ମେଷ:-ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ପରିବାରର ପରିସ୍ଥିତି ସମାଧାନ କରିବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ। ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ। ବିଦ୍ୟା ଓ ଖେଳରେ ଉତ୍ସାହ ବଢ଼ିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ବୃଷ:-ଅନେକ ଶୁଭ କର୍ମର ସୁଯୋଗ ପାଇବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି ବ୍ୟବସାୟ ଓ କର୍ମ କରିଲେ ଲାଭବାନ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ମାନସିକ ଦୁର୍ବଳତା ସହିତ ସାମୟିକ ବିଭ୍ରାନ୍ତି ଜନିତ ଆଳସ୍ୟଭାବ ଦେଖାଦେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମିଥୁନ:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ ଓ ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ। ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଅନେକ ଦିଗରୁ ଖୁସି ମିଳିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ଆର୍ଥିକସ୍ଥିତି ସନ୍ତୋଷପ୍ରଦ ରହିବ। କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ପାଇବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ବାକିଥିବା ଅର୍ଥ ପ୍ରାପ୍ତି ହେବ।ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ ଓ ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ସିଂହ:-ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ନୂତନ ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ। ଭଲ କାମ କରି ସୁଖରେ ଦିନଟି ବିତାଇବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
କନ୍ୟା:-ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ ଓ ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଟଙ୍କାପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଏପରିକି ସାଧାରଣ ଲୋକକେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରି ପାରନ୍ତି। ନିର୍ମାଣାଧୀନ କାମ ଅଟକି ରହିଯିବା ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। ସମ୍ପର୍କୀୟ ମାନଙ୍କ ସହ ପରୋକ୍ଷ ଶତୃତା ଯୋଗୁ ବିଚଳିତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ସହକର୍ମୀ ମାନଙ୍କର ସହଯୋଗ ପାଇ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇ ପାରେ। ଆକସ୍ମିକଧନ ପ୍ରାପ୍ତି ହେବ। ସୁଖ ସମୃଦ୍ଧି ବୃଦ୍ଧିହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗରେ ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ଋଣ ଭରଣାରେ ସହଜ ହେବ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପରିବାର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ଧନୁ:-ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଅନୁଭବ କରିବାସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାସହ ମାନସିକ ଶାନ୍ତି ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ସୁଯୋଗ ପାଇବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। କାରବାରରେ ସୁଧାର ଆସିବାସହ ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ପ୍ରତିକାର- ହଳଦୀଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ମକର:-ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯିବ ନାହିଁ। ମାନସମ୍ମାନ ବୃଦ୍ଧି, ବିଦ୍ୟାରେ ଉନ୍ନତି, ବିବାଦୀୟ ଓ ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
କୁମ୍ଭ:-ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ କାରବାର ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଆୟ ବୃଦ୍ଧି ହେବା ଫଳରେ ଆର୍ଥିକ ଉନ୍ନତି ହେବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମୀନ:-ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ। ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିଲେ ଋଣ ମିଳିଯିବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପୁରାତନ ରୋଗର ଉପଶମ ହେବା ଫଳରେ ମନ ଶାନ୍ତ ରହିବ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।