ମେଷ:-କର୍ମକ୍ଷେତ୍ରରେ ମତାନ୍ତର ମନାନ୍ତର ଦୂର ହୋଇ ସଫଳତାର ସାମ୍ନା କରିବାକୁ ପଡିବ। ବ୍ୟବସାୟରେ ଲୋକ ସମ୍ପର୍କ ବୃଦ୍ଧିହେବା ଫଳରେ ଲାଭର ପରିମାଣ ଅଧିକ ହୋଇ ଆୟବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବା ସହ ସମସ୍ତ କାର୍ଯ୍ୟ ମନୋନୁକୂଳ ହେବ। ଶତ୍ରୁମାନେ ମଥାନତ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ଶରୀର ସୁସ୍ଥ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ମିଥୁନ:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ।
କର୍କଟ:-ପାରିବାରିକ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବାସହ ଗଠନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ କର୍ମୀଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟ ଭାଜନ ହେବା ସହ ଆଶାନୁରୂପ ଲାଭ ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବନ୍ଧୁ, ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ ପୁରୁଣା ପ୍ରାପ୍ୟ ଆଦାୟ ହେବ। ବ୍ୟବସାୟରେ ବହୁବିଧ ସୁଯୋଗ ଜୁଟିବ ଓ ଅଧିକ ଲାଭବାନ୍ ହେବେ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଚାକିରୀରେ ପଦୋନ୍ନତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ ଗୃହସୁଖ ମିଳିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇ ନୂତନ କର୍ମର ସୂଚନା ପାଇବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଆୟ ଉତ୍ତମ ହେବାରୁ ଧନ ସମ୍ପତିରେ ଘର ହସି ଉଠିବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ତୁଳା:-ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଗୃହସ୍ଥ ଜୀବନ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇ ସୁଖମୟ ହେବ। ଉତ୍ତମ ରୋଜଗାର ମିଳିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିରହୋଇ ପାରେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଜୟଯୁକ୍ତ ହେବେ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ହୋଇପାରେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ। ରାଜନୀତିରେ ପ୍ରିୟଜନ ମାନେ ଆଗକୁ ବଢିବାରେ ସାହାଯ୍ୟ କରିବା ଫଳରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳି ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ପରିବାରର ସଦସ୍ୟଙ୍କ ସହିତ ସମ୍ବନ୍ଧ ଦୃଢ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ପରିବାରରେ ପ୍ରସନ୍ନତା ବିରାଜମାନ କରିବା ସହ ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ। ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। ବ୍ୟବସାୟରେ ନୂତନ କାରବାରରେ ସଫଳତା ମିଳିବା ସହ ପ୍ରଚୁର ଲାଭ ପାଇ ପାରନ୍ତି। ଯେଉଁ ଯାଗାରେ ଦସ୍ତଖତ କରିବାକୁ ପଡିବ ବୁଝି ବିଚାରି କରିବେ। ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭକଲେ ବିପଦରେ ପଡିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ।ବ୍ୟବସାୟରେ ପରିଶ୍ରମ ଫଳରେ ଉନ୍ନତି ହେବ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ। ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା ଘଟି ଅଶାନ୍ତି ବାତାବରଣ ସୃଷ୍ଟିହେବ। ସନ୍ତାନ ସନ୍ତତି ପୀଡ଼ିତ ହେବାରୁ ମାନସିକଚିନ୍ତା ବୃଦ୍ଧିପାଇବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଯାନବାହାନ ଭ୍ରମଣ ସଙ୍କ୍ରାନ୍ତିୟ ଶୁଭ ସୂଚନା ପାଇବେ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି। ଆକସ୍ମିକ ଅର୍ଥଲାଭ ଓ ସୁନାମ ପ୍ରାପ୍ତି ହେବ। ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ଶାରୀରିକ ସୁସ୍ଥତା ଅନୁଭବ କରିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମୀନ:-ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ। କର୍ମକ୍ଷେତ୍ରରେ ସାଫଲ୍ୟ ଯୋଗେ ସମ୍ମାନ ଲାଭ କରିବେ। ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଭଲଲାଭ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ମନରେ ଅଶାନ୍ତି ଅସନ୍ତୋଷ ଦୂରେଇ ଯାଇ ଅର୍ଥାଗମହେବ। ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ।