ମେଷ:-ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ। ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ।
ବୃଷ:-ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମିଥୁନ:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ପରୋପକାର ସମାଜସେବା କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ବିଦ୍ୟା ଓ ଖେଳରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। କୁଟୁମ୍ବ ଓ ପାରିବାରିକ କ୍ଷେତ୍ରରେ ସାମାଜିକ ପତିଆରା ଅମଳିନ ରହିବା ସହ ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
କର୍କଟ:-ସନ୍ତାନ ସମ୍ବନ୍ଧୀୟ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ। ଘରଠୁ କର୍ମକ୍ଷେତ୍ରକୁ ପ୍ରମୁଖତା ଦେଇ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ତୀର୍ଥ ଯାତ୍ରା ଓ ଦେବ ଦର୍ଶନ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ସିଂହ:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବା ସହ କିଛି ନୂତନ ଦ୍ରବ୍ୟ କ୍ରୟ କରିବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ି ପାରେ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।
କନ୍ୟା:-ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ବିଦ୍ୟା କ୍ଷେତ୍ରରେ ମନନିବେଶ କରିବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଧର୍ମାତ୍ମା, ଦେବତା, ସାଧୁସନ୍ଥଙ୍କସେବା ଓ ପରୋପକାର କର୍ମରେ ନିଜକୁ ନିଯୋଜିତ କରି ପାରନ୍ତି। ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ରାଜନୀତିରେ ଲୋକପ୍ରିୟତା, ଖେଳରେ ପ୍ରଶଂସାପାଇବେ। ଆଧ୍ୟାତ୍ମକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ସମ୍ମାନ ପାଇବେ। ପ୍ରତେକ କଥାକୁ ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଶିଳ୍ପବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ସରକାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରିବେ। ପରିବହନ ବ୍ୟବସାୟ, ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହୁତ ଭଲ। ପ୍ରତିକାର- ନାଲି ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।
ଧନୁ:-ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଦୂରବନ୍ଧୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ ଲାଭକରି ଖୁସୀହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମକର:-କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ପାରନ୍ତି। ବାକିଥିବା ଅର୍ଥ ଆଦାୟ ହେବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସଙ୍କଟ ଦୂରେଇ ଯିବ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
କୁମ୍ଭ:-କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆ ହୋଇ କର୍ତ୍ତବ୍ୟ ପାଳି ଚାଲିଲେ ସାମାଜିକ ପତିଆରା ଅମଳିନ ରହିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମୀନ:-ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ରାଜନୈତିକ କ୍ଷେତ୍ରରେ ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।