ଦୈନିକ ରାଶିଫଳ: 28 ଜାନୁୟାରୀ 2025, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶାରୀରିକ କଷ୍ଟ ଦୂର ହୋଇ ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ ଓ ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ। କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ। ପ୍ରେମୀକ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ଧର୍ମକର୍ମରେ ରୁଚି ବୃଦ୍ଧି ହେବ। ସରକାରୀ ଚାପ ପଡିଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ। ରାଜନୀତି ମାମଲାରେ ସଫଳତା ମିଳିବ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ:-ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଓ ସେୟାର ବଜାରରେ ମୁନାଫା ମିଳିବ। ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ।

କର୍କଟ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ସିଂହ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ, କିନ୍ତୁ ବ୍ୟୟ ମଧ୍ୟ କରିବେ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରି ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ବ୍ୟବସାୟରେ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ ଓ ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ ଓ ସନ୍ତାନର ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶୁଭଖବର ପାଇ ଖୁସି ହେବେ ଓ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଶତୃମାନଙ୍କ ଠାରୁ ଉପସମ ମିଳିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ। ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସି ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢ଼େଇବ। ପ୍ରତିକାର- ହଳଦିଆ ରୁମାଲ ଟିଏ ପାଖରେ ରଖନ୍ତୁ।

ମକର:-ସାଙ୍ଗସାଥିମାନେ ସାହାଯ୍ୟ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଗୃହୋପକରଣ କ୍ରୟ କରିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସାମାଜିକ ପତିଆରା ଅମଳିନ ରହିବ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ ଓ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ।.ପରିବାରରେ ଅର୍ଥ ସଙ୍କଟ ଦୂରେଇ ଯିବାରୁ ଅତ୍ୟଧିକ ଆନନ୍ଦିତ ହେବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ସୁନାମ ଅର୍ଜନ କରିବେ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!