ଦୈନିକ ରାଶିଫଳ: 28 ଡିସେମ୍ବର 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଆତ୍ମୀୟ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ।ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢ଼ିବାର ଯୋଜନାରେ ସଫଳ ହେବେ। ବ୍ୟବସାୟରେ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ବିତିଯାଇଥିବା ମାମଲାରେ ବନ୍ଧୁଙ୍କ ସାହାଯ୍ୟ ଦ୍ଵାରା ସଫଳତା ମିଳିବ। ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବାକୁ ମିଳିବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ଚେଷ୍ଟା ଜାରି ରଖିବେ। ରାଜନୈତିକ କ୍ଷେତ୍ରରେ ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ପ୍ରଚୁର ଖଟଣି ଖଟି ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଲେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ସାମାଜିକ ସ୍ତରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କର୍କଟ:-ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ପାରିବାରିକ ତିକ୍ତତା ଦୂର ହୋଇ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଶିକ୍ଷା କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ଲାଭବାନ ହେବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସାମ୍ବାଦିକ ମାନେ ପ୍ରଶଂସିତ ହେବେ। ଧନର ଆଗମନ ହୋଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ। ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବା ସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ପ୍ରତିକାର-କମଳା ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

କନ୍ୟା:-କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ ଓ ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇ ଯିବ। ବ୍ୟବସାୟୀ ମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-କର୍ମକ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ବିଦ୍ୟା କ୍ଷେତ୍ରରେ ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ପ୍ରେମ ପ୍ରସଙ୍ଗ ଓ ଗୁପ୍ତ ସମ୍ପର୍କକୁ ବନ୍ଧୁମାନେ ବାହାରକୁ ପ୍ରକାଶ କରି ପାରନ୍ତି। ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଜ୍ୟୋତିଷ, ତନ୍ତ୍ର-ମନ୍ତ୍ର, ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ଶୁଭ ସୂଚନା ପାଇ ମନ ଖୁସି ରହିବ। ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ। ସତର୍କରେ ନ ଚାଲିଲେ ଓ ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ଧନୁ:-ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ। ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। କଳା, ସାହିତ୍ୟ, ନୃତ୍ୟ, ଗୀତ ଓ ଚଳଚିତ୍ରରେ ସଫଳତା ହାସଲ କରିବେ। କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟର ବୃଦ୍ଧି ଯୋଗେ ଆୟ ବୃଦ୍ଧି ଘଟିବା ସହ ଆଶାତୀତ ଲାଭବାନ ହେବେ। ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ହେବା ଫଳରେ ଆର୍ଥିକ ବୃଦ୍ଧି ସହ ଯଶ ମାନସମ୍ମାନ ବଢିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ଘର ପରିବାରକୁ ପ୍ରାଥମିକତା ଦେବେ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ବାଣିଜ୍ୟ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମରେ ସଫଳତା ପାଇବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ। ମୋଟାମୋଟି ଭାବେ ସୁଖରେ ଦିନଟି କାଟିବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!