ଦୈନିକ ରାଶିଫଳ: 30 ଡିସେମ୍ବର 2023, ଶନିବାର, ଶନିଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ବ୍ୟବସାୟ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ଶୁଭ ସମାଚାର ପାଇ ଖୁସି ହେବେ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ। ପ୍ରେମୀକପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ଦୂର ହୋଇ ପାରେ। ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ଗୃହୋପକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତା ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢିବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ଅସହାୟ ଓ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ଜନସେବାଦ୍ଵାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ। ଅଚାନକ ପରିସ୍ଥିତିରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ। ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରନ୍ତି। ଶତୃମାନଙ୍କ ସହ ମିତ୍ରତା ଭାବ ସ୍ଥାପନ କରିବା ପାଇଁ ପ୍ରୟାସରତ ରହିବେ। ସେବାକାରୀ ମାନଙ୍କ ସହଯୋଗରେ ସମ୍ମ।ନଜନକ ସ୍ଥିତି ପରିଲକ୍ଷିତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବା ସହ କଷ୍ଟରୁ ମୁକ୍ତି ମିଳିବ। ବହୁତ ଦିନର ଚିନ୍ତା ଦୂର ହେବ। ପରିବାର କୁଟୁମ୍ବରେ ସମୟ ଦେବେ। କିଛି ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ପ୍ରାପ୍ତ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ରାଜକୀୟ କାର୍ଯ୍ୟରେ ସଫଳତା ମିଳିବ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ କାମକାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି। ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ। ମିତ୍ର ସହଯୋଗୀଙ୍କ ସାହାଯ୍ୟରେ କେତେକ କଷ୍ଟ ସମସ୍ୟାରୁ ମୁକୁଳିବେ। ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ। ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ। ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସରକାରୀ କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ। ଶତୃଙ୍କ ସହିତ ମୁକାବିଲା କରିପାରିବେ। ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ। ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କୌଣସି ଇଲୋକଟ୍ରନିକ୍ସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରି ପାରନ୍ତି। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-ପୁରାତନ ଶତୃମାନେ ଦୂରେଇ ଯିବେ। କୌଣସି ଶୁଭ ସମାଚାର ଶୁଣିବେ। କାମକାର୍ଯ୍ୟ ଓ ଚାକିରୀରେ ଉନ୍ନତି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ମନେ ପକାଇବେ। ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବା ଫଳରେ ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବା ସହ ଯଶ କୀର୍ତ୍ତିରେ ଉନ୍ନତି ହେବ। କର୍ମକ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ। ନୂତନ କାମ ଆରମ୍ଭ କରି ପାରିବେ। କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ନିଶ୍ଚୟ ସମ୍ପନ୍ନ ହେବ। ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କୁମ୍ଭ:-ସ୍ଵାସ୍ଥ୍ୟରେ ସୁଧାର ହେବ। କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ। ପୁରାତନ ରୋଗରୁ ଉପଶମ ମିଳିବ। ଅଚାନକ ଭାବରେ ଧନ ଲାଭ ହେବ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। କର୍ମକ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମୀନ:-ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭୌତିକ ସୁଖସୁବିଧା ସାଧନରେ ବୃଦ୍ଧି ହେବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ କର୍ମ କ୍ଷେତ୍ରରେ ସୁଧାର ଆସି ମାନସିକ ଦୁଶ୍ଚିନ୍ତା ବା ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!