ଦୈନିକ ରାଶିଫଳ: 24 ମାର୍ଚ୍ଚ 2024, ରବିବାର, ସୂର୍ଯ୍ୟ’ଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଇନ୍ଦ୍ରିୟ ପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବାସହ ଗୁରୁଜନ ମାନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ଗୃହପୋକରଣ ବା ନୂତନ ବସ୍ତୁ କ୍ରୟ କରି ପାରିବେ। ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଅସନ୍ତୁଷ୍ଟ ରହିବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବା ଫଳରେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ।ରାଜନୈତିକ କ୍ଷେତ୍ରରେ ଶତୃମାନେ ଦୁର୍ବଳ ହେବେ। ଦାମ୍ପତ୍ୟ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ମାନସିକ ଅଶାନ୍ତି ଦେଖାଦେବ। ପୁରୁଣା ବିବାଦ ପୁନର୍ବାର ଦେଖାଦେଇ ପାରେ। ଯଦିଚ ସତର୍କ ରହି ଆର୍ଥିକ ଭାରସାମ୍ୟ ରକ୍ଷାକରୀ ପାରିବେ। ପ୍ରତିକାର- ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇବେ।କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ ଓ ବହୁବିଧ ସୁଯୋଗ ପାଇବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ପ୍ରତିବେଶୀଙ୍କ ସହ ମନାନ୍ତର ମତାନ୍ତର ମେଣ୍ଟି ଯାଇ ପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ଧର୍ମାନୁଷ୍ଠାନରେ ଦାନ ଧର୍ମ କରିବା ଫଳରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧିପାଇବ। ପୁରାତନ ରୋଗର ପ୍ରକୋପ ବୃଦ୍ଧିପାଇବା ସହ ନୂତନରୋଗ ପ୍ରକାଶ ହୋଇ ପାରେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପରେ ଖୁସିହେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ:-ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇ ପାରିବେ। ଅନେକ ସମସ୍ୟାକୁ ସମାଧାନ କରି ସମ୍ମାନ ପାଇବେ। ସୁନ୍ଦର ସ୍ଥାନକୁ ପରିବାର ସହିତ ବୁଲିବା ପାଇଁ ଯାଇ ପାରନ୍ତି। ଦାମ୍ପତ୍ୟଜୀବନ ଅତ୍ୟନ୍ତ ଆନନ୍ଦ ଦାୟକ ହେବ।ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

କନ୍ୟା:-ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ। କର୍ମକ୍ଷେତ୍ରଟି ସୁଦୃଢ ହେବାସହ ପଦାଧିକାରୀ ମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରୀ ନେବା ଉଚିତ୍। ତୀର୍ଥାଟନ ଯୋଗ ଥିବାରୁ ଯାତ୍ରା କରି ଆନନ୍ଦିତ ହେବେ। ରାଜନୈତିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇ ପାରନ୍ତି। ପ୍ରତିକାର- ଦ୍ରୁଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ଦାମ୍ପତ୍ୟଜୀବନ ଅପେକ୍ଷାକୃତ ସୁଖଦ ଓ ଆନନ୍ଦିତ ହେବ। ଧନାଢ଼୍ୟବ୍ୟକ୍ତି, ପ୍ରତିଷ୍ଠାବାନବ୍ୟକ୍ତି ଓ ବରିଷ୍ଠବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତ ହେବେ। ସମାଜ କଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବେ। ଏହିସମୟ ଆପଣଙ୍କପାଇଁ ଅତ୍ୟନ୍ତ ଶ୍ରେଷ୍ଠସମୟ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି। ସାଧାରଣ ଲୋକଙ୍କୁ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ସାମାଜିକ କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ଧନୁ:-ଶୁଭ ସଂବାଦ ପାଇ ଉତ୍ସାହିତ ହେବେ। ପରିବାରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ସମସ୍ତ କାର୍ଯ୍ୟରେ ନିଜର ପ୍ରଭାବ ବଳରେ ସଫଳତା ମିଳିବ। ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମକର:-ପାରିବାରିକ ସମସ୍ୟା ସୁଧୁରି ଯିବ। ରାଜନୀତିରେ ସଫଳତା ମିଳିବା ସହ କୃତକାର୍ଯ୍ୟ ହେବେ। ଆୟ ଅପରିବର୍ତ୍ତିତ ରହି ମାନସିକ ସ୍ଥିରତା ଦେଖାଦେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଆଜି ଔଷଧ ପାଇଁ ଅଧିକ ଖର୍ଚ୍ଚ ହୋଇପାରେ। ନୂତନ କାର୍ଯ୍ୟକରିବା ପୂର୍ବରୁ ସତର୍କତା ଆବଶ୍ୟକ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବାସହ ସରକାରୀ ସାହାଯ୍ୟ ମିଳିପାରେ। ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। ମାନସିକ ଶାନ୍ତି ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର କଳ୍ପନା କରିପାରନ୍ତି। ଋଣ ପରିଶୋଧ କରିବାକୁ ଅର୍ଥର ବ୍ୟବସ୍ଥା କରିପାରିବେ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବାସହ ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ। ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମୀନ:-କର୍ମକ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବାସହ ସୁରକ୍ଷିତ ଅନୁଭବ କରିବେ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ। ନୂତନ ସମ୍ପତି କ୍ରୟ କରିବେ।କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ଛାତ୍ରଛାତ୍ରୀ ମାନଙ୍କର ଯଥେଷ୍ଟ ଅଗ୍ରଗତି ଘଟିବ ଓ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!