ଦୈନିକ ରାଶିଫଳ: 27 ମଇ 2024, ସୋମବାର, ମହାଦେବଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସାଧାରଣ କେତେକ ସୁବିଧା ସୁଯୋଗକୁ ବାଦ୍ ଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ। କିନ୍ତୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇ ପାରିବ। କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରି ପାରିବେ। ସମାଜ ସେବା କ୍ଷେତ୍ରରେ ଉଡା ଖବର ଶୁଣି ମନ ଭଲ ରହିବ ନାହିଁ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। କର୍ମଜୀବି ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ରାଜନେତା ମାନେ ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ କ୍ଷତି ସହିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ବାକ୍ଚାତୁରୀ କଥାକହି କାର୍ଯ୍ୟ ହାସଲ କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ଯିବ। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସ୍ୱାସ୍ଥ୍ୟ ଭଲ ରହିବାସହ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ ଓ ବାକିଥିବା ଅର୍ଥ ପ୍ରାପ୍ତି ହେବ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାରେ ଯଥେଷ୍ଟ ଉନ୍ନତ ଫଳ ପ୍ରାପ୍ତି ହେବ। ରାଜନେତା ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଲେ ସମ୍ମାନୀତ ହେବେ। ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ।

ସିଂହ:-ନ୍ୟାୟମାର୍ଗ ଓ ମିଷ୍ଟ ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଶତୃ ପରାଜିତ ହୋଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ଅଧସ୍ତନ କର୍ମୀଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ରାଜନେତାମାନେ ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। ପ୍ରେମିକ ପ୍ରେମିକା ମାନେ ଗୁପ୍ତ ପ୍ରେମରେ ସଫଳ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। କୌଣସି ଶୁଭ ସମାଚାର ଶୁଣିବାକୁ ହେବ। ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରି ପାରିବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ। ମାନସିକ ଅଶାନ୍ତି ଦୂରେଇଯିବ। କର୍ମକ୍ଷେତ୍ରରେ ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭକରି ଖୁସୀହେବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ। କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ପରିବାରରେ ନିଜରପଦ ଗରିମା ଅନୁସାରେ ପାରିବାରିକ ସ୍ଥିତି ଭଲ ରହିବ। କାମକାର୍ଯ୍ୟ ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ। ପଢିବା, ପଢେଇବା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ରାଜନୀତିରେ କର୍ମୀମାନଙ୍କ ଠାରୁ ପ୍ରଶଂସିତ ହେବେ। ଗଲାକଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ପାଇବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମକର:-ଶତୃମାନେ ପରାଜିତ ହେବେ। ବିଦ୍ୟାରେ ଉନ୍ନତିହେବା ସହ ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ଉଧାର ଦେଇଥିବା ଟଙ୍କା ମିଳିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବା ଭଳି ଦ୍ରବ୍ୟ କ୍ରୟ କରିବେ। ରାଜନୀତି କ୍ଷେତ୍ରରେ ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍। ପ୍ରତେକ କଥାକୁ ଟିକିନିଖି ପରୀକ୍ଷା ପରେ ହିସାବକୁ ନେଲେ ଭଲହେବ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ଶାରୀରିକ ସୁସ୍ଥତା ଫେରିଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସହ ପରୋକ୍ଷ ଶତୃତା ମେଣ୍ଟିଯିବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ। ଶିଳ୍ପବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!