁସିରେ କଟିବ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବାସହ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ପରିସ୍ଥିତିରେ ଉନ୍ନତି ଘଟିବ। ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଅନେକକାର୍ଯ୍ୟ ସହଜ ସରଳରେ ସମାଧାନ ହେବ। ରାଜନୀତିରେ ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବା ଫଳରେ ପ୍ରସଂଶା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ତୁଳା:-ଆର୍ଥିକ ସ୍ଥିତିରେ ସୁଧାର ଆସି ଋଣଭାର ଲାଘବ ହେବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଆଗେଇ ନେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ସୁଖ ଶାନ୍ତିରେ ଦିନଟି କାଟିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କସହ ଖୁସିରେ ରହିବେ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ସେବାକାରୀମାନଙ୍କ ସହଯୋଗରେ ସମ୍ମ।ନ ଜନକ ସ୍ଥିତି ପରିଲକ୍ଷିତ ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ଧନୁ:-ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ପାରିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ନିଜ ଲୋକମାନେ ହିଁ କାମରେ ଆସିବେ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ବ୍ୟାପାର ଓ ବ୍ୟବସାୟରେ ଉନ୍ନତି ହେବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ଦୂରଯାତ୍ରାର ସୁଯୋଗ ପାଇ ଉତ୍ସାହିତ ହେବେ। ଆକସ୍ମିକ ଧନ ପ୍ରାପ୍ତି ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ଋଣ ଭରଣାରେ ସହଜ ହେବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ।ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଭଲ କାମ କରି ସୁଖରେ ଦିନଟି ବିତାଇବେ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
କୁମ୍ଭ:-ସ୍ୱାସ୍ଥ୍ୟ ଠିକ୍ ରହିବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର ହୋଇ ଯିବ। ନୂତନ ଯୋଜନାରେ ସଫଳତା ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବା ଫଳରେ ମାନସିକ ଶାନ୍ତି ମିଳିବ। ଜୀବନ ସାଥିଙ୍କ ସହଯୋଗ ପାଇବା ଫଳରେ ପୁରାତନ ଶତୃମାନେ ଦୂରେଇ ଯିବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମୀନ:-ରାଜକୀୟ ମାମଲାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।