ମେଷ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ବ୍ୟବସାୟରେ ଆପଣ ବଡ଼ ସଫଳତା ପାଇବେ। ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର ଜନିତ ସମସ୍ୟାର ସମାଧାନ ହୋଇଯିବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। କାହାକୁ ଉଧାର ଦେଇଥିବା ଟଙ୍କା ବା ଋଣକରିଥିବା ଟଙ୍କା ସହଜରେ ମିଳିଯିବ। ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ପାରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ବୃଷ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ଜାଗା, ଜମି ଗୃହ ସମ୍ବନ୍ଧୀୟ କୌଣସି ମାମଲା, ସମାଧାନ ହୋଇଯିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ମିଥୁନ:-ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଧୁରା ରହିଥିବା କାର୍ଯ୍ୟ ପୂରଣ କରିପାରିବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ। ରାଜନୀତି କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ଉଚ୍ଚପଦ ମିଳିପାରେ। ଛୋଟ ଭାଇ ଭଉଣୀଙ୍କୁ ଉପହାର ଦେଇପାରନ୍ତି। ବ୍ୟବସାୟୀମାନେ ନୂଆ ଚୁକ୍ତି କରିବା ପୂର୍ବରୁ ତାହା ସତର୍କତା ଓ ଅନୁସନ୍ଧାନ କରିବା ଆବଶ୍ୟକ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ସନ୍ତାନ ସନ୍ତତି ମାନଙ୍କଖୁସିରେ ଆନନ୍ଦିତ ହେବେ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ବାସ ଗୃହ ଓ ଯାନବାହାନର କେତେକ ସମସ୍ୟାର ସମାଧାନ ହେବ। କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-ଅନ୍ୟମାନଙ୍କ କଲ୍ୟାଣ ବିଷୟରେ ଚିନ୍ତା କରିବେ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ଆପଣ ଭଲ ଖବର ପାଇପାରିବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ରାଜନୀତି ସହ ଜଡିତ ଥିବା ଲୋକମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିପାରିବେ। ନୂତନ ବ୍ୟବସାୟ ଚୁକ୍ତିନାମା ପାଇବା ସମ୍ଭାବନା। ବିଚକ୍ଷଣ ବୁଦ୍ଧି ସହିତ କାର୍ଯ୍ୟ କରିବା ଫଳରେ କ୍ରୋଧକୁ ନିୟନ୍ତ୍ରଣ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-ସଠିକ୍ ସମୟରେ ସବୁ କାର୍ଯ୍ୟ ପୂରଣ କରିପାରିବେ। ଆପଣଙ୍କ ପରାମର୍ଶରେ ଲୋକମାନେ ଉପକୃତ ହୋଇପାରିବେ। ଭାଇ ଭଉଣୀଙ୍କ ସଫଳତାରେ ଗୌରବର ଅନୁଭୂତି ହେବ। ପିଲାମାନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ। ନିଜ ବ୍ୟବହାରକୁ ସଂଯମ ରଖିଲେ ସହକର୍ମୀମାନେ ପ୍ରଶଂସା କରିବେ। ଆଇନ କାନୁନ ସମ୍ବନ୍ଧରେ ବିଜୟୀ ହେବେ। କ୍ୟାରିୟର ବିଷୟରେ ଶୁଭ ଖବର ପାଇବାର ସମ୍ଭାବନା ଅଛି। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ତୁଳା:-ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବ୍ୟବସାୟରେ ସାମାନ୍ୟ ଲାଭ ଓ ପରିବହନରେ ବିଶେଷ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-ଅନ୍ୟମାନଙ୍କୁ ସାହଯ୍ୟ କରିବା ଦ୍ୱାରା ଆତ୍ମସନ୍ତୋଷର ଅନୁଭବ ହେବ। ପୂର୍ବରୁ କରିଥିବା ଯୋଜନାରେ କାର୍ଯ୍ୟ କଲେ ଠିକ୍ ସମୟରେ ପୂରଣ କରିପାରିବେ। ମନର ଅଯଥାଚିନ୍ତା ଦୂର ହେବ। ମହତ୍ୱପୂର୍ଣ୍ଣ ଲୋକମାନଙ୍କ ସହିତ ସମ୍ପର୍କ ବିକସିତ ହେବ। ଚାକିରୀ ସମସ୍ୟା ଦୂର ହୋଇ ଅଫିସ୍ରେ ଅଧିକାରରେ ବୃଦ୍ଧି ହେବ। ଅଯଥା କାର୍ଯ୍ୟରୁ ଦୂରେଇ ରହି ଆଚରଣ ଭଲ ରଖିଲେ ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:- ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ପାରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପ୍ରେମପ୍ରସଙ୍ଗକୁ ସାମାଜିକ ମାନ୍ୟତା ମିଳିଯିବ। ପତିପତ୍ନୀଙ୍କ ମଧ୍ୟରେ କଳହ ସମାପ୍ତ ହୋଇ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ।ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ମକର:-ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। କଷ୍ଟସାଧ୍ୟ କାରବାର ସହଜରେ ମିଳିବ ଓ ବିରୋଧୀମାନେ ଆପଣଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ସୁଖରେ ଆନନ୍ଦ ଦାଯକ ପରିସ୍ଥିତି ଦେଖାଦେଇ ପାରେ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କୁମ୍ଭ:-ସ୍ଵାସ୍ଥ୍ୟରେ ଉନ୍ନତି ହେବ, ମାନସିକ ସ୍ଥିତି ଭଲ ରହିବା ସହ ଆୟ ମଧ୍ୟ ଉତ୍ତମ ହେବ। ରାଜନୀତି କ୍ଷେତ୍ରରେ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ। ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ ଓ ଧୈର୍ଯ୍ୟ ସହନ ଶୀଳତା କାଏମ ରହିବ। ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ପାରିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମୀନ:-ଯଦି ଆପଣ ବ୍ୟବସାୟ ପାଇଁ ଋଣନେବାକୁ ଚାହୁଁଛନ୍ତି ତେବେ ଡକ୍ୟୁମେଣ୍ଟଗୁଡ଼ିକୁ ଭଲଭାବେ ଅଧ୍ୟୟନ କରନ୍ତୁ। ଦୁସାହସିକ ପଦକ୍ଷେପ ନେବାଫଳରେ କର୍ମକ୍ଷେତ୍ରରେ ଆପଣଙ୍କର ଅଧିକାର ବୃଦ୍ଧି ପାଇବ। ଘରେ ମଜା କରିବାର ପରିବେଶ ରହିବ। ବୟସ୍କମାନଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ। ଅତ୍ୟଧିକ ଚିନ୍ତାଧାରା ହେତୁ କାର୍ଯ୍ୟ ନଷ୍ଟ ହୋଇପାରେ। ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।