ମେଷ:-ଆୟର ନୂଆଉତ୍ସ ବିକଶିତ ହେବ। ଅନୁସନ୍ଧାନ ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବା ହେତୁ ମନ ଖୁସି ରହିବ। କ୍ୟାରିୟରରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ନୂତନ ଚୁକ୍ତିନାମା ହୋଇ ପାରେ। ବିପରୀତ ପରିସ୍ଥିତୁକୁ ନିୟନ୍ତ୍ରଣରେ ରଖି ସକରାତ୍ମକ ଚିନ୍ତାଧାରାକୁ ଉଜ୍ଜୀବିତ କରିପାରିବେ। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯିବାକୁ ପଡିପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବୃଷ:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ଜୀବନ ସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ। କ୍ରୋଧଭାବ ନ କରି ଶାନ୍ତ ମନରେ ସମସ୍ୟାର ସମାଧାନ କରନ୍ତୁ। ନିଜ ମନର କଥା ସାଙ୍ଗମାନଙ୍କ ପାଖରେ କହିପାରିବେ। ରାଜନୈତିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ ପାଇବ। ନୂତନ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଶିଖିପାରିବେ। କଠିନ ପରିଶ୍ରମର ପୂର୍ଣ୍ଣଫଳ ପାଇବେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ:-ପୂର୍ବରୁ ଲାଗିରହିଥିବା ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସ୍ୱାର୍ଥରକ୍ଷା କରିବା ପାଇଁ କଠିନ ପରିଶ୍ରମ କରିବେ। ଜୀବନ ସାଥୀଙ୍କ ଠାରୁ ଭଲ ସମର୍ଥନ ପାଇ ଅଧୁରା କାମଟି ସମ୍ପନ୍ନ କରିପାରିବେ। କର୍ମଜୀବୀ ମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ନିଜର ଚିନ୍ତାଧାରାକୁ ସକରାତ୍ମକ ରଖିବା ଫଳରେ ବ୍ୟବସାୟକୁ ନେଇ ଏକ ବଡ଼ ଡିଲ୍ ହୋଇପାରେ। ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ଓ ସଂଯମତା ହେତୁ ସଫଳତା ପାଇବେ। ଘରକୁ ଅନଚାନକ ଭାବରେ ଅତିଥିମାନେ ଆସିବାର ସମ୍ଭାବନା ଅଛି। ଗୁରୁଜନ ମାନେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି। ଘରେ ଖୁସିର ବାତାବରଣ ସୃଷ୍ଟି ହେବ। ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖି ପ୍ରଶଂସିତ ହେବେ। ପ୍ରିୟଜନଙ୍କ ସହିତ ଭଲରେ ସମୟ ବିତାଇବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ସିଂହ:-ପରିବାର ସଦସ୍ୟଙ୍କର ମନୋଭାବ ବଦଳିପାରେ। ବ୍ୟବସାୟିକ କାର୍ଯ୍ୟ ଠିକ୍ ସମୟରେ ପୂରଣ କରିପାରିବେ। ସ୍ୱଭାବରେ ପରିବର୍ତନ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍ ରହିବ। ଅଧିନସ୍ଥ କର୍ମଚାରୀଙ୍କ ସହତି ଥଟ୍ଟା ମଜା ନକରି ଭଦ୍ର ଆଚରଣ କରନ୍ତୁ। ଅନ୍ୟମାନଙ୍କ ବ୍ୟବହାରରେ ଆପଣଙ୍କର କିଛି ଫରକ ପଡିବ ନାହିଁ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ଅଚାନକ ଭାବରେ ଲାଭ ହୋଇପାରେ। ଦେଖେଇ ହେବା ହେତୁ ଉପହାସର ପାତ୍ର ହେବେ। ନିଜ ପରିଶ୍ରମର ଫଳ ଅନ୍ୟ କେହି ନେଇପାରନ୍ତି, ସେଥିପାଇଁ ସଜାଗ ରହିବା ଆବଶ୍ୟକ। କ୍ରୋଧଭାବରେ ରହି କଟୁବଚନ କହିବା ଫଳରେ ସହକର୍ମୀମାନେ ଈର୍ଷାପରାଣୟ ହୋଇପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ସମସ୍ତ କ୍ଷେତ୍ରରେ ଖୁସି ମିଳିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। କୌଣସି ବନ୍ଧୁଙ୍କ ଦ୍ଵାରା ପରିବାର ସମ୍ବନ୍ଧିତ ଶୁଭ ସମାଚାର ଶୁଣିବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ବିଚ୍ଛା:-ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ।ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରି ନେବା ଉଚିତ୍। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। କୌଣସି ଆନୁଷ୍ଠାନିକ, ମାଙ୍ଗଳିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ଧନୁ:-ସୋସିଆଲ ମିଡିଆରେ ନୂଆ ସାଙ୍ଗ ସୃଷ୍ଟି ହେବେ। କୌଣସି କାମକୁ ଅଧୁରା ଛାଡନ୍ତୁ ନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ବାହାର ଲୋକଙ୍କୁ ଘରୋଇ ମାମଲାରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ। ଧ୍ୟାନ ରଖିବାକୁ ହେବ ଯେ ପ୍ରେମ ସମ୍ବନ୍ଧ ସୀମାହୀନ ନ ହେବା ଉଚିତ୍। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ସମ୍ପର୍କୀୟ ମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍। ବିଦେଶକୁ ଯାଇ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ବହୁତ ଭଲ ସୁବିଧା ସୁଯୋଗ ପାଇବେ। ମନ ଶାନ୍ତି ହୋଇପାରେ। ବ୍ୟବସାୟରେ ଦୃତ ଗତିରେ ଉନ୍ନତି ହେବାରୁ ଉତ୍ସାହ ବୃଦ୍ଧି ହେବ। ପୁରୁଣା ବିବାଦର ସମାଧାନ ହୋଇପାରିବ। ବନ୍ଧୁ ମିତ୍ର ଓ ପରିବାରର ସଦସ୍ୟମାନେ ଆପଣଙ୍କ ସଫଳତାରେ ଖୁସି ହେବେ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁରମୟ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
କୁମ୍ଭ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ସନ୍ତୁଷ୍ଟ ହୋଇପାରେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମୀନ:-ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ। ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ଆନନ୍ଦିତ ହେବେ। ପ୍ରିୟଜନ ମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ରାଜନୀତି ମାମଲାରେ ସଫଳତା ମିଳିବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ। ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।