ଦୈନିକ ରାଶିଫଳ: 27 ସେପ୍ଟେମ୍ବର 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଶୁଭ ସମ୍ବାଦପାଇ ଖୁସିହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ। କିନ୍ତୁ ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରତିଯୋଗିତାରେ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭସମୟ। ବ୍ୟବସାୟରେ ଆଶାତୀତ ଲାଭ ପାଇ ସୁଖ ଶାନ୍ତିରେ ଦିନଟି କାଟିବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକ ମାନଙ୍କର ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ସାଂସାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଲାଭବାନ ହେବେ। ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ଥିବାରୁ ଉଚ୍ଚଶିକ୍ଷା ପାଇବାର ସୁବିଧା ସୁଯୋଗ ପାଇବେ। ଆୟ କମ୍ ହେବାରୁ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅନ୍ଧ ଭାବରେ କାହାକୁ ବିଶ୍ଵାସ କରିଲେ କ୍ଷତି ହୋଇପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ପ୍ରେମିକ ପ୍ରେମିକାମାନେ ରୋମାଣ୍ଟିକ୍ ମୁଡରେ ଯାଇପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ଉଚ୍ଚପଦସ୍ଥ ଅଫିସର ମାନେ ସନ୍ତୋଷ ହେବେ। ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଥିଲେ ସମାଧାନ କରି ପାରିବେ ଓ ଶାନ୍ତି ବିରାଜମାନ କରିବ। ରୋଜଗାର ସମସ୍ୟା ସୁଧୁରି ଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବାସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ରାଜନୀତି କ୍ଷେତ୍ରରେ ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା:-ସାମାଜିକ ପତିଆରା ଅମଳିନ ରହିବ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ବିଚ୍ଛା:-ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ପରିବାରରେ ମାନ ମନାନ୍ତର ଦୂର ହେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଧାର୍ମିକ କାର୍ଯ୍ୟରେ ପ୍ରୋତ୍ସାହନ ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ବନ୍ଧୁଙ୍କ ବିଷୟରେ ଝଗଡା ହୋଇପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟାର ସମାଧାନ କରି ପାରନ୍ତି। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହେବ। ପାଖରେ ଥିବା ସାଥୀ, ବନ୍ଧୁ, ପ୍ରିୟଜନ ଓ ସହକର୍ମୀ ମାନଙ୍କ ଆର୍ଥିକ ସାହାଯ୍ୟ ସହଯୋଗ ଦ୍ଵାରା ବିଶେଷ ଲାଭବାନ ହେବେ। ସୁବିଧା ବାଦକୁ ଆପଣେଇ ନେଇ ମନବିକାର ଦୂରହେବ। ସାଂସାରିକ ଜୀବନ ସୁଖମୟ ହେବ। ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନଯୋଗ ଦେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର:-ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟୀମାନେ ବିଶେଷ ଲାଭବାନ ହେବା ସହ ଆର୍ଥିକ ଉନ୍ନତି ଓ ମାନ ସମ୍ମାନ ବୃଦ୍ଧି ହେବ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଅଧା ହୋଇ ପଡ଼ିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର-ପାଣିରେ କିଛି ଗୋଟାଲୁଣ ପକାଇ ଘରକୁ ପୋଛନ୍ତୁ।

କୁମ୍ଭ:-ଶରୀର ସୁସ୍ଥ ରହିବ ଓ ଉଚ୍ଚ ଆଶାରେ ଆଗେଇବେ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ନୂତନ ଚାକିରି ପାଇଁ ପ୍ରୟାସ ରତ ଯୁବକ ଯୁବତୀମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ। ବନ୍ଧୁ ବାନ୍ଧବମାନଙ୍କର ସମାଗମ ହେବାସହ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରନ୍ତି। ବାଦବିବାଦଠାରୁ ଦୂରେଇ ରହିବା ଉଚିତ। ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!