ମେଷ:-ସନ୍ତାନଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୂର ସୁଖପ୍ରାପ୍ତି ହେବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ। ଦୂରେଇ ଯାଇଥିବା ବନ୍ଧୁ ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର-ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ବୃଷ:-କୌଣସି ନୂତନ ବ୍ୟକ୍ତିଙ୍କୁ ଭରସା କରି କାର୍ଯ୍ୟ କଲେ ପ୍ରଚୁର ଲାଭ ପାଇବେ। ରାଜନୀତିରେ ଫାଇଦା ଉଠାଇବା ସହ ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବ। ଦୂର ଯାତ୍ରାରେ ଲାଭବାନ ହେବେ। ଧନ ଲାଭର ମାର୍ଗ ଖୋଲିଯିବ ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବାସହ ସାଧାରଣ ଲୋକଙ୍କଠାରୁ ପ୍ରଶଂସା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିପାରନ୍ତି। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇ ଭଳି ଚଳୁଥିବା ବ୍ୟକ୍ତିମାନେ ବିଶ୍ୱାସ ଘାତକତା କରି ପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ। କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ନିଜର କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରିବାପାଇଁ ଚେଷ୍ଟିତ ହେବେ। ପତିପତ୍ନୀ ଉଭୟଙ୍କ ପ୍ରତି ବହୁତ ଆକର୍ଷିତ ହେବେ। ଭଗୀଦାରି କ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ସିଂହ:-ଶାରିରୀକ ଅସୁସ୍ଥତା ଦୂରହେବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ଦୂର ଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
କନ୍ୟା:-ଅନେକ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇ ସ୍ଥିତି ସୁଧିରିଯିବ। ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହୋଇ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ସଫଳ ହେବେ। କୋର୍ଟ କଚେରୀରେ ସଫଳତା ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ତୁଳା:-ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ। ପ୍ରେମକ୍ଷେତ୍ରରେ ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାଥିଲେ ସମାଧାନ କରି ପାରିବେ। ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବାସହ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ପ୍ରେମ କ୍ଷେତ୍ରରେ ସଫଳ ହେବେ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗେ ମନ ଅଶାନ୍ତି ରହିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ଧନୁ:-ନିଜ କର୍ମଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ। ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି। ଯାନ ବାହାନ ପ୍ରାପ୍ତି ହୋଇପାରେ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।
ମକର:-ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ବ୍ୟବସାୟୀ ମାନଙ୍କର କାରବାର ବଢ଼ିବ ଓ ଭାଗୀଦାରି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ପ୍ରେମ କ୍ଷେତ୍ରରେ ସଫଳ ହେବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
କୁମ୍ଭ:-ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବା ସହ ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢେଇବ। ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପ୍ରେମିକ ପ୍ରେମିକାମାନେ ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।