ମେଷ:-ଲେଖନ କାର୍ଯ୍ୟରେ ପ୍ରଶଂସା ମିଳିବ। ନିଜ ଯୋଜନା ମୁତବକ କାର୍ଯ୍ୟ ଆରମ୍ଭ କରି ପାରିବେ। ପରିବାର ସହିତ ମିଶି କୌଣସି ପାର୍ଟିର ଆୟୋଜନ କରିପାରନ୍ତି। ଶୁଭ ସମାଚାର ଶୁଣିବାକୁ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟରେ ଅଧିକ ମନ ଲଗାଇବେ। ଚାକିରୀ କ୍ଷେତ୍ରରେ ପ୍ରମୋଶନ ହେବ। ନୂଆ ଉଦ୍ୟେଗରେ ସଫଳତା ମିଳିବ। କୌଣସି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟସ୍ଥତା କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-କର୍ମକ୍ଷେତ୍ରରେ କେବେବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ। ରାଜନୈତିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମିଥୁନ:-ଉଚ୍ଚାଧିକାରୀ ମାନଙ୍କର ପ୍ରଶଂସା ମିଳିବ। ସମାଜରେ ଲୋକପ୍ରିୟତା ହାସଲ କରିବା ଫଳରେ କ୍ୟାରିୟରକୁ ନେଇ ନୂଆ ବିକଳ୍ପ ପାଇ ପାରନ୍ତି। ଇଞ୍ଜିନିୟର ମାନେ ନିଜର ଯୋଗ୍ୟତା ଓ ଦକ୍ଷତାକୁ ନେଇ କାର୍ଯ୍ୟ ପାଇବେ। ଡ୍ରିମ୍ ପ୍ରୋଜେକ୍ଟକୁ ଆରମ୍ଭ କରିବାରେ ଦେଖାଦେଉଥିବା ବାଧା ଦୂର ହେବ। ଚାକିରୀରେ ଭଲ ପ୍ରଦର୍ଶନ କରିବେ। ଅଚାନକ ଭାବରେ ଧନ ଲାଭ ହୋଇପାରେ। ସଙ୍ଗୀତ ଓ ନାଚ ଆଦି କଳା ପ୍ରତି ରୁଚି ବଢ଼ିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଯାହା ଆଗକୁ ବଢିବାରେ ସହାୟତା ମିଳିବ। ଯଦି କ୍ୟାରିୟରକୁ ନେଇ କିଛି ନୂଆ ବିକଳ୍ପ ଖୋଜୁଛନ୍ତି ତେବେ ସେଥିରେ ସଫଳ ହେବେ। ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚପଦରେ ରହିବେ। ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କ ସହିତ ଭଲ ସମ୍ପର୍କ ରହିବ ଓ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିପାରେ। ପ୍ରେମୀଙ୍କ ସହଯୋଗରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ସିଂହ:-ଆପଣଙ୍କ ସ୍ୱଭାବରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ନେଇ ବହୁତ ଆଲୋଚନା ହୋଇ ପାରେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ୟବସାୟରେ ଅପେକ୍ଷା କରିଥିବା ସଫଳତା ପାଇବାର ସମ୍ଭାବନା ଅଛି। ଲୋକମାନେ ଆପଣଙ୍କର ଉଦାରତା ଭାବକୁ ପ୍ରଶଂସା କରିବେ। ପରିବାର ସଦସ୍ୟଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି। ଘରେ ଶୁଭକାର୍ଯ୍ୟ ହେବାର ସମ୍ଭାବନା ଅଛି। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କନ୍ୟା:-ବ୍ୟବସାୟ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ରାଜକୀୟ କାର୍ଯ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱରା ସଂପନ୍ନ ହେବ। ନିଜର ବୁଦ୍ଧି ବଳ ଦ୍ୱାରା କେତେକ କ୍ଷେତ୍ରରେ ଚାରିଗୁଣ ଲାଭ ପାଇବେ। ଧନାର୍ଜନ କ୍ଷମତାରେ ପରିବର୍ତ୍ତନ ହେବ। ବିଦ୍ୟାକ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ମନ ଯୋଗ ଦେଇ କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ। ପରିବାରରେ କିଛି ଅର୍ଥ ସଙ୍କଟ ଦେଖାଦେବାରୁ ଅତ୍ୟଧିକ ଚିନ୍ତା କରିବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀ କେହି ବିଶ୍ୱାସ ଘାତକତା କରି ପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-ସଂପର୍କିତ ଲୋକ ଓ ସହକର୍ମି ମାନଙ୍କଠାରୁ ସହାନଭୂତି ପ୍ରାପ୍ତିହେବ। ସହକର୍ମୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରି କେତେକ କ୍ଷେତ୍ରରେ ଭଲ କାମକରି ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରଖି ପାରିବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁସମ୍ବାଦ ପାଇ ଖୁସି ହେବେ। ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।
ଧନୁ:-କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ନୂତନ ଯୋଜନା ପ୍ରସ୍ତୁତ କରିଲେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବ ଓ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ମକର:-ବ୍ୟବସାୟରେ ପରିଶ୍ରମ କଲେ ଭଲଲାଭ ମିଳିବ ଓ ଆୟରେ ବୃଦ୍ଧି ହେବ। ବିବରୀତ ଲିଙ୍ଗ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। କୌଣସି ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ। କଷ୍ଟ ଓ କଠିନ ପରିଶ୍ରମ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ। ଭ୍ରମଣ କରିବାର ସୁଯୋଗ ଅଛି। ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ଘରକୁ ବନ୍ଧୁମାନେ ଆସିବାର ସମ୍ଭାବନା ଅଛି। ଯେ କୌଣସି ଜଟିଳ କାର୍ଯ୍ୟକୁ ବିନା ସାହାଯ୍ୟରେ ପୂରଣ କରିପାରିବେ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷାରେ ସଫଳତା ପାଇବେ। ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ଅଧ୍ୟୟନ, ଅନୁସନ୍ଧାନ, ଶୋଧ, ଲେଖନ ଆଦି କାର୍ଯ୍ୟ ଆରମ୍ଭ କରି ପାରିବେ। ଟଙ୍କା ନିବେଶ କରିବା ପୂର୍ବରୁ ପ୍ରଥମେ ପ୍ଲାନିଂ କରନ୍ତୁ ଓ ସବୁ ବିଷୟରେ ବୁଝି ସୁଝି ନିର୍ଣ୍ଣୟ ନିଅନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-ସବୁ କାର୍ଯ୍ୟ ଠିକ ସମୟରେ ସମ୍ପୂର୍ଣ୍ଣ କରିବେ। ଉଚ୍ଚସଂସ୍ଥାରୁ କାର୍ଯ୍ୟର ଡାକରାପାଇ ଶୁଭଫଳ ପାଇବେ। ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ମାନସିକ ସ୍ଥିତି ବହୁତ ଭଲ ରହିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହବ। ପୁରୁଣା କାର୍ଯ୍ୟରେ ଲାଭ ମିଳିବ ଓ କିଛି ନୂଆ କାର୍ଯ୍ୟ ଆରମ୍ଭକରି କାର୍ଯ୍ୟକ୍ଷେତ୍ରରେ ପ୍ରସଂଶନୀୟ ହେବେ। ଆଜି ଆପଣଙ୍କର ଦିନଟି ବହୁତ ସୁଖ ଶାନ୍ତିରେ କଟିବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।