ଦୈନିକ ରାଶିଫଳ: 29 ଜାନୁୟାରୀ 2024, ସୋମବାର, ମହାଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ରାଜନୀତିରେ ଉଚିତ୍ ପରାମର୍ଶ ପାଇ ହରେଇଥିବା ସମ୍ମାନ ଫେରି ପାଇବେ। ବ୍ୟବସାୟରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ନୂଆ ସମ୍ପର୍କ ଭବିଷ୍ୟତରେ ଲାଭ ଦାୟକ ହେବ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ କୃତକାର୍ଯ୍ୟ ହେବେ। ନୂତନ କାର୍ଯ୍ୟକରିବା ପୂର୍ବରୁ ସତର୍କତା ଆବଶ୍ୟକ। ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇ ପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ପରିବାରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ଦେହମନ ଭଲ ରହିବା ଫଳରେ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଜନ ସମ୍ପର୍କ ବୃଦ୍ଧି ପାଇବ। ସନ୍ତାନମାନଙ୍କ ପାଇଁ ଆନନ୍ଦିତ ହେବେ। ବକେୟା ଅର୍ଥ କିଛି ମିଳିବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟଆଶଙ୍କା ଦୂରେଇ ଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବିଦ୍ୟା କ୍ଷେତ୍ରରେ ଶୁଭ ସମାଚାର ପାଇବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। କୃଷିଦ୍ରବ୍ୟ ବାଣିଜ୍ୟରେ ଆୟ ଆଶାତୀତ ହେବ। ଦାମ୍ପତ୍ୟ କଳହ, ଭୟଆଶଙ୍କା ଦୂରେଇଯାଇ ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବୃଦ୍ଧି ହେବ। ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖା ଦେବ। ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-କର୍ମଚାରୀ ମାନଙ୍କୁ ଭରସା କଲେ ବ୍ୟବସାୟରେ ପ୍ରବଳ ଧନଲାଭ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି। ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ। ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବା ସହ ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ। ପରିଜନଙ୍କ ସମ୍ବନ୍ଧିତ ଶୁଭ ସମାଚାର ପାଇବେ। ବ୍ୟବସାୟରେ କାର୍ଯ୍ୟ ପୂରଣ ହୋଇ ଆୟ ବୃଦ୍ଧି ହେବା ସହ ଭାଗୀଦାରି ବ୍ୟବସାୟରେ ଅଧିକ ଲାଭବାନ୍ ହେବେ। ମିତ୍ର ଓ ସହଯୋଗୀ ସହଯୋଗ କରିବା ଫଳରେ କୌଣସି ବଡ ସମସ୍ୟାର ସମାଧାନ ହୋଇଯିବ। ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ସନ୍ତାନଙ୍କ ସେବା ଓ ସମର୍ପଣ ଭାବ ଆନନ୍ଦିତ କରିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କନ୍ୟା:-ସରକାରୀ କର୍ମଚାରୀ ମାନେ ସହକର୍ମୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରି କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତିର ସୁଯୋଗ ପାଇ ପାରନ୍ତି। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରହିବ। ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବିଦ୍ୟାର୍ଥିମାନେ କେତେକ କ୍ଷେତ୍ରରେ ଭଲ କାମକରି ସଫଳ ହେବେ। ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା:-ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ। ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭ ପାଇବେ। ସାମାଜିକପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ଉନ୍ନତି ହୋଇ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ପାଇ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ବିଚ୍ଛା:-ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବା ଫଳରେ ଆର୍ଥିକସ୍ଥିତି ମଜବୁତ୍ ହେବ। ଆୟ ଉପାର୍ଜନରେ ବାଧା ନାହିଁ। ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ। ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ। ପରିବାରରେ ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ଧନୁ:-ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। କୃଷିଜୀବୀମାନେ କର୍ମବ୍ୟସ୍ତତାରେ ସମୟ କାଟିବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। କର୍ମମୁଖରତା ଯୋଗେ ଇଛାକରି କେତେକକାର୍ଯ୍ୟ ଅଧାରେ ଅଟକି ଯାଇ ପାରେ। କୃଷିଜୀବିମାନେ ଅତ୍ୟଧିକ ପରିଶ୍ରମ କରିବେ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ମକର:-କାମଧନ୍ଦାରେ ମନ ଲାଗିବା ଫଳରେ ବିଶେଷ ଉପକୃତ ହେବେ। ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। ଘରୁ ବାହାରକୁ ବାହାରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ ଓ କର୍ମଚାରୀମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି। ଆୟ ବୃଦ୍ଧି ପାଇବା ଫଳରେ ମାନସିକ ଶାନ୍ତି ମିଳିବା ସହ ଶରୀର ଭଲ ରହିବ। ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ବିଶେଷ ଲାଭବାନ୍ ହେବେ। ଅଧ୍ୟୟନ ପାଇଁ ତତ୍ପର ହେବା ସହ ଉଦ୍ୟେଶ୍ୟ ପୂର୍ଣ୍ଣ ହେବ। ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରି ପାରିବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମୀନ:-ମାନସିକଦୁଶ୍ଚିନ୍ତା ଦୂରହେବ। ସାମାଜିକ ଜୀବନରେ ନୂତନ ଗୁରୁ ଦାୟିତ୍ୱ ଗ୍ରହଣ କରି ମାନସମ୍ମାନ ବୃଦ୍ଧିହେବ। ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ। ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ପୂର୍ବ କଳହର ସମାଧାନ ହୋଇ ସହକର୍ମୀ ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!