ଦୈନିକ ରାଶିଫଳ: 26 ଜୁନ୍ 2024, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ଫଳରେ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ମନରେ ଶାନ୍ତି ସନ୍ତୋଷ ଦେଖାଦେବ। ଦୂରଯାତ୍ରାର ସୁଯୋଗ ପାଇବେ। ଜାଗା, ଜମି, ସ୍ୱର୍ଣ୍ଣ ଅଳଙ୍କାର ଓ ଗୃହପୋକରଣ କ୍ରୟ କରିବେ। ଆୟ ଉପାର୍ଜନରେ ବୃଦ୍ଧିହେବ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ ଓ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିବ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରି ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ବ୍ୟବସାୟ କ୍ଷେତ୍ରରେ କଥା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ। ନିଜର ଚତୁରତା ଓ ପତିଆରା ଯୋଗେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷକୁ ଆଣି ପାରିବେ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ପାରିଲେ ଲାଭ ପାଇବେ। ପ୍ରେମିକ ପ୍ରେମିକାମାନେ ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ ପାରନ୍ତି। କିନ୍ତୁ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ:-ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ। ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ବିରୋଧିମାନେ କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ।ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବା ସହ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଜାଗାଜମି, ଯାନବାହାନ, ସମ୍ପତ୍ତିଆଦି କ୍ରୟ ବିକ୍ରୟ କରି ଭଲ ଲାଭ ପାରିବେ। କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବା ସହ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା:-ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଶାରୀରିକ ସମସ୍ୟା ଦୂର ହୋଇଯିବ। ବନ୍ଧୁଙ୍କ ଆଗମନ ହୋଇ ପାରିବାରିକ ପରିସ୍ଥିତି ବଦଳିଯିବ। ପତିପତ୍ନୀଙ୍କ ସମ୍ପର୍କରେ କିଛି ସମସ୍ୟା ସମାଧାନ ହୋଇ ଆଜି ଆପଣ ଶାନ୍ତିରେ ଜୀବନ ଅତିବାହିତ କରିବେ। ବନ୍ଧୁଙ୍କ ଠାରୁ ପରାମର୍ଶ ନେଲେ ଆପଣଙ୍କ ପାଇଁ ଲାଭ ହେବ। କିଛି ନୂଆ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ଆୟର ସ୍ରୋତ ଖୋଲିଯିବ ଓ ଆର୍ଥିକସ୍ଥିତି ସୁଦୃଢ ହେବ। ଭଲ ଚାକିରୀ ମଧ୍ୟ ମିଳିବ। ବିଦେଶକୁ ଯାତ୍ରା କରିପାରିବେ। କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ଦାମ୍ପତ୍ୟ କଳହ ଓ ପରିବାରର ମାମଲା ସମାଧାନ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ହେବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନଆଦାନ ପ୍ରଦାନରେ ଲାଭବାନ୍ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ବିଚ୍ଛା:-ମାଲିମୋକଦ୍ଦମାରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କର ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢି ପାରିବେ।କର୍ମ କ୍ଷେତ୍ରରେ ଶୁଭ ସୂଚନା ଶୁଣିବେ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗରେ ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍। ଗୁପ୍ତ ଶତ୍ରୁମାନେ ବାହାରକୁ ପ୍ରକାଶ ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଜମି କ୍ରୟ ବା ବିକ୍ରୟ କରିବା ସହ ନୂତନ ବାହନ କ୍ରୟ କରିବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ପରିବେଶ ଶାନ୍ତିମୟ ରହିବ। କୌଣସି କାର୍ଯ୍ୟକୁ ନେଇ ଯାତ୍ରା କରିବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ପ୍ରେମ ସମ୍ପର୍କକୁ ନେଇ ବହୁତ ସକ୍ରିୟ ରହିବେ। ରାଜନୀତି କ୍ଷେତ୍ରରେ ନିଜର କ୍ଷମତାକୁ ଉପଯୋଗ କରି ଉଚ୍ଚପଦ ପ୍ରାପ୍ତି ହୋଇପାରେ। ସେୟାର ମାର୍କେଟରେ ନିବେଶ କଲେ ଲାଭ ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମକର:-ସମୟର ସଦୁପଯୋଗ କରି ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ଅବିବାହିତ ମାନକ ପାଇଁ ବିବାହସ୍ଥିର ହବ। କୌଣସି ବିଶିଷ୍ଠ କାର୍ଯ୍ୟରେ ଆପଣ ସମ୍ମାନିତ ହେବେ। ପ୍ରେମିକ ପ୍ରେମିକାଙ୍କୁ କିଛି ଉପହାର ଦେବା ପାଇଁ ବିଚାର କରିବେ। କାର୍ଯ୍ୟ ଓ ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। ମନ ଆନନ୍ଦ ଓ ଉତ୍ସାହ ପୂର୍ଣ୍ଣ ରହିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କୁମ୍ଭ:-ସନ୍ତାନ ମାନଙ୍କର ବିଦ୍ୟାରେ ବାଧା ଦୂର ହେବ। ମନରେ ସକରାତ୍ମକ ଭାବନା ଜାଗ୍ରତ ହେବ। ପ୍ରେମ ସମ୍ପର୍କରେ ଛୋଟମୋଟ କଥାକୁ ନେଇ କୌଣସି ସମସ୍ୟା ସମାଧାନ ହୋଇ ଆଗକୁ ବଢ଼ି ପାରନ୍ତି। ସାମାଜିକ କାର୍ଯ୍ୟକ୍ରର୍ମରେ ଯୋଗ ଦେବେ। ଯଦି କୌଣସି ଜିନିଷ କିଣୁଛନ୍ତି ବା ବିକ୍ରି କରୁଛନ୍ତି ତେବେ ଜିନିଷର ବିଲ୍‌ ଅବଶ୍ୟ ନିଅନ୍ତୁ। ଚାକିରୀ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହିତ ତାଳମେଳ ଭଲ ରହିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-ସାମାଜିକ କଲ୍ୟାଣ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। କ୍ୟାରିୟର ସମ୍ବନ୍ଧରେ ନୂଆ ପ୍ରେରଣା ମିଳିବ। ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। କୌଣସି ଜରୁରୀ କାର୍ଯ୍ୟକୁ ମନଯୋଗ ଦେଇ ପୂର୍ଣ୍ଣକରିବେ। ବ୍ୟବସାୟିକ ଗତିବିଧି ଠିକ୍ ରହିବ। ପରିବାର ଜନଙ୍କ ସହ ହସଖୁସିରେ ସମୟ ବିତିବ। ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!