ମେଷ:-ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।
ବୃଷ:-ସାମାଜିକ କାର୍ଯ୍ୟରେ ଦାଇତ୍ଵ ବଢିବ ଓ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ ବସ୍ତୁ କ୍ରୟ କରିପାରିବେ। ସାମାଜିକ କ୍ଷେତ୍ର ଓ ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିଜ ଉପରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।
ମିଥୁନ:-ଧର୍ମକାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ପଦପଦବି ଆଶାୟୀ ହେବେ। ଇନ୍ଦ୍ରିୟ ପରାୟଣତା ଓ ବିଷୟ ବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ସତର୍କତା ଅବଲମ୍ବନ ନକଲେ ମାଲିମୋକଦ୍ଦମାର ଭୟ ରହିବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ:-ସମ୍ପତ୍ତି ବିକିବାକୁ ଚାହୁଥିଲେ ଭଲ ଗ୍ରାହକ ମିଳିଯିବେ। ବ୍ୟବସାୟରେ ଅଧିକ ବିକ୍ରୟ ହେବାରୁ ଆପଣଙ୍କ ମନ ଖୁସି ରହିବ। ପରିବାର ପ୍ରତି ଆପଣଙ୍କ ଦାଇତ୍ଵ ଅଧିକ ବଢିବା ସହ ଭାଇ ଭଉଣୀଙ୍କ ସହ ସମ୍ପର୍କ ବହୁତ ଭଲ ରହିବ। ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ। ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ସିଂହ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ମାଣମୂଳକ ଯୋଜନାରେ ଆଗେଇବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ। ପୁରାତନ ରୋଗର ଉପଶମ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-ମାନସିକ ଶାନ୍ତି ମିଳିବା ସହ ଶରୀର ଭଲ ରହିବ। ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ ଓ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଭଲ ଲାଭବାନ୍ ହେବେ। ଅଧ୍ୟୟନ ପାଇଁ ତତ୍ପର ହେବେ ଓ ପଢ଼ାପଢ଼ିରେ ମନଦେବେ। ପରିବାରର କୌଣସି ସଦସ୍ୟଙ୍କର ସୁସମ୍ବାଦ ପାଇ ଉତ୍ସାହ ସହ ଆଗେଇ ଯିବେ। ପ୍ରତିକାର- ସବୁଜରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।
ତୁଳା:-ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଅସହାୟ ଓ ନୀଚ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବାକୁ ମନ ବଳାଇବେ। କୌଣସି ସମାରୋହରେ ବ୍ୟସ୍ତ ରହିବେ। ଆଧ୍ୟାତ୍ମିକ ଓ ବୌଦ୍ଧିକଶକ୍ତି ଜାଗ୍ରତ ହେବ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ ଓ ପ୍ରାର୍ଥନା ପାଇଁ ସମୟ ଦେଇ ପାରନ୍ତି। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିପାରିବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ବିଚ୍ଛା:-ପୁରାତନ ରୋଗର ଉପଶମ ହୋଇ ସ୍ଵାସ୍ଥ୍ୟରେ ଉଚିତ ସୁଧାର ଆସିବ। କିଛି ଭଲ କାର୍ଯ୍ୟ କରିବା ପାଇଁ ମନ ବଲେଇ ପାରନ୍ତି। ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତି କାମରେ ଖୁସି ହେବେ। ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ରହିବେ। କୋର୍ଟକଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। କୌଣସି ମହତ୍ଵପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
ଧନୁ:-ଶତୃ ପରାଜିତ ହେବେ ଓ ଶାରିରୀକ ଅସୁସ୍ଥତା ଦୂରହେବ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବେ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ବ୍ୟବସାୟୀମାନଙ୍କର ସହଯୋଗ ପାଇ ମନ ଖୁସୀ ରହିବ ଓ ପ୍ରଚୁର ଲାଭ ପାଇବେ। ଘରୋଇ କର୍ମକ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ମକର:-ଅଚାନକ ଧନ ପ୍ରାପ୍ତିହେବ ଓ ଭବିଷ୍ୟତପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ। ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ। ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ମଧ୍ୟସ୍ଥତା ସମ୍ବନ୍ଧିୟ କାମରେ କମିଶନ୍ ମିଳିପାରେ। ପାରିବାରିକ କ୍ଷେତ୍ରରେ ମଧୁରତା ଆସିବ। କାହାକୁ ଦେଇଥିବା ଟଙ୍କା ମିଳିଯିବ। ଧର୍ମ, କର୍ମ, ପୂଜା, ପାଠ, ଯୋଗ ଓ ଜ୍ୟୋତିଷଙ୍କ ପ୍ରତି ରୁଚି ବଢିବ ଓ ଏହା ସମ୍ବନ୍ଧିତ ସାହିତ୍ୟକୁ ମଧ୍ୟ ପଢିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-ସାଙ୍ଗମାନଙ୍କ ପାଖରେ ଅତ୍ୟନ୍ତ ପ୍ରିୟ ହେବେ। ଦାନ ପୂଣ୍ୟ ଆଦି କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମିଳିପାରେ। ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ। ଆପଣଙ୍କ ଚେଷ୍ଟା ଓ ନେତୃତ୍ୱ ଦ୍ୱାରା ବଡ଼ କାର୍ଯ୍ୟ ହୋଇ ପାରେ। ରାଜନୀତି କ୍ଷେତ୍ରରେ ଇଛିତ ଫଳ ପ୍ରାପ୍ତ ହେବ। କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମୀନ:-କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଭବିଷ୍ୟତରେ ତାହାର ସକରାତ୍ମକ ପରିଣାମ ସାମ୍ନାକୁ ଆସିବ। ଅଧିକାରୀ ନିଜର କାମକାର୍ଯ୍ୟରେ ପ୍ରସନ୍ନ ରହିବେ। ଅକସ୍ମାତ ଧନଲାଭ ହେବାରୁ ମନ ବହୁତ ହର୍ଷିତ ରହିବ। ଯେ କୌଣସି ନୂତନ କର୍ମ ଆରମ୍ଭ କରି ପାରିବେ। ଗଠନମୂଳକ କାର୍ଯ୍ୟ ଓ ସାମୁହିକ ଗତିବିଧିରେ ସଫଳତା ହାସଲ କରିବେ। ଭୂମି, ଭବନ ଆଦି ସ୍ଥାୟୀ ସମ୍ପତ୍ତି କ୍ରୟ କରି ପାରିବେ। ପ୍ରତିକାର-ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।